କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌

କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍‌ର ୪ ବଗି ଏବଂ ୫ ୱାଗନ ଲାଇନ୍‌ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍‌ ଉପରେ ପଡ଼ିରହିଛି । ତେଣୁ ଏହି ରୁଟ୍‌ ଦେଇ ଯିବାକୁ ଥିବା ଟ୍ରେନ୍‌ ଗୁଡ଼ିକୁ ବାତିଲ କରାଯାଇଛି । ନିୟୁଜଲପାଇଗୁଡ଼ି-ଉଦୟପୁର ସିଟି ସାପ୍ତାହିକ ଏକ୍ସପ୍ରେସ ବାତିଲ ହୋଇଛି । ହାୱଡ଼ା-ନିୟୁଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ବାତିଲ କରାଯାଇଥିବା ବେଳେ ଗୌହାଟି-ହାୱଡ଼ା, କାମାକ୍ଷା-ଆନନ୍ଦବିହାର ଏକ୍ସପ୍ରେସକୁ ମଧ୍ୟ ବାତିଲ […] The post କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌ appeared first on Dharitri Odia News.

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌

କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍‌ର ୪ ବଗି ଏବଂ ୫ ୱାଗନ ଲାଇନ୍‌ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍‌ ଉପରେ ପଡ଼ିରହିଛି । ତେଣୁ ଏହି ରୁଟ୍‌ ଦେଇ ଯିବାକୁ ଥିବା ଟ୍ରେନ୍‌ ଗୁଡ଼ିକୁ ବାତିଲ କରାଯାଇଛି । ନିୟୁଜଲପାଇଗୁଡ଼ି-ଉଦୟପୁର ସିଟି ସାପ୍ତାହିକ ଏକ୍ସପ୍ରେସ ବାତିଲ ହୋଇଛି । ହାୱଡ଼ା-ନିୟୁଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ବାତିଲ କରାଯାଇଥିବା ବେଳେ ଗୌହାଟି-ହାୱଡ଼ା, କାମାକ୍ଷା-ଆନନ୍ଦବିହାର ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି ।

ସୂଚନା ଥାଉକି, ଆଜି ସକାଳେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

The post କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌ appeared first on Dharitri Odia News.