ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡ ସଭ୍ୟ

ଭବାନୀପାଟଣା, ୨୯।୧୦( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚ ବୈଦେହୀ ମାଝୀଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସ୍ଥାନୀୟ ୱାର୍ଡ ସଭ୍ୟା-ସଭ୍ୟ। ସରପଞ୍ଚ ପଞ୍ଚାୟତ ଆଇନର ଖୋଲାଖୋଲି ଉଲ୍ଲଂଘନ କରିବା ସହିତ ବିଭିନ୍ନ ଆର୍ଥିକ ଅନିୟମିତତା, ଦୁର୍ନୀତିରେ ସଂପୃକ୍ତ ରହିବା, ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ବାମୀ ପଞ୍ଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରିବା, ଉନ୍ନୟନମୂଳକ କାର୍ଯ୍ୟରେ ଅବହେଳା, ୱାର୍ଡସଭ୍ୟ, ସଭ୍ୟାମାନଙ୍କୁ ଅଣଦେଖା କରିବା, ମାସିକ ବୈଠକ ଡାକିବାରେ ଅବହେଳା କରିବା ଆଦି […] The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡ ସଭ୍ୟ appeared first on Dharitri Odia News.

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡ ସଭ୍ୟ

ଭବାନୀପାଟଣା, ୨୯।୧୦( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚ ବୈଦେହୀ ମାଝୀଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସ୍ଥାନୀୟ ୱାର୍ଡ ସଭ୍ୟା-ସଭ୍ୟ। ସରପଞ୍ଚ ପଞ୍ଚାୟତ ଆଇନର ଖୋଲାଖୋଲି ଉଲ୍ଲଂଘନ କରିବା ସହିତ ବିଭିନ୍ନ ଆର୍ଥିକ ଅନିୟମିତତା, ଦୁର୍ନୀତିରେ ସଂପୃକ୍ତ ରହିବା, ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ବାମୀ ପଞ୍ଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରିବା, ଉନ୍ନୟନମୂଳକ କାର୍ଯ୍ୟରେ ଅବହେଳା, ୱାର୍ଡସଭ୍ୟ, ସଭ୍ୟାମାନଙ୍କୁ ଅଣଦେଖା କରିବା, ମାସିକ ବୈଠକ ଡାକିବାରେ ଅବହେଳା କରିବା ଆଦି ଅଭିଯୋଗ ଆଣିଛନ୍ତି ।

ଏସବୁ ଅଭିଯୋଗକୁ ନେଇଁ ସ୍ଥାନୀୟ ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡାଙ୍କ ନେତୃତ୍ୱରେ ୧୦ରୁ ଅଧିକ ୱାର୍ଡ ସଭ୍ୟା ସଭ୍ୟ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ, ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କୁ ଦାବିପତ୍ର ଦେବା ସହିତ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ସରପଞ୍ଚ ମାଝୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ବଦନାମ କରିବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି।

The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡ ସଭ୍ୟ appeared first on Dharitri Odia News.