Youtube ରୁ ୩୫ ଲକ୍ଷ, ୬୦ କୋଟି ଟଙ୍କାର ନେଟ୍ୱର୍ଥ ; ଜାଣନ୍ତୁ ରଣବୀର ଆଲ୍ଲାହାବାଦିଆଙ୍କ ବିଳାଶପୂର୍ଣ୍ଣ ଲାଇଫଷ୍ଟାଇଲ
ମୁମ୍ଵାଇ ୧୧।୦୨; ରଣବୀର ଆଲ୍ଲାହାବାଦିଆ ଭାରତର ଲୋକପ୍ରିୟ ୟୁଟ୍ୟୁବର୍ସମାନଙ୍କ ମଧ୍ୟରୁ ଜଣେ। ନିଜ ପଡକାଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ବଡ଼ ବଡ଼ ବ୍ୟକ୍ତିତ୍ବଙ୍କୁ ପଡକାଷ୍ଟକୁ ଡାକି ନିଜ ପ୍ରଶଂସକଙ୍କୁ ବିଭିନ୍ନ କ୍ଷେତ୍ର ବିଷୟରେ ଅବଗତ କରାଉଥିବା ରଣବୀର ଏବେ ବିବାଦରେ। ୟୁଟ୍ୟୁବରେ ପ୍ରସାରିତ କମେଡି ସୋ’ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'କୁ ଯାଇ ସେ ପଚାରିଥିବା ପ୍ରଶ୍ନ ପାଇଁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦିଆଯିବା ସହ ତାଙ୍କୁ ବଏକଟ ପାଇଁ ଦାବି କରାଯାଉଥିବା ଦେଖି କ୍ଷମା ମାଗିଛନ୍ତି ରଣବୀର।ରଣବୀର ଆଲ୍ଲାହାବାଦିଆ ତାଙ୍କର ପ୍ରାଥମିକ ଶିକ୍ଷା ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ କରିଥିଲେ। ପରେ ସେ ମୁମ୍ବାଇର ଦ୍ୱାରକା ଦାସ ଜେ. ସାଂଘଭି ଇଞ୍ଜିନିୟରିଂ କଲେଜରୁ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ, ଯେଉଁଠାରେ ସେ ଟେଲିକମ୍ୟୁନିକେସନ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ସେ ସ୍କୁଲରେ ପଢ଼ୁଥିବା ସମୟରେ ହିଁ ତାଙ୍କର YouTube ଯାତ୍ରା ଆରମ୍ଭ କରିଥିଲେ।ରଣବୀର ଆଲ୍ଲାହାବାଦିଆ ସବୁଠାରୁ ଲୋକପ୍ରିୟ କ୍ରିଏଟର ଏବଂ ଇନଫ୍ଲୁଏନ୍ସରଙ୍କ ମଧ୍ୟରୁ ଜଣେ। ତାଙ୍କର ନିଜସ୍ୱ ୭ଟି YouTube ଚ୍ୟାନେଲ ଅଛି। ଏମାନଙ୍କ ମଧ୍ୟରୁ, BeerBiceps ବହୁତ ଟ୍ରେଣ୍ଡିଂ ହୋଇଛି। ତାଙ୍କର YouTube ଚ୍ୟାନେଲରେ ୧୨ ମିଲିୟନ ସବସ୍କ୍ରାଇବର୍ ଅଛ
ମୁମ୍ଵାଇ ୧୧।୦୨; ରଣବୀର ଆଲ୍ଲାହାବାଦିଆ ଭାରତର ଲୋକପ୍ରିୟ ୟୁଟ୍ୟୁବର୍ସମାନଙ୍କ ମଧ୍ୟରୁ ଜଣେ। ନିଜ ପଡକାଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ବଡ଼ ବଡ଼ ବ୍ୟକ୍ତିତ୍ବଙ୍କୁ ପଡକାଷ୍ଟକୁ ଡାକି ନିଜ ପ୍ରଶଂସକଙ୍କୁ ବିଭିନ୍ନ କ୍ଷେତ୍ର ବିଷୟରେ ଅବଗତ କରାଉଥିବା ରଣବୀର ଏବେ ବିବାଦରେ। ୟୁଟ୍ୟୁବରେ ପ୍ରସାରିତ କମେଡି ସୋ’ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'କୁ ଯାଇ ସେ ପଚାରିଥିବା ପ୍ରଶ୍ନ ପାଇଁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦିଆଯିବା ସହ ତାଙ୍କୁ ବଏକଟ ପାଇଁ ଦାବି କରାଯାଉଥିବା ଦେଖି କ୍ଷମା ମାଗିଛନ୍ତି ରଣବୀର।

ରଣବୀର ଆଲ୍ଲାହାବାଦିଆ ତାଙ୍କର ପ୍ରାଥମିକ ଶିକ୍ଷା ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ କରିଥିଲେ। ପରେ ସେ ମୁମ୍ବାଇର ଦ୍ୱାରକା ଦାସ ଜେ. ସାଂଘଭି ଇଞ୍ଜିନିୟରିଂ କଲେଜରୁ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ, ଯେଉଁଠାରେ ସେ ଟେଲିକମ୍ୟୁନିକେସନ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ସେ ସ୍କୁଲରେ ପଢ଼ୁଥିବା ସମୟରେ ହିଁ ତାଙ୍କର YouTube ଯାତ୍ରା ଆରମ୍ଭ କରିଥିଲେ।

ରଣବୀର ଆଲ୍ଲାହାବାଦିଆ ସବୁଠାରୁ ଲୋକପ୍ରିୟ କ୍ରିଏଟର ଏବଂ ଇନଫ୍ଲୁଏନ୍ସରଙ୍କ ମଧ୍ୟରୁ ଜଣେ। ତାଙ୍କର ନିଜସ୍ୱ ୭ଟି YouTube ଚ୍ୟାନେଲ ଅଛି। ଏମାନଙ୍କ ମଧ୍ୟରୁ, BeerBiceps ବହୁତ ଟ୍ରେଣ୍ଡିଂ ହୋଇଛି। ତାଙ୍କର YouTube ଚ୍ୟାନେଲରେ ୧୨ ମିଲିୟନ ସବସ୍କ୍ରାଇବର୍ ଅଛନ୍ତି।

ୟୁଟ୍ୟୁବ୍ ବ୍ୟତୀତ, ରଣବୀର ଟାଲେଣ୍ଟ ଏବଂ ଇନ୍ଫ୍ଲୁଏନ୍ସର ମାର୍କେଟିଂ ଏଜେନ୍ସିରୁ ମଧ୍ୟ ରୋଜଗାର କରନ୍ତି। ଏହା ବ୍ୟତୀତ ସେ ମୋଙ୍କେ ଏଣ୍ଟରଟେନମେଣ୍ଟର ସହ-ପ୍ରତିଷ୍ଠାତା ମଧ୍ୟ। ସେ ବିୟରବାଇସେପ୍ସ ସ୍କିଲହାଉସ୍, ରାଜ ଏବଂ ଲେଭଲ୍ ମାଇଣ୍ଡ ବଡି ସ୍ଲିପ୍ ଜର୍ଣ୍ଣାଲ୍ ମଧ୍ୟ ଲଞ୍ଚ କରିଥିଲେ।

ରଣବୀରଙ୍କ ୟୁଟ୍ୟୁବ୍ ଭିଡିଓ ଗୁଡ଼ିକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିଥାଏ। ଯାହାଦ୍ୱାରା ସେମାନେ ପ୍ରଚୁର ଟଙ୍କା ରୋଜଗାର କରନ୍ତି। ରଣବୀର ଅନେକ ବ୍ରାଣ୍ଡର ପ୍ରମୋସନ ପାଇଁ ମଧ୍ୟ କାମ କରନ୍ତି। ରଣବୀର ଆଲ୍ଲାହାବାଦିଆଙ୍କ ମୋଟ ସମ୍ପତ୍ତି ୨୦୨୪ ସୁଦ୍ଧା ପ୍ରାୟ ୬୦ କୋଟି ଟଙ୍କା ହୋଇପାରେ। ୟୁଟ୍ୟୁବ୍ ଚ୍ୟାନେଲ ଏବଂ ବ୍ୟବସାୟିକରୁ ତାଙ୍କର ମାସିକ ଆୟ ପ୍ରାୟ ୫୩ ଲକ୍ଷ ଟଙ୍କା ଆସେ। ଆଲ୍ଲାହାବାଦିଆ କାରକୁ ସେତେ ପସନ୍ଦ କରନ୍ତି ନାହିଁ । ତାଙ୍କ ପାଖରେ କେବଳ ଗୋଟିଏ କାର ଅଛି । ତାହା ପୁଣି ଏକ ସ୍କୋଡା କୋଡିଆକ୍। ଆନ୍ତର୍ଜାତୀୟ ବଜାରରେ ଏହି କାରର ମୂଲ୍ୟ $୩୫,୬୦୦ ରୁ $୪୬,୦୯୦ ମଧ୍ୟରେ ଏବଂ ଭାରତରେ ଏହାର ମୂଲ୍ୟ ୩୪ ଲକ୍ଷ ଟଙ୍କା।