Raja Festival: ରଜପର୍ବ ପାଳନ ପଛର କାହାଣୀ ଓ ଢ଼ଗଢ଼ମାଳି
ରଜ ପର୍ବରେ ଦୋଳି ଉପରେ ବା ସାଙ୍ଗସାଥୀ ମେଳରେ ବୋଲା ଯାଉଥିବା ଗୀତର ମାଧୁର୍ଯ୍ୟ ଅନନ୍ୟ । ଏହି ରଜଗୀତ କାହିଁ କେଉଁ ଅନାଦି କାଳରୁ ଆମରି ଗାଆଁଗହଳିରେ ଜନ୍ମ ନେଇଥିଲା । ବିଶେଷ କରି ତରୁଣୀମାନେ ଦୋଳି ଖେଳ ସମୟରେ ନିଜର ସାଥୀ ମାନଙ୍କୁ, ପ୍ରେମିକମାନଙ୍କୁ ବା ଭାଉଜମାନଙ୍କୁ ଲକ୍ଷ୍ୟକରି ଖୁସିରେ ଗୀତଗାଇ ଚାଲନ୍ତି।