ତାମିଲନାଡୁ ଉପନିର୍ବାଚନ ଲଢିବନି ବିଜେପି, ଜାଣନ୍ତୁ କ’ଣ କହିଲେ ଅନ୍ନାମଲାଇ

ଚେନ୍ନାଇ ୧୨।୧: ତାମିଲନାଡୁରେ ଆଗାମୀ ବର୍ଷ ପ୍ରସ୍ତାବିତ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ୍ତା ମାସରେ ହେବାକୁ ଯାଉଥିବା ପୂର୍ବ ଇରୋଡ ଉପନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀତା କରିବନି। ବିଜେପି ପ୍ରଦେଶ ସଭାପତି  ଅନ୍ନାମଲାଇ ରବିବାର ଏନଡିଏ ତରଫରୁ ଏହି ଘୋଷଣା କରିଛନ୍ତି। ବିଜେପିର ଏହି ଘୋଷଣା ପରେ ନିର୍ବାଚନ ଏକତରଫା ହୋଇଯାଇଛି। କାରଣ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ ପୂର୍ବରୁ ଏହି ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିଲା। ଅନ୍ନାମଲାଇ କହିଛନ୍ତି ଯେ ତାମିଲନାଡୁରେ ୨୦୨୬ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେପିର ପୁରା ଧ୍ୟାନ ସରକାରରୁ ଦ୍ରାବିଡ ମୁନିତ୍ର କଜକମ (ଡିଏମକେ)କୁ ହଟାଇବା ଲାଗି କେନ୍ଦ୍ରିତ କରିବ। ଏଣୁ ରାଜ୍ୟରେ ଏନଡିଏ ମେଣ୍ଟ ଏବେ ସେହି ଲକ୍ଷ୍ୟ ଉଦ୍ଦେଶ୍ୟରେ ଆଗକୁ ବଢୁଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଇରୋଡରେ କଂଗ୍ରେସର ଇ.ଭି.କେ.ଏସ୍ ଏଲଂଗୋଭନ ବିଧାୟକ ଥିଲେ। ତାଙ୍କ ପରଲୋକ ଯୋଗୁ ଏହି ଆସନରେ ଏବେ ଉପ ନିର୍ବାଚନ ହେବାକୁ ଯାଉଛି। ଡିଏମକେ ମେଣ୍ଟ ପକ୍ଷରୁ ଭି.ସି. ଚନ୍ଦ୍ରକୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ଏଆଇଡିଏମକେ ପ୍ରତିଦ୍ୱନ୍ଦ୍ୱୀତା କରୁନଥିବା ବେଳେ ଏବେ ବିଜେପି ମଧ୍ୟ ଓହରି ଯାଇଛି। ଫଳରେ ଡିଏମକେ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇଯାଇଛି। ତାମିଲନାଡୁ ପ୍ରଦେଶ ବିଜେପି ସଭାପତି କହିଛନ୍ତି ଯେ ଜନତାଙ୍କ କଲ୍ୟାଣ ଚାହୁଁଥିବା

ତାମିଲନାଡୁ ଉପନିର୍ବାଚନ ଲଢିବନି ବିଜେପି, ଜାଣନ୍ତୁ କ’ଣ କହିଲେ ଅନ୍ନାମଲାଇ

ଚେନ୍ନାଇ ୧୨।୧: ତାମିଲନାଡୁରେ ଆଗାମୀ ବର୍ଷ ପ୍ରସ୍ତାବିତ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ୍ତା ମାସରେ ହେବାକୁ ଯାଉଥିବା ପୂର୍ବ ଇରୋଡ ଉପନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀତା କରିବନି। ବିଜେପି ପ୍ରଦେଶ ସଭାପତି  ଅନ୍ନାମଲାଇ ରବିବାର ଏନଡିଏ ତରଫରୁ ଏହି ଘୋଷଣା କରିଛନ୍ତି। ବିଜେପିର ଏହି ଘୋଷଣା ପରେ ନିର୍ବାଚନ ଏକତରଫା ହୋଇଯାଇଛି। କାରଣ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ ପୂର୍ବରୁ ଏହି ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିଲା। 

ଅନ୍ନାମଲାଇ କହିଛନ୍ତି ଯେ ତାମିଲନାଡୁରେ ୨୦୨୬ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେପିର ପୁରା ଧ୍ୟାନ ସରକାରରୁ ଦ୍ରାବିଡ ମୁନିତ୍ର କଜକମ (ଡିଏମକେ)କୁ ହଟାଇବା ଲାଗି କେନ୍ଦ୍ରିତ କରିବ। ଏଣୁ ରାଜ୍ୟରେ ଏନଡିଏ ମେଣ୍ଟ ଏବେ ସେହି ଲକ୍ଷ୍ୟ ଉଦ୍ଦେଶ୍ୟରେ ଆଗକୁ ବଢୁଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଇରୋଡରେ କଂଗ୍ରେସର ଇ.ଭି.କେ.ଏସ୍ ଏଲଂଗୋଭନ ବିଧାୟକ ଥିଲେ। ତାଙ୍କ ପରଲୋକ ଯୋଗୁ ଏହି ଆସନରେ ଏବେ ଉପ ନିର୍ବାଚନ ହେବାକୁ ଯାଉଛି। 

ଡିଏମକେ ମେଣ୍ଟ ପକ୍ଷରୁ ଭି.ସି. ଚନ୍ଦ୍ରକୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ଏଆଇଡିଏମକେ ପ୍ରତିଦ୍ୱନ୍ଦ୍ୱୀତା କରୁନଥିବା ବେଳେ ଏବେ ବିଜେପି ମଧ୍ୟ ଓହରି ଯାଇଛି। ଫଳରେ ଡିଏମକେ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇଯାଇଛି। ତାମିଲନାଡୁ ପ୍ରଦେଶ ବିଜେପି ସଭାପତି କହିଛନ୍ତି ଯେ ଜନତାଙ୍କ କଲ୍ୟାଣ ଚାହୁଁଥିବା ଏନଡିଏର ନେତାମାନେ ବିସ୍ତୃତ ବିଚାରବିମର୍ଷ କରିବା ପରେ ଇରୋଡ ପୂର୍ବ ବିଧାନସଭା ଆସନରେ ପ୍ରାର୍ଥୀ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। 

ତାମିଲନାଡୁରେ କେ.ଅନ୍ନାମଲାଇଙ୍କ ନେତୃତ୍ୱରେ ବିଜେପିର ଏନଡିଏ ମେଣ୍ଟକୁ ମଜଭୁତ କରିବାକୁ କାର୍ଯ୍ୟ କରାଯାଉଛି। ଏଣୁ ସେ ରାଜ୍ୟର ଡିଏମକେ ସରକାରଙ୍କୁ ସବୁସ୍ତରରେ ଘେରିବାରେ ଲାଗିଛନ୍ତି। ନିକଟରେ ଆନ୍ନା ୟୁନିଭର୍ସିଟିର ଜନୈକା ଛତ୍ରୀଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ଡିଏମକେ ନେତୃତ୍ୱାଧାନ ଷ୍ଟାଲିନଙ୍କ ସରକାର ବିରୋଧରେ ଜୋରଦାର ପ୍ରଦର୍ଶନ କରିଥିଲେ। ଏହା ସହିତ ସେ ଡିଏମକେକୁ ଶାସନରୁ ହଟାଇବା ପାଇଏ କେତେକ ପଣ ମଧ୍ୟ କରିଛନ୍ତି।