କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଗୁରୁଡିଝାଟିଆ : କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ହରପ୍ରିୟା ବାରିକ ଯୋଗଦେଇ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ସହ ଏହା ବିପଦ ସମୟରେ ଅମୋଘ ଅସ୍ତ୍ର ଭାବରେ ସୁରକ୍ଷା ଦେଇପାରିବ ବୋଲି କହିଥିଲେ । ବରିଷ୍ଠ ଅଧ୍ୟାପିକା ସୁସ୍ମୀତା ମିଶ୍ର, ଅଧ୍ୟାପିକା ଦୀପିକା ସାହୁ, କ୍ରୀଡା ଅଧ୍ୟାପକ ଚିତ୍ରସେନ ସାହୁ […]

ଗୁରୁଡିଝାଟିଆ : କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ହରପ୍ରିୟା ବାରିକ ଯୋଗଦେଇ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ସହ ଏହା ବିପଦ ସମୟରେ ଅମୋଘ ଅସ୍ତ୍ର ଭାବରେ ସୁରକ୍ଷା ଦେଇପାରିବ ବୋଲି କହିଥିଲେ । ବରିଷ୍ଠ ଅଧ୍ୟାପିକା ସୁସ୍ମୀତା ମିଶ୍ର, ଅଧ୍ୟାପିକା ଦୀପିକା ସାହୁ, କ୍ରୀଡା ଅଧ୍ୟାପକ ଚିତ୍ରସେନ ସାହୁ ଓ ଗଣେଶ୍ୱର ଖଟୁଆ ପ୍ରମୁଖ ଯୋଗଦେଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ ।