ପକ୍ଷୀକୁ ଧକ୍କା ଦେଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ, ପାଟନାରେ ହେଲା ଜରୁରୀ ଅବତରଣ

ପାଟନା ୯।୭: ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନ ପକ୍ଷୀ ସହ ଧକ୍କା ଲାଗିଛି। ଏଣୁ ବିମାନକୁ ଏୟାରପୋର୍ଟରେ  ଜରୁରୀ ଲ୍ୟାଣ୍ଡିଂ କରାଯାଇଛି। ଏହି ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ବିମାନରୁ ବାହାର କରାଯାଇଛି। ଘଟଣା ପରେ କିଛି ସମୟ ପାଇଁ ଯାତ୍ରୀ ଭୟଭୀତ ହୋଇପଡିଥିଲେ, ତେବେ ବିମାନ ସୁରକ୍ଷିତ ଲ୍ୟାଣ୍ଡିଂ କରି ଯିବାରୁ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି। ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଯେ ସମସ୍ତ ୧୭୫ ଜଣ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି। ପାଟନା ବିମାନ ବନ୍ଦର ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ପାଟନା-ଦିଲ୍ଲୀ ଆଇଜିଓ ୫୦୦୯ ଉଡାଣ ଆକାଶରେ ପକ୍ଷୀ ସହ ଧକ୍କା ଲାଗିବାର ସୂଚନା ଦେଇଥିଲା। ନିରୀକ୍ଷଣ ବେଳେ ରନୱେରେ ଏକ ମୃତ ପକ୍ଷୀ ମିଳିଛି। ଆପ୍ରୋଚ କଣ୍ଟ୍ରୋଲ ୟୁନିଟ ଏ ନେଇ ବିମାନକୁ ସୂଚନା ଦେଇଥିଲା ଓ ବିମାନକୁ ଫେରାଇ ଆଣିବାକୁ କୁହାଯାଇଥିଲା। ସେହି ଅନୁସାରେ ବିମାନଟି ରନୱେ ନମ୍ବର ୭ରେ ସୁରକ୍ଷିତ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଉଡାଣର ନିରୀକ୍ଷଣ କରାଯିବ। ବିମାନ କମ୍ପାନୀ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବେ। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ରାଞ୍ଚୀ ଯାଉଥିବା ଇଣ୍ଡିଗୋର ଯାତ୍ରୀ ବିମାନ ସହ ଏକ ପକ୍ଷୀ ଧକ୍କା ହୋଇଥିଲା। ଏଥି ଯୋଗୁ

ପକ୍ଷୀକୁ ଧକ୍କା ଦେଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ, ପାଟନାରେ ହେଲା ଜରୁରୀ ଅବତରଣ

ପାଟନା ୯।୭: ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନ ପକ୍ଷୀ ସହ ଧକ୍କା ଲାଗିଛି। ଏଣୁ ବିମାନକୁ ଏୟାରପୋର୍ଟରେ  ଜରୁରୀ ଲ୍ୟାଣ୍ଡିଂ କରାଯାଇଛି। ଏହି ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ବିମାନରୁ ବାହାର କରାଯାଇଛି। ଘଟଣା ପରେ କିଛି ସମୟ ପାଇଁ ଯାତ୍ରୀ ଭୟଭୀତ ହୋଇପଡିଥିଲେ, ତେବେ ବିମାନ ସୁରକ୍ଷିତ ଲ୍ୟାଣ୍ଡିଂ କରି ଯିବାରୁ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି। 

ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଯେ ସମସ୍ତ ୧୭୫ ଜଣ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି। ପାଟନା ବିମାନ ବନ୍ଦର ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ପାଟନା-ଦିଲ୍ଲୀ ଆଇଜିଓ ୫୦୦୯ ଉଡାଣ ଆକାଶରେ ପକ୍ଷୀ ସହ ଧକ୍କା ଲାଗିବାର ସୂଚନା ଦେଇଥିଲା। ନିରୀକ୍ଷଣ ବେଳେ ରନୱେରେ ଏକ ମୃତ ପକ୍ଷୀ ମିଳିଛି। ଆପ୍ରୋଚ କଣ୍ଟ୍ରୋଲ ୟୁନିଟ ଏ ନେଇ ବିମାନକୁ ସୂଚନା ଦେଇଥିଲା ଓ ବିମାନକୁ ଫେରାଇ ଆଣିବାକୁ କୁହାଯାଇଥିଲା। 

ସେହି ଅନୁସାରେ ବିମାନଟି ରନୱେ ନମ୍ବର ୭ରେ ସୁରକ୍ଷିତ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଉଡାଣର ନିରୀକ୍ଷଣ କରାଯିବ। ବିମାନ କମ୍ପାନୀ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବେ। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ରାଞ୍ଚୀ ଯାଉଥିବା ଇଣ୍ଡିଗୋର ଯାତ୍ରୀ ବିମାନ ସହ ଏକ ପକ୍ଷୀ ଧକ୍କା ହୋଇଥିଲା। ଏଥି ଯୋଗୁ ବିମାନକୁ ଜରୁରି ଲ୍ୟାଣ୍ଡିଂ କରାଯାଇଥିଲା।