ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ସହର ଉପକଣ୍ଠ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଜାଗୃତୀ-୧ନାମକ ଏକ ସର୍ଟଷ୍ଟେ ହୋମରୁ ୩ଜଣ ନାବାଳିକା ନିଖୋଜ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ମାମଲା ରୁଜୁ ହେବାର ଦୁଇ ସପ୍ତାହ ବିତିବା ପରେ ମଧ୍ୟ ମହିଳା ଓ ଶିଶୁ ବିକାଶ ଅଧୀନ ଜିଲା ସମାଜ କଲ୍ୟାଣ ବିଭାଗ ଏବଂ ଏହାର ଅଧିକାରୀଙ୍କ ନିକଟରେ ଖବର ନ ଥିବା ଜଣାପଡ଼ିଛି। ତେଣୁ ବିଭାଗୀୟ ଅଧିକାରୀମାନଙ୍କର ମହିଳା ଓ ଶିଶୁମାନଙ୍କ ପ୍ରତି […] The post ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ appeared first on Dharitri Odia News.

ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ସହର ଉପକଣ୍ଠ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଜାଗୃତୀ-୧ନାମକ ଏକ ସର୍ଟଷ୍ଟେ ହୋମରୁ ୩ଜଣ ନାବାଳିକା ନିଖୋଜ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ମାମଲା ରୁଜୁ ହେବାର ଦୁଇ ସପ୍ତାହ ବିତିବା ପରେ ମଧ୍ୟ ମହିଳା ଓ ଶିଶୁ ବିକାଶ ଅଧୀନ ଜିଲା ସମାଜ କଲ୍ୟାଣ ବିଭାଗ ଏବଂ ଏହାର ଅଧିକାରୀଙ୍କ ନିକଟରେ ଖବର ନ ଥିବା ଜଣାପଡ଼ିଛି। ତେଣୁ ବିଭାଗୀୟ ଅଧିକାରୀମାନଙ୍କର ମହିଳା ଓ ଶିଶୁମାନଙ୍କ ପ୍ରତି କେତେ ଆନ୍ତରିକତା ତାହା ସ୍ପଷ୍ଟ ଅନୁମେୟ। ମାମଲା ରୁଜୁ କରିଦେଇ ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୋଲିସ ନିଖୋଜ ନାବାଳିକାଙ୍କୁ ଖୋଜିବା ପାଇଁ ତପତ୍ରତା ପ୍ରକାଶ କରୁନାହାନ୍ତି। କହିବାକୁ ଗଲେ ପୋଲିସ ମାମଲା ରୁଜୁ କରି ନୀରବ ବସିବା ଘଟଣାକୁ ନେଇ ଚର୍ଚ୍ଚା ଜୋରଧରିଛି। ଏ ସଂକ୍ରାନ୍ତରେ ସଦର ଥାନାରେ କେସ୍‌ ନଂ. ୬୯୨/୨୪ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସର୍ଟଷ୍ଟେ ହୋମଗୁଡିକର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଜିଲାର ବିଭିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ନାବାଳିକା, ଯୁବତୀ ଓ ମହିଳାମାନଙ୍କୁ ରଖାଯାଉଥିବା ସର୍ଟଷ୍ଟେ ହୋମଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ଜରୁରୀ। ଯେଉଁ ସର୍ଟଷ୍ଟେ ହୋମରୁ ସମ୍ପୃକ୍ତ ନାବାଳିକା ୩ଜଣ ନିଖୋଜ ହୋଇଛନ୍ତି, ଏହାର କର୍ମକର୍ତ୍ତାମାନେ ଅନୁଷ୍ଠାନରେ ସୁରକ୍ଷା କଡ଼ାକଡ଼ି ରହିଥିବା କହୁଛନ୍ତି। ତେବେ କପରି ସମ୍ପୃକ୍ତ ନାବାଳିକାମାନେ ନିଖୋଜ ହୋଇଗଲେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପୂର୍ବ ସରକାରଙ୍କ ନିଷ୍ପତି ଅନୁଯାୟୀ ଢେଙ୍କାନାଳ ସହରରେ ଥିବା ନିରାଶ୍ରୟ ମହିଳା, ଯୁବତୀ ଏବଂ ନାବାଳିକାମାନଙ୍କୁ ଉଦ୍ଧାର ପରେ ସେମାନଙ୍କୁ ରଖାଯାଉଥିବା ସର୍ଟଷ୍ଟେଗୁଡିକୁ ଜାଗୃତୀ ୧,୨ ଓ ୩ ନାମରେ ନାମିତ କରାଯାଇଛି। ମହିଳା ଓ ଶିଶୁ ଉପତ୍ୀଡ଼ନ ନିରାକରଣ ସମ୍ପର୍କିତ ଏହା ଏକ ପ୍ରକଳ୍ପ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି। ଜାଗୃତୀ-୧ରୁ ସମ୍ପୃକ୍ତ ନାବାଳାକାମାନେ ନିଖୋଜ ହୋଇଛନ୍ତି। ସେହିପରି ଜିଲା ସମାଜ କଲ୍ୟାଣ ବିଭାଗ, ସମନ୍ବିତ ଶିଶୁ ବିକାଶ ବିଭାଗ ଏବଂ ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହି ସର୍ଟଷ୍ଟେ ହୋମଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଏବଂ କିପରି ସେଠାରେ ଅନ୍ତେବାସୀ ରହୁଛନ୍ତି, ସେ ସମ୍ପର୍କରେ ନିୟମିତ ସମୀକ୍ଷା ହେଉନାହିଁ। ଫଳରେ ଅନୁଷ୍ଠାନଗୁଡିକ ନିଜକୁ ସୁହାଇଲା ଭଳି ଅନୁଷ୍ଠାନ ପରିଚାଳନା କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସଦର ଥାନା ଅଧିକାରୀ ଦୀପକ ଲେଙ୍କା କହିଛନ୍ତି ଯେ, ନିଖୋଜ ସମ୍ପର୍କରେ ସଦର ଥାନାରେ ମାମଲା ହୋଇଛି, ଯେହେତୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରରେ ଡ୍ୟୁଟିରେ ଅଛନ୍ତି ସେଠାରୁ ଫେରିଲେ ନାବାଳିକାମାନଙ୍କୁ ଖୋଜିବା କାର୍ଯ୍ୟକ୍ରମ ହେବ। ଜିଲା ସମାଜ କଲ୍ୟାଣ ଅଧିକାରୀ ମୀତା ଶର୍ମା କହିଛନ୍ତି, ୩ ନାବାଳିକା ନିଖୋଜ ହେବା ଘଟଣା ସମ୍ପର୍କରେ ମୋତେ କେହି ଜଣାଇ ନାହାନ୍ତି କିମ୍ବା ମୁଁ ଜାଣିନାହିଁ। ସର୍ଟଷ୍ଟେ ହୋମର ସୁରକ୍ଷା ଦାୟିତ୍ୱ ଯେଉଁମାନେ ଅନୁଷ୍ଠାନ କରିଛନ୍ତି ତାଙ୍କର। ଆମର ଏଥିରେ କିଛି କରିବାର ନାହିଁ ବୋଲି କହି ଏଡ଼ାଇ ଯାଇଛନ୍ତି। ତେବେ ନିଖୋଜ ୩ ନାବାଳିକାଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣଙ୍କୁ ଜଗତପୁର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଅନ୍ୟ ୨ଜଣଙ୍କୁ ଖୋଜାଚାଲିଛି ବୋଲି ସଦର ଥାନା ଅଧିକାରୀ ଦୀପକ ଲେଙ୍କା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏକ ସର୍ଟଷ୍ଟେ ହୋମରୁ ୩ ନାବାଳିକା ନିଖୋଜ ହେବା ଘଟଣା ଜିଲା ପ୍ରଶାସନ, ପୋଲିସ, ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ସମନ୍ବିତ ଶିଶୁ ବିଭାଗର ଦାୟିତ୍ୱହୀନତାକୁ ନେଇ ଆଲୋଚନାର ବିଷୟ ହୋଇଛି।

The post ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ appeared first on Dharitri Odia News.