ପ୍ରଶାସନ ପକ୍ଷରୁ ୭୬ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ
ଜମନକିରା : ଜମନକିରା ବ୍ଲକ ପ୍ରଶାସନ ପକ୍ଷରୁ ମୋଟ ୭୬ଜଣ ହିତାଧିକାରୀଙ୍କୁ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜମିପଟ୍ଟା ବଣ୍ଟନ କରାଯାଇଛି। ବିଡ଼ିଓ ରିନା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ପଟ୍ଟା ବଣ୍ଟନ ବୈଠକରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ, ଜମନକିରା ତହସିଲଦାର ହରେକୃଷ୍ଣ ବରିହା, ଜିଲ୍ଲା ପରିଷଦ ଜୋନ-୧ ସୁଜାତା ଖୁଣ୍ଟିଆ ଉପସ୍ଥିତ ରହି ୭୬ ଜଣ ହିତାଧିକାରୀଙ୍କୁ […] The post ପ୍ରଶାସନ ପକ୍ଷରୁ ୭୬ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ appeared first on Odisha.News.
ଜମନକିରା : ଜମନକିରା ବ୍ଲକ ପ୍ରଶାସନ ପକ୍ଷରୁ ମୋଟ ୭୬ଜଣ ହିତାଧିକାରୀଙ୍କୁ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜମିପଟ୍ଟା ବଣ୍ଟନ କରାଯାଇଛି। ବିଡ଼ିଓ ରିନା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ପଟ୍ଟା ବଣ୍ଟନ ବୈଠକରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ, ଜମନକିରା ତହସିଲଦାର ହରେକୃଷ୍ଣ ବରିହା, ଜିଲ୍ଲା ପରିଷଦ ଜୋନ-୧ ସୁଜାତା ଖୁଣ୍ଟିଆ ଉପସ୍ଥିତ ରହି ୭୬ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଅଞ୍ଚକର ମାନ୍ୟଗନ ବ୍ୟକ୍ତିଙ୍କ ସହ ଜନ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ। ଶେଷରେ ବିଡ଼ିଓ ସୁଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
The post ପ୍ରଶାସନ ପକ୍ଷରୁ ୭୬ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ appeared first on Odisha.News.