ଛତୁ ଫୁଟିଲା ଭଳି ହସ୍ପିଟାଲ; ଆବଶ୍ୟକ ଭିତ୍ତିଭୂମି ନଥାଇ କିଭଳି ଚାଲିଛି ରୋଗୀ ସେବା ?

କାହା ପାଖରେ ଫାୟାର ଲାଇସେନ୍ସ ଓ କ୍ଲିନିକାଲ ଏଷ୍ଟାବ୍ଲେସମେଣ୍ଟ ସାର୍ଟିଫିକେଟ ଅଛି ତ ଆଉ କାହାର ନାହିଁ । ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି କିଛି ହସ୍ପିଟାଲ । 

ଛତୁ ଫୁଟିଲା ଭଳି ହସ୍ପିଟାଲ; ଆବଶ୍ୟକ ଭିତ୍ତିଭୂମି ନଥାଇ କିଭଳି ଚାଲିଛି ରୋଗୀ ସେବା ?

କଟକ ତ୍ରିଶା ହସ୍ପିଟାଲ ଅଗ୍ନିକାଣ୍ଡ ଅଘଟଣ ପରେ ଆକ୍ଟିଭ ମୋଡ଼ରେ ରାଜ୍ୟ ସରକାର । ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଗଠନ ହୋଇଛି ଯୁଗ୍ମ ଟାସ୍କ ଫୋର୍ସ। ହେଲେ ପ୍ରଶ୍ନ ଉଠୁଛି ଚିକିତ୍ସାର ହବ୍ କୁହାଯାଉଥିବା କଟକ ସହରରେ ଛତୁ ଫୁଟିଲା ଭଳି ବେଆଇନ୍ ଘରୋଇ ହସ୍ପିଟାଲ ଚାଲୁଛି କିପରି ? ଆବଶ୍ୟକ ଭିତ୍ତିଭୂମି ନଥାଇ କିଭଳି ପାଉଛନ୍ତି ଲାଇସେନ୍ସ ? ବିଜୁ ସ୍ବାସ୍ଥ୍ୟ କାର୍ଡରେ ଫାଇଦା ଉଠାଇବାକୁ ଖୋଲିଛି କି ମାଳମାଳ ନର୍ସିଂହୋମ ? । ଏଭଳି ଅନେକ ପ୍ରଶ୍ନ ଭିତରେ ବାଜିରେ ଲାଗୁଛି ଲୋକଙ୍କ ଜୀବନ।

କଟକରେ ଛତୁ ଫୁଟିଲା ଭଳି ନର୍ସିଂହୋମ ଓ ହସ୍ପିଟାଲ । କାହା ପାଖରେ ଫାୟାର ଲାଇସେନ୍ସ ଓ କ୍ଲିନିକାଲ ଏଷ୍ଟାବ୍ଲେସମେଣ୍ଟ ସାର୍ଟିଫିକେଟ ଅଛି ତ ଆଉ କାହାର ନାହିଁ । ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି କିଛି ହସ୍ପିଟାଲ । ସ୍ୱାସ୍ଥ୍ୟ ସେବା ଉପରେ ଏନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ଅଧିକାଂଶ ନର୍ସିଂହୋମ ଓ ହସ୍ପିଟାଲକୁ ଆମ୍ବୁଲାନ୍ସ ଏପରିକି ଦମକଳ ଗାଡି ଯିବା ପାଇଁ ରାସ୍ତା ନଥିଲେ ମଧ୍ୟ ଲାଇସେନ୍ସ ମିଳିଛି ।

ଅଧିକ ପଢ଼ନ୍ତୁ: କେମିତି ତ୍ରିଶା ହସ୍ପିଟାଲରେ ଲାଗିଲା ନିଆଁ ? ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ?

ତଥ୍ୟ କହୁଛି ୩୦ ବେଡ଼ରୁ ଅଧିକ ଆଇସିୟୁ ସୁବିଧା ସୁଯୋଗ ଥାଇ ୩୫ଟି ହସ୍ପିଟାଲକୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଦୁର୍ଘଟଣା ସମୟରେ ସମ୍ପୃକ୍ତ ହସ୍ପିଟାଲ ଗୁଡିକରେ ଅଗ୍ନି ନିର୍ବାପକ ସରଞ୍ଜାମ ରହୁଛି ତ ? ଠିକଣା ସମୟରେ ବ୍ୟବହାର ପାଇଁ ହସ୍ପିଟାଲ କର୍ମଚାରୀ ମାନେ ଆବଶ୍ୟକ ଟ୍ରେନିଂ ନେଉଛନ୍ତି ତ ? କଟକ ସହକାରୀ ଆଗ୍ନିକ ଅଧିକାରୀଙ୍କ କହିବା କଥା ଏସବୁ ହସ୍ପିଟାଲ ଗୁଡିକରେ ୭୫ ହଜାର ଲିଟର ଭୂତଳ ପାଣିଟାଙ୍କି, ଛାତ ଉପର ୧୦ ହଜାର ଲିଟର ପାଣିଟଙ୍କି, ୩ଟି ପାଣି ପମ୍ପ, ହୋସ ରିଲ, ସ୍ପ୍ରିଂକଲର, ଫାୟାର ଆଲାର୍ମ ରହିବା ଆବଶ୍ୟକ। ହେଲେ ଅପାତ କାଳୀନ ପରିସ୍ଥିତିରେ ସେଗୁଡିକ ଉପଯୋଗ ହେଉଛି ନା ନାହିଁ ତାହା ବଡ ପ୍ରଶ୍ନ। ଅନ୍ୟପଟେ ରାଜ୍ୟ ରୋଗୀ ଅଧିକାର ମଞ୍ଚ କହିଛି ଆବଶ୍ୟକ ଭିତ୍ତିଭୂମି ନଥାଇ BSKYର ଫାଇଦା ନେବାକୁ ମାଳମାଳ ନର୍ସିଂହୋମ ଖୋଲିଛି । ଫାୟାର ଲାଇସେନ୍ସ ପ୍ରଦାନ ବେଳେ ଏସବୁ କଡାକଡି ଯାଞ୍ଚ ହେବା ଆବଶ୍ୟକ ।

କଟକ ସହରରେ ୨୭୪ଟି ପଞ୍ଜୀକୃତ ନର୍ସିଂହୋମ ଓ ହସ୍ପିଟାଲ ଥିବାବେଳେ ଗ୍ରାମାଞ୍ଚଳରେ ୮୯ଟି ରହିଛି। ତନ୍ମଧ୍ୟରୁ ୩୦ଟି ହସ୍ପିଟାଲ ଫାୟାର ସେଫ୍ଟି ସାର୍ଟିଫିକେଟ ନେଇଥିବା ବେଳେ ୧୭୦ଟି ନର୍ସିଂହୋମ ସେଲ୍ଫ ରେଗୁଲେଟୋରି ଫାୟାର ସାର୍ଟିଫିକେଟ ସତ୍ୟପାଠ ପ୍ରଦାନ କରି ଲାଇସେନ୍ସ ନେଇଛନ୍ତି। ସେହିଭଳି କିଛି ହସ୍ପିଟାଲର ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି।

ଏପରି ସ୍ଥଳେ ରାଜ୍ୟ ସରକାର ଘରୋଇ ନର୍ସିଂହୋମ ଓ ହସ୍ପିଟାଲ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ବିଭିନ୍ନ ହସ୍ପିଟାଲ ପାଇଁ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ଗଠନ କରିଛନ୍ତି।ସହରାଞ୍ଚଳରେ ମହାନଗର ନିଗମର କମିଶନର ଓ ଜିଲ୍ଲା ଗୁଡିକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହେବ। ଯେଉଁଥିରେ ଜିଲ୍ଲାପାଳ,ଏସପି, ଡିସିପି, ମ୍ୟୁନସିପାଲଟି କମିଶନର,ସିଡିଏମଓ, ଫାୟାର ଅଫିସର ଓ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ରହିବେ।