ଜସପ୍ରୀତ ବୁମ୍ରାଙ୍କ ଆଦର୍ଶ କିଏ? ଗୁମର ଖୋଲିଲେ ଘାତକ ବୋଲର
ନୂଆଦିଲ୍ଲୀ ୧୭/୦୮: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା । ଦୁନିଆର ସବୁଠାରୁ ଘାତକ ବୋଲର । କିନ୍ତୁ ଏହି ସ୍ଥାନରେ ପହଞ୍ଚିବାକୁ ତାଙ୍କ ଯାତ୍ରା ଏତେ ସହଜ ନଥିଲା । ବେଶ୍ କଠିନ ଥିଲା ତାଙ୍କ ସଂଘର୍ଷମୟ ଜୀବନ । ନିକଟରେ ଅହମ୍ମଦାବାଦରେ କାର୍ଯ୍ୟକ୍ରମରେ ବୁମରା ତାଙ୍କ ଜୀବନର ଅନେକ ଅଜଣା ଦିଗ ଉପରେ ଆଲୋଚନା କରିଥିଲେ । କ୍ରିକେଟ୍ ଖେଳପାଇଁ ସେ କିପରି ତାଙ୍କ ମାଙ୍କ ଠାରୁ ଗାଳିଗୁଲଜ ସହୁଥିଲେ । କେମିତି ତାଙ୍କୁ କ୍ରିକେଟ୍ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ମାଆ । ଆଉ ଗାଳିମାଡରୁ ଧୀରେ ଧୀରେ ତାଙ୍କ ମାଆ ତାଙ୍କ ପାଇଁ ପାଲଟିଯାଇଥିଲେ ଆଦର୍ଶ । ପିଲାଦିନେ ବୁମରାଙ୍କ ମାଆ ଚାହୁଁ ନଥିଲେ ଯେ ସେ କ୍ରିକେଟ୍ ଖେଳନ୍ତୁ । ଯେଉଁଥିପାଇଁ ସେ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ। ବୁମରା କହିଛନ୍ତି, "ମୁଁ ଅଧିକ ରେଗୁଲାର ତାଲିମ ପାଇ ନଥିଲି । କାରଣ ଦଶମ ଶ୍ରେଣୀ ଶେଷ ନହେବା ପର୍ଯ୍ୟନ୍ତ ମୋ କ୍ରିକେଟ୍ ଖେଳିବାକୁ ଦେଇନଥିଲେ ମାଆ । ମାଆଙ୍କୁ ଲାଗିଥିଲା କ୍ରିକେଟ ଖେଳିଲେ ପାଠ ପଢାରେ ଅଧିକ ଧ୍ୟାନ ଦେଇପାରିବେନି । ତେଣୁ ଶିଖିବାର ଏକମାତ୍ର ମାଧ୍ୟମ ଥିଲା ଟେଲିଭିଜନ । ଯେତେବେଳେ ଜଣେ ବୋଲର ୱିକେଟ୍ ନେଇଥିଲେ, ମୁଁ ତାଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରିଥିଲି । କାରଣ ମୋର ନିଜର କୌଣସି ବିଶେଷ ବୋଲିଂ ଆକ୍ସନ୍ ନଥିଲା । ଏହିପରି ଭାବରେ, ବିଭିନ୍ନ ବୋଲିଂ ଶୈଳୀକୁ ନକଲ କରିଥିଲେ । ଧୀରେ ଧୀରେ ଏହା ମୋର ଅଭ୍ୟାସର
ନୂଆଦିଲ୍ଲୀ ୧୭/୦୮: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା । ଦୁନିଆର ସବୁଠାରୁ ଘାତକ ବୋଲର । କିନ୍ତୁ ଏହି ସ୍ଥାନରେ ପହଞ୍ଚିବାକୁ ତାଙ୍କ ଯାତ୍ରା ଏତେ ସହଜ ନଥିଲା । ବେଶ୍ କଠିନ ଥିଲା ତାଙ୍କ ସଂଘର୍ଷମୟ ଜୀବନ । ନିକଟରେ ଅହମ୍ମଦାବାଦରେ କାର୍ଯ୍ୟକ୍ରମରେ ବୁମରା ତାଙ୍କ ଜୀବନର ଅନେକ ଅଜଣା ଦିଗ ଉପରେ ଆଲୋଚନା କରିଥିଲେ । କ୍ରିକେଟ୍ ଖେଳପାଇଁ ସେ କିପରି ତାଙ୍କ ମାଙ୍କ ଠାରୁ ଗାଳିଗୁଲଜ ସହୁଥିଲେ ।
କେମିତି ତାଙ୍କୁ କ୍ରିକେଟ୍ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ମାଆ । ଆଉ ଗାଳିମାଡରୁ ଧୀରେ ଧୀରେ ତାଙ୍କ ମାଆ ତାଙ୍କ ପାଇଁ ପାଲଟିଯାଇଥିଲେ ଆଦର୍ଶ । ପିଲାଦିନେ ବୁମରାଙ୍କ ମାଆ ଚାହୁଁ ନଥିଲେ ଯେ ସେ କ୍ରିକେଟ୍ ଖେଳନ୍ତୁ । ଯେଉଁଥିପାଇଁ ସେ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ। ବୁମରା କହିଛନ୍ତି, "ମୁଁ ଅଧିକ ରେଗୁଲାର ତାଲିମ ପାଇ ନଥିଲି । କାରଣ ଦଶମ ଶ୍ରେଣୀ ଶେଷ ନହେବା ପର୍ଯ୍ୟନ୍ତ ମୋ କ୍ରିକେଟ୍ ଖେଳିବାକୁ ଦେଇନଥିଲେ ମାଆ ।
ମାଆଙ୍କୁ ଲାଗିଥିଲା କ୍ରିକେଟ ଖେଳିଲେ ପାଠ ପଢାରେ ଅଧିକ ଧ୍ୟାନ ଦେଇପାରିବେନି । ତେଣୁ ଶିଖିବାର ଏକମାତ୍ର ମାଧ୍ୟମ ଥିଲା ଟେଲିଭିଜନ । ଯେତେବେଳେ ଜଣେ ବୋଲର ୱିକେଟ୍ ନେଇଥିଲେ, ମୁଁ ତାଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରିଥିଲି । କାରଣ ମୋର ନିଜର କୌଣସି ବିଶେଷ ବୋଲିଂ ଆକ୍ସନ୍ ନଥିଲା । ଏହିପରି ଭାବରେ, ବିଭିନ୍ନ ବୋଲିଂ ଶୈଳୀକୁ ନକଲ କରିଥିଲେ । ଧୀରେ ଧୀରେ ଏହା ମୋର ଅଭ୍ୟାସରେ ପରିଣତ ହୋଇଗଲା ।
ସେ କହିଛନ୍ତି, ମୁଁ ବାମହାତୀ ବୋଲରଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲି । ଏହା ପରେ ନିଜେ ମୁଁ ବାମ ହାତରେ ମଧ୍ୟ ବୋଲିଂ କରିବାକୁ ଚେଷ୍ଟା କରିଥିଲି । ମୁଁ ଦୁଇ ହାତରେ ବୋଲିଂ କରିପାରିବି, କିନ୍ତୁ ସ୍ପିଡରେ ଟିକିଏ ପାର୍ଥକ୍ୟ ରହିବ । ତେଣୁ ଜସପ୍ରୀତ ବୁମରାଙ୍କ ଆଦର୍ଶ ହେଉଛି ସେହି ସମସ୍ତ ବୋଲର ଯାହାଙ୍କୁ ସେ ଟିଭି ପରଦାରେ ଦେଖିଥିଲେ, ଯିଏ ତାଙ୍କ କଳ୍ପନାକୁ ଡେଣା ଦେଇଥିଲେ ଏବଂ ତାଙ୍କୁ ଦୁନିଆର ସବୁଠାରୁ ବିପଜ୍ଜନକ ବୋଲର ଭାବରେ ପରିଣତ କରିଥିଲେ ।