ପାକିସ୍ତାନ ବିରୋଧରେ ‘ଅପରେସନ ସିନ୍ଦୂର’ କେବଳ ସ୍ଥଗିତ ରହିଛି- ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରକୁ ସ୍ଥଗିତ ରଖାଯାଇଛି । ପାକ୍ ସେନା ପୁଣି ଥରେ ସିଜ୍‌ଫାୟାର ନିୟମ ଉଲ୍ଲଙ୍ଘନ କଲେ ପୁଣି ଥରେ ମିଲିଟାରୀ ଆକ୍ସନ ଆରମ୍ଭ ହେବ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କିଛି କହିଛନ୍ତି । ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଅପରେସନ ସିନ୍ଦୂର ମାଆ-ଭଉଣୀଙ୍କୁ ସମର୍ପିତ:ପାକିସ୍ତାନ ବିରୋଧରେ ଭାରତର ଆକ୍ସନ କେବଳ ସ୍ଥଗିତ ରହିଛି । ପିଏମ୍ ମୋଦ ସମ୍ବୋଧନ ଆରମ୍ଭରୁ ଭାରତୀୟ ସେନା, ସଶସ୍ତ୍ରବଳ, ଗୁଇନ୍ଦା ଏଜେନ୍ସି, ବୈଜ୍ଞାନିକଙ୍କୁ ଦେଶବାସୀଙ୍କ ତରଫରୁ ସ୍ୟାଲୁଟ୍ କରିଥିଲେ । ଦେଶର ବୀର ଯବାନ ଅପରେସନ ସିନ୍ଦୂରକୁ ଲକ୍ଷ୍ୟ ପର୍ଯ୍ୟନ୍ତ ଅସୀମ ଧୈର୍ଯ୍ୟର ସହ ନେଇଯାଇଥିଲେ । ସେମାନଙ୍କ ବୀରତା, ସାହାସ ଓ ପରାକ୍ରମ ଆଜି ଆମ ଦେଶର ମାଆ, ଉଭଣୀଙ୍କୁ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେନାର ହାତ ଖୋଲି ଦିଆଯାଇଛି:ପିଏମ ମୋଦି କହିଥିଲେ, ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରକାଣ୍ଡ ଭିଆଇଥିଲେ ତାହା କେବଳ ଦେଶ ନୁହେଁ ବିଶ୍ୱକୁ ଯନ୍ତ୍ରଣା ଦେଇଥିଲା । ଛୁଟିଦିନ ପାଳିବାକୁ ଯାଇଥିବା ନିର୍ଦ୍ଦୋଷ ନାଗରିକଙ୍କୁ ଧର୍ମ ପଚାରି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହାକୁ ନେଇ ସାରା ଦେଶରେ ଆକ୍ରୋଶର ନିଆଁ ଜଳିଥିଲା । ଆତଙ୍କବାଦୀ କଠୋର ଶାସ

ପାକିସ୍ତାନ ବିରୋଧରେ ‘ଅପରେସନ ସିନ୍ଦୂର’ କେବଳ ସ୍ଥଗିତ ରହିଛି- ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରକୁ ସ୍ଥଗିତ ରଖାଯାଇଛି । ପାକ୍ ସେନା ପୁଣି ଥରେ ସିଜ୍‌ଫାୟାର ନିୟମ ଉଲ୍ଲଙ୍ଘନ କଲେ ପୁଣି ଥରେ ମିଲିଟାରୀ ଆକ୍ସନ ଆରମ୍ଭ ହେବ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କିଛି କହିଛନ୍ତି । ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଜାରି ରହିବ । 

ଅପରେସନ ସିନ୍ଦୂର ମାଆ-ଭଉଣୀଙ୍କୁ ସମର୍ପିତ:

ପାକିସ୍ତାନ ବିରୋଧରେ ଭାରତର ଆକ୍ସନ କେବଳ ସ୍ଥଗିତ ରହିଛି । ପିଏମ୍ ମୋଦ ସମ୍ବୋଧନ ଆରମ୍ଭରୁ ଭାରତୀୟ ସେନା, ସଶସ୍ତ୍ରବଳ, ଗୁଇନ୍ଦା ଏଜେନ୍ସି, ବୈଜ୍ଞାନିକଙ୍କୁ ଦେଶବାସୀଙ୍କ ତରଫରୁ ସ୍ୟାଲୁଟ୍ କରିଥିଲେ । ଦେଶର ବୀର ଯବାନ ଅପରେସନ ସିନ୍ଦୂରକୁ ଲକ୍ଷ୍ୟ ପର୍ଯ୍ୟନ୍ତ ଅସୀମ ଧୈର୍ଯ୍ୟର ସହ ନେଇଯାଇଥିଲେ । ସେମାନଙ୍କ ବୀରତା, ସାହାସ ଓ ପରାକ୍ରମ ଆଜି ଆମ ଦେଶର ମାଆ, ଉଭଣୀଙ୍କୁ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ସେନାର ହାତ ଖୋଲି ଦିଆଯାଇଛି:

ପିଏମ ମୋଦି କହିଥିଲେ, ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରକାଣ୍ଡ ଭିଆଇଥିଲେ ତାହା କେବଳ ଦେଶ ନୁହେଁ ବିଶ୍ୱକୁ ଯନ୍ତ୍ରଣା ଦେଇଥିଲା । ଛୁଟିଦିନ ପାଳିବାକୁ ଯାଇଥିବା ନିର୍ଦ୍ଦୋଷ ନାଗରିକଙ୍କୁ ଧର୍ମ ପଚାରି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହାକୁ ନେଇ ସାରା ଦେଶରେ ଆକ୍ରୋଶର ନିଆଁ ଜଳିଥିଲା । ଆତଙ୍କବାଦୀ କଠୋର ଶାସ୍ତି ଦେବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ ଦେଶବାସୀ । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆମେ ସଶସ୍ତ୍ର ବାହିନୀକୁ ସ୍ୱାଧୀନତା ଦେଇଛୁ । ଆତଙ୍କବାଦୀ ସଂଗଠନକୁ ଚେତାଇ ଦିଆଯାଇଛି, ଯେ ଆମ ମାଆ-ଭଉଣୀଙ୍କ ମଥାରୁ ସିନ୍ଦୁର କାଢ଼ି ଦେବାର ପରିଣାମ କ'ଣ ତେବେ ଭୟଙ୍କର ।

ଭାରତର କାର୍ଯ୍ୟାନୁଷ୍ଠାନ କେବଳ ସ୍ଥଗିତ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ହୃଦୟରେ ବସିଥିବା ଆତଙ୍କବାଦୀ ଭାରତୀୟ ସେନା କଠୋର ଦଣ୍ଡ ଦେଇଛି । ପାକିସ୍ତାନ ଓ ପିଓକେରେ ଥିବା ପ୍ରତିଷ୍ଠିତ ଆକଙ୍କୀଘାଟିକୁ ମିସାଇଲ୍ ଷ୍ଟ୍ରାଇକ୍ କରି ମାଟିରେ ମିଶାଇ ଦିଆଯାଇଛି । ପାକିସ୍ତନ ବାରମ୍ବାର ଗୁହାର ଲଗାଇବା ପରେ ଆତଙ୍କବାଦୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖାଯାଇଛି । ଆଗାମୀ ଦିନରେ, ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ବିଚାର କରିବୁ, ଯଦି ପୁଣି ଥରେ ଆତଙ୍କବାଦୀ ହମଲା ହୁଏ ତେବେ ଭୀଷଣ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିଏମ୍ ମୋଦି କହିଛନ୍ତି ।