କୃଷକଙ୍କ ଉନ୍ନତି ହେଲେ ଦେଶର ହେବ ଉନ୍ନତି
ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାର କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ କୃଷକ୍ମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆ ଠାରେ ଶୁକ୍ରବାର ତିନି ଦିନିଆ ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି l ଏଥିରେ ଅତିଥି ଭାବେ ରାଜ୍ୟ ଇସ୍ପାତ, ଖଣି, ପରିବହନ ଓ ବାଣିଜ୍ୟ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା […] The post କୃଷକଙ୍କ ଉନ୍ନତି ହେଲେ ଦେଶର ହେବ ଉନ୍ନତି appeared first on Dharitri Odia News.
ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାର କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ କୃଷକ୍ମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆ ଠାରେ ଶୁକ୍ରବାର ତିନି ଦିନିଆ ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି l
ଏଥିରେ ଅତିଥି ଭାବେ ରାଜ୍ୟ ଇସ୍ପାତ, ଖଣି, ପରିବହନ ଓ ବାଣିଜ୍ୟ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବୃକ୍ଷରେ ପାଣି ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ମେଳା ଉପକାରିତା ସମ୍ପର୍କରେ କହିଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଜିଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଶଙ୍କରର୍ଷଣ ମଲ୍ଲିକଙ୍କ ଅନ୍ୟାନ୍ୟ ବିଭାଗୀୟ ଅଢିଜାରୀମାନେ ଯୋଗଦେଇ ଏକ ବୃକ୍ଷରେ ପାଣି ଦେବା ସହିତ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିବାରୁ ସମସ୍ତେ ଧନ୍ୟବାଦ ଦେଇଥିଲେ l କୃଷକର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମଧ୍ୟ କହିଥିଲେ। ଯନ୍ତ୍ରପାତି ମାଧ୍ୟମରେ କୃଷି କାମ କଲେ ତାହା ଖର୍ଚ୍ଚାନ୍ତ କମ ହୁଏ। ମେଳାରେ କୃଷକ ମାନେ ଏଠାରୁ ଟ୍ରାକ୍ଟର ସମେତ ବିଭିନ୍ନ ଉପକରଣ ରିହାତି ଦର ରେ ପାଇପାରିବେ l ଏହି ମେଳାରେ କୃଷି ସମ୍ବନ୍ଧୀୟ ୨୬ ଗୋଟି ଷ୍ଟଲ ଖୋଲାଯାଇଛି l ଏଥିରେ ଉପଖଣ୍ଡ ସ୍ତରର ୮ଟି ବ୍ଲକର କୃଷକ ଓ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିବ। ଯାହା ଫଳରେ କୃଷକମାନେ ବିଭିନ୍ନ ଉପକରଣ ରିହାତି ଦରରେ ପାଇପାରିବେ। ପ୍ରାରମ୍ଭରେ ଅତିଥିମାନେ ବିଭିନ୍ନ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ।
The post କୃଷକଙ୍କ ଉନ୍ନତି ହେଲେ ଦେଶର ହେବ ଉନ୍ନତି appeared first on Dharitri Odia News.