ଜୟସ୍ବାଲଙ୍କୁ ରାହାନେ ଦଣ୍ଡିତ କରିବା ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୪ା୪: ସାଉଥ୍ ଜୋନ ବିପକ୍ଷ ୨୦୨୨ ଦୁଲୀପ ଟ୍ରଫି ଫାଇନାଲରେ ଶୃଙ୍ଖଳାଗତ କାରଣରୁ ଯଶସ୍ବୀ ଜୟସ୍ବାଲଙ୍କୁ ଓ୍ବେଷ୍ଟ ଜୋନ ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେ ଦଣ୍ଡିତ କରିଥିଲେ। ଯୁବ ଭାରତୀୟ ବ୍ୟାଟର ମୁମ୍ବାଇ ଛାଡ଼ି ଆଗାମୀ ଘରୋଇ ସିଜନରେ ଗୋଆ ପାଇଁ ଖେଳିବାକୁ ନିଷ୍ପତ୍ତି ନେବା ପରେ ଉକ୍ତ ଘଟଣାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଓ୍ବେଷ୍ଟ ଜୋନ ପାଇଁ ରାହାନେଙ୍କ ନେତୃତ୍ୱରେ ଦୁଲୀପ ଟ୍ରଫି ଫାଇନାଲରେ ଖେଳୁଥିବା ବେଳେ ଜୟସ୍ବାଲ ପ୍ରତିପକ୍ଷ […] The post ଜୟସ୍ବାଲଙ୍କୁ ରାହାନେ ଦଣ୍ଡିତ କରିବା ଭିଡିଓ ଭାଇରାଲ appeared first on Dharitri Odia News.
ନୂଆଦିଲ୍ଲୀ,୪ା୪: ସାଉଥ୍ ଜୋନ ବିପକ୍ଷ ୨୦୨୨ ଦୁଲୀପ ଟ୍ରଫି ଫାଇନାଲରେ ଶୃଙ୍ଖଳାଗତ କାରଣରୁ ଯଶସ୍ବୀ ଜୟସ୍ବାଲଙ୍କୁ ଓ୍ବେଷ୍ଟ ଜୋନ ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେ ଦଣ୍ଡିତ କରିଥିଲେ। ଯୁବ ଭାରତୀୟ ବ୍ୟାଟର ମୁମ୍ବାଇ ଛାଡ଼ି ଆଗାମୀ ଘରୋଇ ସିଜନରେ ଗୋଆ ପାଇଁ ଖେଳିବାକୁ ନିଷ୍ପତ୍ତି ନେବା ପରେ ଉକ୍ତ ଘଟଣାର ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଓ୍ବେଷ୍ଟ ଜୋନ ପାଇଁ ରାହାନେଙ୍କ ନେତୃତ୍ୱରେ ଦୁଲୀପ ଟ୍ରଫି ଫାଇନାଲରେ ଖେଳୁଥିବା ବେଳେ ଜୟସ୍ବାଲ ପ୍ରତିପକ୍ଷ ସାଉଥ ଜୋନ ଦଳର ବ୍ୟାଟର ନିର୍ଦ୍ଦିଷ୍ଟ ଭାବେ ଟି ରବି ତେଜାଙ୍କୁ ଆଗ୍ରେସିଭ ସ୍ଲେଜିଂ କରିଥିଲେ। ଏଥିଯୋଗୁ ଅନ୍ତିମ ଇନିଂସର ୫୦ତମ ଓଭରରେ ଜୟସ୍ବାଲ ଓ ତେଜାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବାଧ୍ୟ ହୋଇ ଫିଲ୍ଡିଂ ଦଳର ଅଧିନାୟକ ରାହାନେ ଓ ଫିଲ୍ଡ ଅମ୍ପାୟରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ରାହାନେ ୨୦ ବର୍ଷୀୟ ଜୟସ୍ବାଲଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ। ଏହାସତ୍ତ୍ୱେ ଜୟସ୍ବାଲ ସ୍ଲେଜିଂ ଜାରି ରଖିଥିଲେ। ଫଳରେ ରାହାନେ ବାଧ୍ୟ ହୋଇ ଜୟସ୍ବାଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ପଠାଇ ଦେଇଥିଲେ। ଅଧିନାୟକଙ୍କ ନିର୍ଦ୍ଦେଶ ପରେ ଜୟସ୍ବାଲ ଗ୍ରାଉଣ୍ଡରୁ ଫେରି ଯାଇଥିଲେ ଏବଂ ତାଙ୍କୁ ୬୫ତମ ଓଭରରେ ଗ୍ରାଉଣ୍ଡକୁ ଫେରିବାକୁ ଅନୁମତି ଦିଆଯାଇଥିଲା।
The post ଜୟସ୍ବାଲଙ୍କୁ ରାହାନେ ଦଣ୍ଡିତ କରିବା ଭିଡିଓ ଭାଇରାଲ appeared first on Dharitri Odia News.