ଫାସିଗୁଡ଼ା ଗାଁରେ ଆଧ୍ୟାତ୍ମିକ ମହୋତ୍ସବ: ଗାଁ ଉତ୍ସବମୁଖର

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡା ଗ୍ରାମରେ ଆରମ୍ଭ ହୋଇଛି ଆଧ୍ୟାତ୍ମିକ ମହୋତ୍ସବ। ଗ୍ରାମର ନୂଆସାହିଠାରେ ଶ୍ରୀ ସିଦ୍ଧବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଗାଁ ଉତ୍ସବମୁଖର ହୋଇଉଠିଛି। ରବିବାର ଠାରୁ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ଗୁରୁବାର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି। ଶନିବାର ସକାଳେ ପଣ୍ଡିତ ନୀଳକଣ୍ଠ ଶତପଥୀଙ୍କ ପୈାରହିତ୍ୟରେ ୮ ଶହରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁ ଗାଁ ନିକଟସ୍ଥ ବଡନଦୀରୁ ମା’ ଗଙ୍ଗାମାତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିବା ପରେ […] The post ଫାସିଗୁଡ଼ା ଗାଁରେ ଆଧ୍ୟାତ୍ମିକ ମହୋତ୍ସବ: ଗାଁ ଉତ୍ସବମୁଖର appeared first on Dharitri Odia News.

ଫାସିଗୁଡ଼ା ଗାଁରେ ଆଧ୍ୟାତ୍ମିକ ମହୋତ୍ସବ: ଗାଁ ଉତ୍ସବମୁଖର

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡା ଗ୍ରାମରେ ଆରମ୍ଭ ହୋଇଛି ଆଧ୍ୟାତ୍ମିକ ମହୋତ୍ସବ। ଗ୍ରାମର ନୂଆସାହିଠାରେ ଶ୍ରୀ ସିଦ୍ଧବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଗାଁ ଉତ୍ସବମୁଖର ହୋଇଉଠିଛି। ରବିବାର ଠାରୁ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ଗୁରୁବାର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି। ଶନିବାର ସକାଳେ ପଣ୍ଡିତ ନୀଳକଣ୍ଠ ଶତପଥୀଙ୍କ ପୈାରହିତ୍ୟରେ ୮ ଶହରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁ ଗାଁ ନିକଟସ୍ଥ ବଡନଦୀରୁ ମା’ ଗଙ୍ଗାମାତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିବା ପରେ ମସ୍ତକରେ ପୂର୍ଣ୍ଣ କଳସଧରି ଶୋଭାଯାତ୍ରାରେ ଯଜ୍ଞସ୍ଥଳରେ ପହଞ୍ଚିଥିଲେ। କର୍ତ୍ତାରୂପେ ଡମ୍ବରୁ ପ୍ରଧାନ ଓ ସହଧର୍ମିଣୀ ଅମିତା ପ୍ରଧାନ ଦାୟିତ୍ୱ ତୁଲାଇଥିଲେ। ସ୍ଥାନୀୟ ସରପଞ୍ଚ ଗୌରୀ ବିଷୋୟୀ, ମହୋତ୍ସବ କମିଟି ସଭାପତି ସନ୍ତୋଷ କୁମାର ନାୟକ , ଉପସଭାପତି ଶିବରାମ ବିଷୋୟୀ , ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ, କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ବିଷୋୟୀ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ବିଷୋୟୀଙ୍କ ସମେତ କମିଟି ସଦସ୍ୟ ବୃନ୍ଦ ଏବଂ ଗ୍ରାମବାସୀ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି।

The post ଫାସିଗୁଡ଼ା ଗାଁରେ ଆଧ୍ୟାତ୍ମିକ ମହୋତ୍ସବ: ଗାଁ ଉତ୍ସବମୁଖର appeared first on Dharitri Odia News.