ବଲିଉଡ୍ରେ ଅଭିନେତ୍ରୀଙ୍କୁ ମିଳେ ଅପ୍ରାସଙ୍ଗିକ ଚରିତ୍ର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାୱତ ସୋମବାର ଏକ ସାକ୍ଷାତ୍କାରରେ କହିଛନ୍ତି, ୨୦୧୮ରେ ରିଲିଜ୍ ହୋଇଥିବା ‘ପଦ୍ମାବତ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଁସାଲୀ ଅଫର ଦେଇଥିଲେ। ତେବେ ଏହି ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅଭିନୟ କରିଥିଲେ। ସାକ୍ଷାତ୍କାରରେ କଙ୍ଗନା ହିନ୍ଦୀ ସିନେମାର ନାମୀ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ନେଇ […] The post ବଲିଉଡ୍ରେ ଅଭିନେତ୍ରୀଙ୍କୁ ମିଳେ ଅପ୍ରାସଙ୍ଗିକ ଚରିତ୍ର appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାୱତ ସୋମବାର ଏକ ସାକ୍ଷାତ୍କାରରେ କହିଛନ୍ତି, ୨୦୧୮ରେ ରିଲିଜ୍ ହୋଇଥିବା ‘ପଦ୍ମାବତ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଁସାଲୀ ଅଫର ଦେଇଥିଲେ। ତେବେ ଏହି ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅଭିନୟ କରିଥିଲେ।
ସାକ୍ଷାତ୍କାରରେ କଙ୍ଗନା ହିନ୍ଦୀ ସିନେମାର ନାମୀ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରିର ନାମୀ ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତାମାନେ ତାଙ୍କ ଫିଲ୍ମରେ ମହିଳା କଳାକାରମାନଙ୍କୁ ଯେପରି ଉପସ୍ଥାପନ କରନ୍ତି, ତାହା ତାଙ୍କୁ ପସନ୍ଦ ଆସେ ନାହିଁ ବୋଲି କଙ୍ଗନା କହିଛନ୍ତି। ସେ ଆହୁରି କହିଛନ୍ତି, ଜଣେ ମହିଳା କଳାକାର ଭାବେ ସେ ଏପରି ଫିଲ୍ମରେ କାମ କରିବାକୁ ଚାହାନ୍ତି, ଯେଉଁଥିରେ ଅଭିନେତ୍ରୀ ଭାବେ ତାଙ୍କ ଚରିତ୍ର ଗୁରୁତ୍ୱ ବହନ କରୁଥିବ। ବଡ଼ ବଡ଼ ନିର୍ଦ୍ଦେଶକଙ୍କ ଫିଲ୍ମରେ ମଧ୍ୟ ଲିଡ୍ ଫିମେଲ ଆକ୍ଟରଙ୍କର ଅଭିନୟ ଅତି ବେଶିରେ ୧୦ରୁ ୧୫ ମିନିଟ ରହିଥାଏ। ଉକ୍ତ ଫିଲ୍ମଗୁଡ଼ିକ ପୂରାପୂରି ଭାବେ ମୁଖ୍ୟ ଅଭିନେତାଙ୍କୁ କେନ୍ଦ୍ର କରି ହୋଇଥାଏ। ଏହି ମାନସିକତା ଠିକ୍ ନୁହେଁ ବୋଲି କଙ୍ଗନା କହିଛନ୍ତି। ‘ପଦ୍ମାବତ’ ଫିଲ୍ମରେ ଦୀପିକାଙ୍କ ଚରିତ୍ରର ବିଶେଷ ଭୂମିକା ନ ଥିଲା। ଦୀପିକା ପୂରା ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ରରେ କେବଳ ନିଜକୁ ସଜେଇ ହେଉଥିଲେ ବୋଲି କହି କଙ୍ଗନା କଟାକ୍ଷ କରିଛନ୍ତି।
The post ବଲିଉଡ୍ରେ ଅଭିନେତ୍ରୀଙ୍କୁ ମିଳେ ଅପ୍ରାସଙ୍ଗିକ ଚରିତ୍ର appeared first on Dharitri Odia News.