ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା E-KYC ଅବଧି, ଜାଣନ୍ତୁ କେତେ ତାରିଖ ଯାଏ ବଢ଼ାଇଲେ ସରକାର

ଭୁବନେଶ୍ୱର,୧୫ା୨: ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର E-KYCକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଅବଧି ଆଉ ଫେବୃଆରୀ ୧୫ ପରେ ବଢ଼ିବନି ବୋଲି ମନ୍ତ୍ରୀ ପୂର୍ବରୁ କହିଥିବା ବେଳେ ଆଜି ଏହି ଅବଧିକୁ ପୁଣି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ମନ୍ତ୍ରୀ କହିଛନ୍ତି, ନେଟ୍‌ଓ୍ବର୍କ ସମସ୍ୟା ପାଇଁ କିଛି ସ୍ଥାନରେ E-KYC ଅପଡେଟ ହୋଇପାରିନି। ଏହାକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ଦାବିକୁ […] The post ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା E-KYC ଅବଧି, ଜାଣନ୍ତୁ କେତେ ତାରିଖ ଯାଏ ବଢ଼ାଇଲେ ସରକାର appeared first on Dharitri Odia News.

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା E-KYC ଅବଧି, ଜାଣନ୍ତୁ କେତେ ତାରିଖ ଯାଏ ବଢ଼ାଇଲେ ସରକାର

ଭୁବନେଶ୍ୱର,୧୫ା୨: ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର E-KYCକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଅବଧି ଆଉ ଫେବୃଆରୀ ୧୫ ପରେ ବଢ଼ିବନି ବୋଲି ମନ୍ତ୍ରୀ ପୂର୍ବରୁ କହିଥିବା ବେଳେ ଆଜି ଏହି ଅବଧିକୁ ପୁଣି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ମନ୍ତ୍ରୀ କହିଛନ୍ତି, ନେଟ୍‌ଓ୍ବର୍କ ସମସ୍ୟା ପାଇଁ କିଛି ସ୍ଥାନରେ E-KYC ଅପଡେଟ ହୋଇପାରିନି। ଏହାକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଅବଧିକୁ ପୁଣି ବଢ଼ାଯାଇଥିବା ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ e-KYC ଓ ରାଜ୍ୟ ବାହାରୁ ୧ଲକ୍ଷ ୩୦ ହଜାର ୨୬ ଜଣ  ବାହାରେ e-KYC କରିଛନ୍ତି।

ସୂଚନାଯୋଗ୍ୟ, ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି। କିଛି ସ୍ଥାନରେ ଆଇ ସ୍କାନ୍‌ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପ୍‌ଡେଟ୍‌ କରୁଛନ୍ତି।

ଅନ୍ୟପକ୍ଷରେ ଏହି E-KYC ଅପଡେଟ୍‌କୁ ନେଇ ଚିନ୍ତାରେ ପଡ଼ିଛନ୍ତି ହିତାଧିକାରୀ। ଘରର ଅନେକ ସଦସ୍ୟ ବାହାର ରାଜ୍ୟ, ଏପରିକି ଦେଶ ବାହାରେ କାମ କରୁଛନ୍ତି। ସରକାର ନିର୍ଦ୍ଧାରିତ କରିଥିବା ମାସକ ମଧ୍ୟରେ ସମସ୍ତେ କେମିତି ଆସି ବାୟୋମେଟ୍ରିକ ଦେବେ ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଥିଲେ। ଏହି ଅବଧିକୁ ବଢ଼ାଇବା ପାଇଁ ହିତାଧିକାରୀଙ୍କ ପକ୍ଷରୁ ଜୋର୍‌ଦାର ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

The post ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା E-KYC ଅବଧି, ଜାଣନ୍ତୁ କେତେ ତାରିଖ ଯାଏ ବଢ଼ାଇଲେ ସରକାର appeared first on Dharitri Odia News.