ଶୁକ୍ରବାର ରତ୍ନ ଭଣ୍ଡାରରୁ ସ୍ଥାନାନ୍ତର ହେବ ଖାଲି ଆଲମିରା ଓ ସିନ୍ଦୁକ

ପୁରୀ: ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ବା SOP ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ। ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ଭାବେ ରଖାଯିବ। ତେବେ ସେହି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ୨୩ ତାରିଖ ଅର୍ଥାତ ଶୁକ୍ରବାର ଦିନ ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟା ଠାରୁ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭକ୍ତମାନେ ସିଂହଦ୍ଵାର ଏବଂ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ। ସୂଚନାଥାଉକି, ରତ୍ନ ଭଣ୍ଡାରର ମରାମତି ତଥା ସେଠାରେ ଥିବା ଅଳଙ୍କାରର ଗଣତି ମଣତି ପାଇଁ ଗତ ମାସରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଗତ ମାସ ୧୮ ତାରିଖରେ ଭିତର ରତ୍ନ ଭଣ୍ଡାରରେ ଥିବା ସବୁ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ରତ୍ନ ଭଣ୍ଡାରରେ ରଖାଯ

ଶୁକ୍ରବାର ରତ୍ନ ଭଣ୍ଡାରରୁ ସ୍ଥାନାନ୍ତର ହେବ ଖାଲି ଆଲମିରା ଓ ସିନ୍ଦୁକ

ପୁରୀ: ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ବା SOP ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ। ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ଭାବେ ରଖାଯିବ। 

ତେବେ ସେହି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ୨୩ ତାରିଖ ଅର୍ଥାତ ଶୁକ୍ରବାର ଦିନ ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟା ଠାରୁ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭକ୍ତମାନେ ସିଂହଦ୍ଵାର ଏବଂ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ। 

ସୂଚନାଥାଉକି, ରତ୍ନ ଭଣ୍ଡାରର ମରାମତି ତଥା ସେଠାରେ ଥିବା ଅଳଙ୍କାରର ଗଣତି ମଣତି ପାଇଁ ଗତ ମାସରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଗତ ମାସ ୧୮ ତାରିଖରେ ଭିତର ରତ୍ନ ଭଣ୍ଡାରରେ ଥିବା ସବୁ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ରତ୍ନ ଭଣ୍ଡାରରେ ରଖାଯାଇଛି। ଆଉ ଏବେ ସରକାରଙ୍କ ମାର୍ଗଦର୍ଶିକା ଆସିବା ପରେ ଆରମ୍ଭ ହେବ ରତ୍ନ ଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମାରିର ସ୍ଥାନାନ୍ତର ପ୍ରକ୍ରିୟା। ଏହା ପରେ ରତ୍ନଭଣ୍ଡାରର ଯାଞ୍ଚ କରାଯାଇ ମରାମତି କାମ ମଧ୍ୟ ଆରମ୍ଭ କରାଯିବ।