ସାର ଦୋକାନରେ ଏନ୍‌ଫୋର୍ସମେଣ୍ଟ କମିଟିର ଚଢାଉ

କର୍ଲାମୁଣ୍ଡା,୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସାର, କୀଟନାଶକ ଔଷଧ ଚାଷୀମାନେ ଠିକ ମୂଲ୍ୟରେ ପାଇପାରିବେ, ସେ ନେଇ ବ୍ଲକ ଏନ୍‌ଫୋର୍ସମେଣ୍ଟ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ଗାଁରେ ଚଢାଉ କରି ସାର ଦୋକାନଗୁଡ଼ିକର କାଗଜ ପତ୍ର, ଷ୍ଟକ ଆଦି ଯାଞ୍ଚ କରାଯାଇଛି। ଏଥିରେ ଏନ୍‌ଫୋର୍ସମେଣ୍ଟ କମିଟି ଅଧ୍ୟକ୍ଷ ତଥା ତହସିଲଦାର ଅରୁଣ ବର୍ଗେ, ଏଏଓ କୁମାର ଚିରଞ୍ଜିବି, ପୋଲିସ ଏସ୍‌ଆଇ ଥବୀର ବରିହା, ଗ୍ରାମ୍ୟ କୃଷି କର୍ମୀ ସନ୍ତୋଶିନୀ ବରାହ, ଏଟିଏମ୍‌ ଶ୍ୟାମ […] The post ସାର ଦୋକାନରେ ଏନ୍‌ଫୋର୍ସମେଣ୍ଟ କମିଟିର ଚଢାଉ appeared first on Dharitri Odia News.

ସାର ଦୋକାନରେ ଏନ୍‌ଫୋର୍ସମେଣ୍ଟ କମିଟିର ଚଢାଉ

କର୍ଲାମୁଣ୍ଡା,୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସାର, କୀଟନାଶକ ଔଷଧ ଚାଷୀମାନେ ଠିକ ମୂଲ୍ୟରେ ପାଇପାରିବେ, ସେ ନେଇ ବ୍ଲକ ଏନ୍‌ଫୋର୍ସମେଣ୍ଟ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ଗାଁରେ ଚଢାଉ କରି ସାର ଦୋକାନଗୁଡ଼ିକର କାଗଜ ପତ୍ର, ଷ୍ଟକ ଆଦି ଯାଞ୍ଚ କରାଯାଇଛି।

ଏଥିରେ ଏନ୍‌ଫୋର୍ସମେଣ୍ଟ କମିଟି ଅଧ୍ୟକ୍ଷ ତଥା ତହସିଲଦାର ଅରୁଣ ବର୍ଗେ, ଏଏଓ କୁମାର ଚିରଞ୍ଜିବି, ପୋଲିସ ଏସ୍‌ଆଇ ଥବୀର ବରିହା, ଗ୍ରାମ୍ୟ କୃଷି କର୍ମୀ ସନ୍ତୋଶିନୀ ବରାହ, ଏଟିଏମ୍‌ ଶ୍ୟାମ ପଦ ଭଞ୍ଜ ପ୍ରମୁଖ ବୋରପଦର, ସାପଲହରା, କର୍ଲାମୁଣ୍ଡା ପଞ୍ଚାୟତ ସମେତ ଅନ୍ୟାନ୍ୟ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଦୋକାନର ଲାଇସେନ୍ସ, ଏକ୍ସପାରି କୀଟନାଶକ ଔଷଧ, ବିକ୍ରୟ ଚାର୍ଟ୍‌, ଷ୍ଟକ ଆଦି ଯାଞ୍ଚ କରିଥିଲେ। ତେବେ କିଛି ଲାଇସେନ୍ସ ପ୍ରାପ୍ତ ଦୋକାନୀ ବିକ୍ରୟ ଚାର୍ଟ୍‌ ଲଗେଇ ନ ଥିବାରୁ ତୁରନ୍ତ ବିକ୍ରୟ ଚାଟ୍‌ ଲଗେଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା।

The post ସାର ଦୋକାନରେ ଏନ୍‌ଫୋର୍ସମେଣ୍ଟ କମିଟିର ଚଢାଉ appeared first on Dharitri Odia News.