MGNREGA ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସରପଞ୍ଚ
ଗଞ୍ଜାମ,୨୭ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର(ଏମ୍ଜିଏନ୍ଆର୍ଇଜିଏସ୍) ନରେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମହିଳା ସରପଞ୍ଚ ମମତା ବେହେରା l ମଲାଡ଼ ପଞ୍ଚାୟତ କୁଶପଲ୍ଲୀଠାରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଡ୍ରେନ୍, ମଲାଡ଼ କାଞ୍ଚନେଶ୍ୱର ହାଇସ୍କୁଲ ଖେଳପଡ଼ିଆ ନିର୍ମାଣ ପାଇଁ ୫ ଲକ୍ଷ, ରାଉଳିବନ୍ଧ ଡ୍ରେନ୍ ନିମନ୍ତେ ୮ ଲକ୍ଷ, ବରୋଦା ଗ୍ରାମରେ ଦୁଇଟି ଗାର୍ଡ ଓ୍ବାଲ୍ […] The post MGNREGA ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସରପଞ୍ଚ appeared first on Dharitri Odia News.
ଗଞ୍ଜାମ,୨୭ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର(ଏମ୍ଜିଏନ୍ଆର୍ଇଜିଏସ୍) ନରେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମହିଳା ସରପଞ୍ଚ ମମତା ବେହେରା l ମଲାଡ଼ ପଞ୍ଚାୟତ କୁଶପଲ୍ଲୀଠାରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଡ୍ରେନ୍, ମଲାଡ଼ କାଞ୍ଚନେଶ୍ୱର ହାଇସ୍କୁଲ ଖେଳପଡ଼ିଆ ନିର୍ମାଣ ପାଇଁ ୫ ଲକ୍ଷ, ରାଉଳିବନ୍ଧ ଡ୍ରେନ୍ ନିମନ୍ତେ ୮ ଲକ୍ଷ, ବରୋଦା ଗ୍ରାମରେ ଦୁଇଟି ଗାର୍ଡ ଓ୍ବାଲ୍ ପାଇଁ ଗୋଟିଏ ୮ ଲକ୍ଷ ଓ ଅନ୍ୟଟି ପାଇଁ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଉପରୋକ୍ତ ସମସ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଖୋଦ୍ ସରପଞ୍ଚ ବେହେରା ତଦାରଖ କରୁଛନ୍ତ। କୌଣସି ପରିସ୍ଥିତିରେ ନିମ୍ନମାନର କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସରପଞ୍ଚ ନିଜ ପ୍ରତିକ୍ରିୟାରେ କହିଛନ୍ତି l ସରପଞ୍ଚଙ୍କ ଅନୁଧ୍ୟାନ ବେଳେ ମଲାଡ଼ ପଞ୍ଚଯାତ ସମିତି ମେମ୍ବର ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା, ଭାଜପା ମଣ୍ଡଳ ସଭାପତି ଟୁକୁନା ସାହୁ, ସନ୍ତୋଷ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।
The post MGNREGA ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସରପଞ୍ଚ appeared first on Dharitri Odia News.