ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌

ମୁମ୍ବାଇ,୩।୩: ରିଲାଏନ୍ସ ଫାଉଣ୍ଡେଶନ୍‌ର ବହୁ ପ୍ରତୀକ୍ଷିତ ପୋଷ୍ଟଗ୍ରାଜୁଏଟ୍‌ ସ୍କଲାରଶିପ୍‌ (ପିଜିଏସ ୨୦୨୪-୨୫)ର ଫଳାଫଳକୁ ନିକଟରେ ଘୋଷଣା କରାଯାଇଛି। ଏପରିକି ଇଞ୍ଜିିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟରେ ଅଧ୍ୟୟନ କରୁଥିବା ୧୦୦ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସ ଅବସରରେ ଉକ୍ତ ବୃତ୍ତି ଫଳାଫଳକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି, ଯାହା ବିଜ୍ଞାନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ଫାଉଣ୍ଡେଶନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। […] The post ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌ appeared first on Dharitri Odia News.

ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌

ମୁମ୍ବାଇ,୩।୩: ରିଲାଏନ୍ସ ଫାଉଣ୍ଡେଶନ୍‌ର ବହୁ ପ୍ରତୀକ୍ଷିତ ପୋଷ୍ଟଗ୍ରାଜୁଏଟ୍‌ ସ୍କଲାରଶିପ୍‌ (ପିଜିଏସ ୨୦୨୪-୨୫)ର ଫଳାଫଳକୁ ନିକଟରେ ଘୋଷଣା କରାଯାଇଛି। ଏପରିକି ଇଞ୍ଜିିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟରେ ଅଧ୍ୟୟନ କରୁଥିବା ୧୦୦ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସ ଅବସରରେ ଉକ୍ତ ବୃତ୍ତି ଫଳାଫଳକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି, ଯାହା ବିଜ୍ଞାନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ଫାଉଣ୍ଡେଶନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଅପରପକ୍ଷରେ ଛାତ୍ରବୃତ୍ତି ଅଧୀନରେ ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା, ପରାମର୍ଶଦାତା, ଇଣ୍ଡଷ୍ଟ୍ରି ଏକ୍ସପୋଜର ଏବଂ ଗବେଷଣା ସୁଯୋଗ ପ୍ରଦାନ କରାଯିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି,ଦେଶର ପ୍ରତିଭାବାନ ବୈଜ୍ଞାନିକ, ଇଞ୍ଜିନିୟର୍‌ ଏବଂ ଅନୁସନ୍ଧାନକାରୀ ବା ଗବେଷକମାନଙ୍କୁ ସଶକ୍ତ କରିବା, ଯାହାଦ୍ୱାରା ସେମାନେ ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ। ଚଳିତ ବର୍ଷ ସାରା ଦେଶର ୪୪ ଟି ପ୍ରମୁଖ ଅନୁଷ୍ଠାନରୁ ଛାତ୍ରୀଛାତ୍ରୀ ଚୟନ କରାଯାଇଥିଲା। ଚୟନ ପ୍ରକ୍ରିୟାରେ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାଗତ ଉକତ୍ର୍ଷ, ନେତୃତ୍ୱ କ୍ଷମତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଯୋଗଦାନ ଦିଗରେ ପ୍ରତିବଦ୍ଧତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ଏପରିକି ୮ଟି ବିଭାଗର ଛାତ୍ରମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି, ଯାହା ମଧ୍ୟରେ କମ୍ପ୍ୟୁଟର ସାଇନ୍ସ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ଲାଇଫ୍‌ ସାଇନ୍ସେସ୍‌, ଇଲେକ୍ଟ୍ରିକାଲ୍‌ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ମେକାନିକାଲ୍‌ ଇଞ୍ଜିନିୟରିଂ, ଅକ୍ଷୟ ଏବଂ ନୂତନ ଶକ୍ତି, କେମିକାଲ ଇଞ୍ଜିନିୟରିଂ, ଗଣିତ ଏବଂ କମ୍ପ୍ୟୁଟିଙ୍ଗ ଭଳି ବିଷୟ ସାମିଲ ରହିଛି। ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ମୁଖପାତ୍ର କହିଛନ୍ତି, ଜାତୀୟ ବିଜ୍ଞାନ ଦିବସରେ ଆମେ ଜ୍ଞାନ ଏବଂ ନବସୃଜନର ଶକ୍ତିର ଉତ୍ସବ ପାଳନ କରୁଛୁ। ରିଲାଏନ୍ସ ଫାଉଣ୍ଡେଶନ ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବାକୁ ପ୍ରତିବଦ୍ଧ ରହିଛୁ, ଯେଉଁମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଭବିଷ୍ୟତ ସ୍ଥିର କରିବେ। ଆମର ଛାତ୍ରବୃତ୍ତିଧାରୀମାନେ ଜିଜ୍ଞାସା ଏବଂ ଉକତ୍ର୍ଷର ପ୍ରତୀକ ଏବଂ ସେମାନଙ୍କ ସଫଳତାରେ ଯୋଗଦାନ କରି ଆମେ ଗର୍ବିତ ଅଛୁ।

The post ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌ appeared first on Dharitri Odia News.