ଛିଣ୍ଡିଲାନି ପେନ୍‌ସନ୍‌ ଟଙ୍କାର ଭାଗ, ବେକରେ ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା

ଭୁବନ ୦୭।୦୪ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ରାମକୃଷ୍ଣପୁର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି । ବେକରେ ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା । ମୃତକଙ୍କ ନାମ ପ୍ରସନ୍ନ ସେଠୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ପ୍ରସନ୍ନ ସେଠୀ ଜଣେ ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ । ମାସକୁ ଅତିକମ୍‌ରେ ୩୦ ହଜାର ଟଙ୍କା ପେନ୍‌ସନ୍‌ ପାଇଥାନ୍ତି । ଘରେ ସ୍ତ୍ରୀ, ଏକାମାତ୍ର ପୁଅ, ନାତି ଓ ପୁତ୍ର ବଧୂ ରୁହନ୍ତି । ପେନ୍‌ସନ୍‌ ଆସିଲେ ମାସ ଶେଷରେ ପୁଅ ଏବଂ ନାତିଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଥାଏ । ଯଦି ନହୁଏ , ତେବେ ପରିବାରରେ ଝଗଡ଼ା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହିକ୍ରମରେ ଶନିବାର ରାତିରେ ପେନ୍‌ସନ୍‌ ଟଙ୍କାକୁ ନେଇ ପ୍ରସନ୍ନ ଓ ପୁଅ, ନାତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ସହ୍ୟ କରିନପାରି ଘର ପଛପଟେ ଥିବା ଆମ୍ବ ଗଛରେ ରଶି ଲଗାଇ ଝୁଲିପଡିଲେ ପ୍ରସନ୍ନ । ରବିବାର ସକାଳେ ପରିବାର ଲୋକେ ପ୍ରସନ୍ନଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହାପରେ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।    

ଛିଣ୍ଡିଲାନି ପେନ୍‌ସନ୍‌ ଟଙ୍କାର ଭାଗ, ବେକରେ ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା

ଭୁବନ ୦୭।୦୪ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ରାମକୃଷ୍ଣପୁର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି । ବେକରେ ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା । ମୃତକଙ୍କ ନାମ ପ୍ରସନ୍ନ ସେଠୀ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ପ୍ରସନ୍ନ ସେଠୀ ଜଣେ ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ । ମାସକୁ ଅତିକମ୍‌ରେ ୩୦ ହଜାର ଟଙ୍କା ପେନ୍‌ସନ୍‌ ପାଇଥାନ୍ତି । ଘରେ ସ୍ତ୍ରୀ, ଏକାମାତ୍ର ପୁଅ, ନାତି ଓ ପୁତ୍ର ବଧୂ ରୁହନ୍ତି । ପେନ୍‌ସନ୍‌ ଆସିଲେ ମାସ ଶେଷରେ ପୁଅ ଏବଂ ନାତିଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଥାଏ । ଯଦି ନହୁଏ , ତେବେ ପରିବାରରେ ଝଗଡ଼ା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହିକ୍ରମରେ ଶନିବାର ରାତିରେ ପେନ୍‌ସନ୍‌ ଟଙ୍କାକୁ ନେଇ ପ୍ରସନ୍ନ ଓ ପୁଅ, ନାତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ସହ୍ୟ କରିନପାରି ଘର ପଛପଟେ ଥିବା ଆମ୍ବ ଗଛରେ ରଶି ଲଗାଇ ଝୁଲିପଡିଲେ ପ୍ରସନ୍ନ । ରବିବାର ସକାଳେ ପରିବାର ଲୋକେ ପ୍ରସନ୍ନଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହାପରେ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।