ଭାରତ ବନ୍ଦ ଡାକରାକୁ ସଫଳ ପାଇଁ ଆହ୍ବାନ

ଛତ୍ରପୁର,୧୯ା୮(ଦିଲ୍ଲୀପ ସାମଲ)-ସୁପ୍ରିମ କୋର୍ଟ ଦ୍ୱାରା ଆରକ୍ଷଣର ଉପ ବର୍ଗୀକରଣ ଓ କ୍ରିମିଲେୟର ଆଦେଶ ମଞ୍ଜୁର ନାହିଁ । ଏହାକୁ ତତ୍କାଳ ପ୍ରତ୍ୟାହାର କରିବା, କେନ୍ଦ୍ର ସରକାର ଶୀଘ୍ର ସମ୍ବିଧାନ ସଂଶୋଧନକରି ଆରକ୍ଷଣକୁ ସୁରକ୍ଷିତ କରିବା, ସରକାରୀ ଜମିରେ ଦୀର୍ଘ ଦିନ ଧରି ରହୁଥିବା ପରିବାରଙ୍କ ଘରେ ବୁଲ୍‌ଡୋଜର ଚଳାଇବା ଆଦେଶ ପ୍ରତ୍ୟାହାର କରିବା ଆଦି ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ନିମନ୍ତେ […] The post ଭାରତ ବନ୍ଦ ଡାକରାକୁ ସଫଳ ପାଇଁ ଆହ୍ବାନ appeared first on Dharitri Odia News.

ଭାରତ ବନ୍ଦ ଡାକରାକୁ ସଫଳ ପାଇଁ ଆହ୍ବାନ

ଛତ୍ରପୁର,୧୯ା୮(ଦିଲ୍ଲୀପ ସାମଲ)-ସୁପ୍ରିମ କୋର୍ଟ ଦ୍ୱାରା ଆରକ୍ଷଣର ଉପ ବର୍ଗୀକରଣ ଓ କ୍ରିମିଲେୟର ଆଦେଶ ମଞ୍ଜୁର ନାହିଁ । ଏହାକୁ ତତ୍କାଳ ପ୍ରତ୍ୟାହାର କରିବା, କେନ୍ଦ୍ର ସରକାର ଶୀଘ୍ର ସମ୍ବିଧାନ ସଂଶୋଧନକରି ଆରକ୍ଷଣକୁ ସୁରକ୍ଷିତ କରିବା, ସରକାରୀ ଜମିରେ ଦୀର୍ଘ ଦିନ ଧରି ରହୁଥିବା ପରିବାରଙ୍କ ଘରେ ବୁଲ୍‌ଡୋଜର ଚଳାଇବା ଆଦେଶ ପ୍ରତ୍ୟାହାର କରିବା ଆଦି ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ନିମନ୍ତେ ସୋମବାର ଭାରତ ମୁକ୍ତି ମୋର୍ଚ୍ଚା ଓ ସିଏସ୍‌ଡି ଗଞ୍ଜାମ ଜିଲା ଏବଂ ଭିଟାମାଟି ସୁରକ୍ଷା ଅଭିଯାନ ସଙ୍ଗଠନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଡିଆର୍‌ଡିଏ ଛକଠାରେ ଜାତୀୟ ରାଜପଥକୁ ବନ୍ଦ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି। ଏ ନେଇ ସୁମା ଦାସ, ବିଜୟ ସ୍ବାଇଁ, ଜଗନ୍ନାଥ ପ୍ରଧାନ ଓ କାଳୁ ଚରଣ ନାୟକ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

The post ଭାରତ ବନ୍ଦ ଡାକରାକୁ ସଫଳ ପାଇଁ ଆହ୍ବାନ appeared first on Dharitri Odia News.