ଗଞ୍ଜାମ ଜିଲା ମଦ ମୃତ୍ୟୁ ମାମଲା: ଏମକେସିଜିରେ ଆଉ ଜଣଙ୍କ ମୃତ୍ୟୁ

ଚିକିଟି,୩୧।୮(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାରେ ବିଷାକ୍ତ ମଦର ବିଭୀଷିକାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଏମକେସିଜିରେ ଚିକିତ୍ସାଧୀନ ଥିବା ଜଣେ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯାହାଫଳରେ ମଦ ମୃତ୍ୟୁ ସଂଖ୍ୟା ଏବେ ୩ ରେ ପହଞ୍ଚିଛି। ମୃତକ ଜଣଙ୍କ ହେଉଛନ୍ତି ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଜେନାପୁର ଗ୍ରାମର ଲକ୍ଷ୍ମଣ ବେହେରା। ସେ ଦୀର୍ଘ ଦିନ ଧରି ଏମକେସିଜି ଭେଣ୍ଟିଲେଟରେ ଚିକିତ୍ସାଧୀନ ରହିଥିଲେ। ତାଙ୍କର ମୃତ୍ୟୁପରେ ପୁଣି ଚିକିଟିରେ ଶୋକର ଛାୟା […] The post ଗଞ୍ଜାମ ଜିଲା ମଦ ମୃତ୍ୟୁ ମାମଲା: ଏମକେସିଜିରେ ଆଉ ଜଣଙ୍କ ମୃତ୍ୟୁ appeared first on Dharitri Odia News.

ଗଞ୍ଜାମ ଜିଲା ମଦ ମୃତ୍ୟୁ ମାମଲା: ଏମକେସିଜିରେ ଆଉ ଜଣଙ୍କ ମୃତ୍ୟୁ

ଚିକିଟି,୩୧।୮(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାରେ ବିଷାକ୍ତ ମଦର ବିଭୀଷିକାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଏମକେସିଜିରେ ଚିକିତ୍ସାଧୀନ ଥିବା ଜଣେ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯାହାଫଳରେ ମଦ ମୃତ୍ୟୁ ସଂଖ୍ୟା ଏବେ ୩ ରେ ପହଞ୍ଚିଛି। ମୃତକ ଜଣଙ୍କ ହେଉଛନ୍ତି ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଜେନାପୁର ଗ୍ରାମର ଲକ୍ଷ୍ମଣ ବେହେରା।
ସେ ଦୀର୍ଘ ଦିନ ଧରି ଏମକେସିଜି ଭେଣ୍ଟିଲେଟରେ ଚିକିତ୍ସାଧୀନ ରହିଥିଲେ। ତାଙ୍କର ମୃତ୍ୟୁପରେ ପୁଣି ଚିକିଟିରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ସୁଦ୍ଧା ୫ ଜଣ ଏମକେସିଜି ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବରୁ ଗତ ୨୦ ତାରିଖରେ ଚିକିଟି ଜେନାପୁର ଗ୍ରାମର ଜୁର ବେହେରା ଓ ୨୧ରେ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ,ଗଞ୍ଜାମ ଜିଲାରେ ବିଷାକ୍ତ ମଦକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଜେଡି ଏବଂ ଭାଜପା ପରସ୍ପରକୁ ଦୋଷାରୋପ କରୁଛନ୍ତି। ଚିକିଟି ଏନଏସି ଅନ୍ତର୍ଗତ ମାଉନ୍ଦପୁରରେ ଗତ ୧୯ ତାରିଖରେ ବିଷାକ୍ତ ମଦ ପିଛି କିଛି ଲୋକ ଗୁରୁତର ଥିବା ଦେଖିବାକୁ ମିଳିଥିଲା।

The post ଗଞ୍ଜାମ ଜିଲା ମଦ ମୃତ୍ୟୁ ମାମଲା: ଏମକେସିଜିରେ ଆଉ ଜଣଙ୍କ ମୃତ୍ୟୁ appeared first on Dharitri Odia News.