ପ୍ରଥମ ପ୍ରଯୋଜିତ ଫିଲ୍ମକୁ ନେଇ ଆଶାବାଦୀ କ୍ରିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ ଚଳିତବର୍ଷ ବେଶ୍‌ ଆଶାଜନକ ରହିଛି। ’କ୍ରୁ’ ଏବଂ ‘ତେରି ବାତୋଂ ମେ ଏସା ଉଲଜା ଜିଆ’ ଭଳି ହିଟ୍‌ ଚଳଚ୍ଚିତ୍ରରେ ନଜର ଆସିଥିବା କ୍ରିତି ବର୍ତ୍ତମାନ ପ୍ରଯୋଜକ ସାଜିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରଡକ୍ସନ ହାଉସ୍‌ର ପ୍ରଥମ ଫିଲ୍ମ ‘ଦୋ ପତି’ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ଏକ କ୍ରାଇମ୍‌ ଥ୍ରୀଲର ଅଟେ, ଯେଉଁଥିରେ କାଜୋଲ ଜଣେ ପୋଲିସ ଭୂମିକାରେ ନଜର ଆସିବେ। ଶଶାଙ୍କ ଚତୁର୍ବେଦୀଙ୍କ ଏହି ଚଳଚ୍ଚିତ୍ରରେ […] The post ପ୍ରଥମ ପ୍ରଯୋଜିତ ଫିଲ୍ମକୁ ନେଇ ଆଶାବାଦୀ କ୍ରିତି appeared first on Dharitri Odia News.

ପ୍ରଥମ ପ୍ରଯୋଜିତ ଫିଲ୍ମକୁ ନେଇ ଆଶାବାଦୀ କ୍ରିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ ଚଳିତବର୍ଷ ବେଶ୍‌ ଆଶାଜନକ ରହିଛି। ’କ୍ରୁ’ ଏବଂ ‘ତେରି ବାତୋଂ ମେ ଏସା ଉଲଜା ଜିଆ’ ଭଳି ହିଟ୍‌ ଚଳଚ୍ଚିତ୍ରରେ ନଜର ଆସିଥିବା କ୍ରିତି ବର୍ତ୍ତମାନ ପ୍ରଯୋଜକ ସାଜିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରଡକ୍ସନ ହାଉସ୍‌ର ପ୍ରଥମ ଫିଲ୍ମ ‘ଦୋ ପତି’ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ଏକ କ୍ରାଇମ୍‌ ଥ୍ରୀଲର ଅଟେ, ଯେଉଁଥିରେ କାଜୋଲ ଜଣେ ପୋଲିସ ଭୂମିକାରେ ନଜର ଆସିବେ। ଶଶାଙ୍କ ଚତୁର୍ବେଦୀଙ୍କ ଏହି ଚଳଚ୍ଚିତ୍ରରେ କ୍ରିତି ଏବଂ କାଜୋଲଙ୍କ ସହ ଅଭିନେତା ଶାହିର ଶେଖ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମର ଟିଜର ପୂର୍ବରୁ ପ୍ରକାଶ ପାଇଥିଲା ବେଳେ ଏବେ ଏହାର ରିଲିଜ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୫ରେ ଏହି ଫିଲ୍ମ ରିଲିଜ ହେବ।

The post ପ୍ରଥମ ପ୍ରଯୋଜିତ ଫିଲ୍ମକୁ ନେଇ ଆଶାବାଦୀ କ୍ରିତି appeared first on Dharitri Odia News.