ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ, ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

କୋରାପୁଟ ୦୫/୧୧: ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ । ବିଳମ୍ୱିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ବହୁଦିନ ହେଲା ସେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ତେଣୁ ଅସୁସ୍ଥତା କାରଣରୁ କିଛି ଦିନ ତଳେ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ସୂଚନା ଥାଉକି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତରାମ ମାଝୀଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର । ବାପାଙ୍କ ବିୟୋଗ ପରେ ୨୦୦୭ ମସିହାରେ ହୋଇଥିବା ଉପନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଶେଷ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ଭାଇ ଦୀପୁ ମାଝୀ, ଭଉଣୀ ତଥା ବିଜେଡି ନେତ୍ରୀ ଅନୁସୂୟା ମାଝୀ, ପତ୍ନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।ସେପଟେ ଅକାଳ ବିୟୋଗରେ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ରାୟଗଡ଼ା ବିଧାୟକ ଆପାଲସ୍ବାମୀ କାଡ୍ରାକା, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା, ଝୁନା ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ, ଅଜିତ ଦାସ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଅମୀୟ ସ୍ବାଇଁ ଓ ଚନ୍ଦ୍ରକାନ୍ତ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ, ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

କୋରାପୁଟ ୦୫/୧୧: ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ । ବିଳମ୍ୱିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ବହୁଦିନ ହେଲା ସେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ତେଣୁ ଅସୁସ୍ଥତା କାରଣରୁ କିଛି ଦିନ ତଳେ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। 

ସୂଚନା ଥାଉକି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତରାମ ମାଝୀଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର । ବାପାଙ୍କ ବିୟୋଗ ପରେ ୨୦୦୭ ମସିହାରେ ହୋଇଥିବା ଉପନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଶେଷ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ଭାଇ ଦୀପୁ ମାଝୀ, ଭଉଣୀ ତଥା ବିଜେଡି ନେତ୍ରୀ ଅନୁସୂୟା ମାଝୀ, ପତ୍ନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ସେପଟେ ଅକାଳ ବିୟୋଗରେ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ରାୟଗଡ଼ା ବିଧାୟକ ଆପାଲସ୍ବାମୀ କାଡ୍ରାକା, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା, ଝୁନା ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ, ଅଜିତ ଦାସ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଅମୀୟ ସ୍ବାଇଁ ଓ ଚନ୍ଦ୍ରକାନ୍ତ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।