ଅଭ୍ୟୁଦୟ ଆଇସିସିର ନୂଆ ସଭାପତି

ନୂଆଦିଲ୍ଲୀ,୨୨।୧୦: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ନୂତନ ସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନୋନୀତ ହୋଇଛନ୍ତି। ଏପରିକି ଆଇସିସିର ବାର୍ଷିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଭ୍ୟୁଦୟଙ୍କୁ ନୂଆ ସଭାପତି ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ୨୦୦ରୁ ଅଧିକ ଶିଳ୍ପପତି, ସରକାରୀ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆଇସିସି ପ୍ରଖ୍ୟାତ ଅଭିନେତ୍ରୀ, […] The post ଅଭ୍ୟୁଦୟ ଆଇସିସିର ନୂଆ ସଭାପତି appeared first on Dharitri Odia News.

ଅଭ୍ୟୁଦୟ ଆଇସିସିର ନୂଆ ସଭାପତି

ନୂଆଦିଲ୍ଲୀ,୨୨।୧୦: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ନୂତନ ସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନୋନୀତ ହୋଇଛନ୍ତି। ଏପରିକି ଆଇସିସିର ବାର୍ଷିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଭ୍ୟୁଦୟଙ୍କୁ ନୂଆ ସଭାପତି ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ୨୦୦ରୁ ଅଧିକ ଶିଳ୍ପପତି, ସରକାରୀ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆଇସିସି ପ୍ରଖ୍ୟାତ ଅଭିନେତ୍ରୀ, ପଦ୍ମଭୂଷଣ ଶର୍ମିଳା ଟାଗୋରଙ୍କୁ ସମ୍ମାନିତ କରିଥିଲା।
ଏ ସମ୍ପର୍କରେ ଅଭ୍ୟୁଦୟ ଜିନ୍ଦଲ କହିଥିଲେ, ପ୍ରାୟ ଏକ ଶତାବ୍ଦୀ ଧରି ଭାରତର ଆର୍ଥତ୍କ ପରିଦୃଶ୍ୟକୁ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସର ନେତୃତ୍ୱ ଅବସର ପାଇ ମୁଁ ଅତ୍ୟନ୍ତ ଉତ୍ସାହିତ ଅଛି। ଏପରିକି ମିଳିତ ଭାବେ ଆମେ ୨୦୪୭ ସୁଦ୍ଧା ୩୫ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ଭାରତର ଟାର୍ଗେଟକୁ ସମର୍ଥନ କରୁଥିବା ଏକ ଶକ୍ତିଶାଳୀ, ଅଧିକ ସ୍ଥିର ଅର୍ଥନୀତି ଗଠନ କରିବୁ। ଅଭ୍ୟୁଦୟ ଜିନ୍ଦଲ ନିକଟରେ ଆଇସିସିର ଉପସଭାପତି ଭାବେ ଦାୟିତ୍ୱ ବହନ କରୁଥିଲେ।

The post ଅଭ୍ୟୁଦୟ ଆଇସିସିର ନୂଆ ସଭାପତି appeared first on Dharitri Odia News.