ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲଟ, ଅଧଘଣ୍ଟା ପରେ EVM କାଉଣ୍ଟିଂ, ଜାଣନ୍ତୁ ଆଉ କ’ଣ ସବୁ ରହିଛି ନିୟମ
ନୂଆଦିଲ୍ଲୀ ୨।୬: ଲୋକସଭା ନିର୍ବାଚନର ଭୋଟଗଣନା ଜୁନ ୪ ତାରିଖରେ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣନା କରାଯିବ ଓ ଏହା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ)ରେ ହୋଇଥିବା ମତଦାନର କାଉଣ୍ଟିଂ ହେବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାର ଇଭିଏମ ଭୋଟ ଗଣନା କାମ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହେବାର ଅଧଘଣ୍ଟା ପରେ ଆରମ୍ଭ କରାଯାଇ ପାରିବ। ସାରା ଦେଶରେ ଭୋଟ ଗଣନାରେ ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଷ୍ଟାଲ ବାଲଟର ଗଣନା ଏକ ଅଲଗା କକ୍ଷରେ ହେବ। ଏହି ନିର୍ଦ୍ଦେଶାନୁସାରେ ଭୋଟ ଗଣନା ରାଉଣ୍ଡ ଅନୁସାରେ ସମ୍ପନ୍ନ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ପ୍ରତ୍ୟେକ ପର୍ଯ୍ୟାୟରେ ଭୋଟ ଗଣନାର ରାଣ୍ଡମ ଯାଞ୍ଚ କରିବେ। ଏହା ଛଡା ଆୟୋଗଙ୍କ ରେକର୍ଡ ନିମନ୍ତେ ଭୋଟଗଣନା କକ୍ଷର ଭିଡିଓ ରେକର୍ଡିଂ ମଧ୍ୟ କରାଯିବ। ଭୋଟଗଣନା ପୂର୍ବରୁ ଗଣନା ପର୍ଯ୍ୟବେକ୍ଷକ ଇଭିଏମ କ୍ୟାରିଂ କେସ୍ର ନମ୍ବର ଓ ମେସିନ ଉପରେ ଅଙ୍କିତ ନମ୍ବରକୁ ମିସାଇବେ ଓ ମେସିନକୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ମଧ୍ୟ ଦେଖାଇବେ। ଇଭିଏମରେ ଲଗାଯାଇଥିବା ସିଲକୁ ବି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଦେଖାଯିବ। ଏହା ପରେ କଣ୍ଟ୍ରୋଲ ୟୁନିଟର ଟୋଟାଲ ବଟନକୁ ଦବାଇ ହୋଇଥିବା ମତଦାନର ସଂଖ୍ୟା ଜ୍ଞାତ କରାଯିବ। ପୀଠାସୀନ ଅଧିକାରୀ ଏହାକୁ ଭୋଟ ଆକାଉଣ୍ଟରେ ରେକର୍ଡ ଭୋଟ ସଂଖ୍ୟା ସହ ମିସାଇବେ। ନିର୍ବାଚନ ପର୍ଯ
ନୂଆଦିଲ୍ଲୀ ୨।୬: ଲୋକସଭା ନିର୍ବାଚନର ଭୋଟଗଣନା ଜୁନ ୪ ତାରିଖରେ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣନା କରାଯିବ ଓ ଏହା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ)ରେ ହୋଇଥିବା ମତଦାନର କାଉଣ୍ଟିଂ ହେବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାର ଇଭିଏମ ଭୋଟ ଗଣନା କାମ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହେବାର ଅଧଘଣ୍ଟା ପରେ ଆରମ୍ଭ କରାଯାଇ ପାରିବ। ସାରା ଦେଶରେ ଭୋଟ ଗଣନାରେ ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ।
ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଷ୍ଟାଲ ବାଲଟର ଗଣନା ଏକ ଅଲଗା କକ୍ଷରେ ହେବ। ଏହି ନିର୍ଦ୍ଦେଶାନୁସାରେ ଭୋଟ ଗଣନା ରାଉଣ୍ଡ ଅନୁସାରେ ସମ୍ପନ୍ନ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ପ୍ରତ୍ୟେକ ପର୍ଯ୍ୟାୟରେ ଭୋଟ ଗଣନାର ରାଣ୍ଡମ ଯାଞ୍ଚ କରିବେ। ଏହା ଛଡା ଆୟୋଗଙ୍କ ରେକର୍ଡ ନିମନ୍ତେ ଭୋଟଗଣନା କକ୍ଷର ଭିଡିଓ ରେକର୍ଡିଂ ମଧ୍ୟ କରାଯିବ। ଭୋଟଗଣନା ପୂର୍ବରୁ ଗଣନା ପର୍ଯ୍ୟବେକ୍ଷକ ଇଭିଏମ କ୍ୟାରିଂ କେସ୍ର ନମ୍ବର ଓ ମେସିନ ଉପରେ ଅଙ୍କିତ ନମ୍ବରକୁ ମିସାଇବେ ଓ ମେସିନକୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ମଧ୍ୟ ଦେଖାଇବେ।

ଇଭିଏମରେ ଲଗାଯାଇଥିବା ସିଲକୁ ବି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଦେଖାଯିବ। ଏହା ପରେ କଣ୍ଟ୍ରୋଲ ୟୁନିଟର ଟୋଟାଲ ବଟନକୁ ଦବାଇ ହୋଇଥିବା ମତଦାନର ସଂଖ୍ୟା ଜ୍ଞାତ କରାଯିବ। ପୀଠାସୀନ ଅଧିକାରୀ ଏହାକୁ ଭୋଟ ଆକାଉଣ୍ଟରେ ରେକର୍ଡ ଭୋଟ ସଂଖ୍ୟା ସହ ମିସାଇବେ। ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ କାଉଣ୍ଟର ସିଗ୍ନେଚର ପରେ ରିଟର୍ଣ୍ଣିଂ ଅଧିକାରୀ ରାଉଣ୍ଡ ଅନୁସାରେ ଫଳାଫଳ ଘୋଷଣା କରିବେ। ଲୋକସଭା ନିର୍ବାଟନ ୨୦୨୪ର ଭୋଟଗଣନା ଲାଗି ନିର୍ଦ୍ଧାରିତ ସ୍ଥଳରେ ମୋବାଇଲ ଓ ଧୂମ୍ରପାନ ବର୍ଜିତ ରହିବ।
ଭୋଟଗଣନା ସ୍ଥଳରେ ମୋବାଇଲ ବ୍ୟବହାର ଅଥବା ଧୂମ୍ରପାନ କଲେ ବାହାର କରିଦିଆଯିବ। ନିର୍ବାଚନ ଆୟୋଗଙ୍କ ଅନୁସାରେ ପ୍ରାର୍ଥୀଙ୍କ ଭୋଟଗଣନା ଏଜେଣ୍ଟ ଏବଂ ଗଣନା କାର୍ଯ୍ୟ ଲାଗି ନିଯୁକ୍ତ ସରକାରୀ ଅଧିକାରୀ ଗଣନାସ୍ଥଳକୁ ମୋବାଇଲ, କାଲକୁଲେଟର, କୌଣସି ପ୍ରକାରର ଇଲେକ୍ଟ୍ରୋନିକ ଡିଭାଇସ ଅଥବା ଖାଇବା ପିଇବା ସାମଗ୍ରୀ ନେଇ ଯାଇ ପାରିବେ ନାହିଁ। ଭୋଟଗଣନା ସ୍ଥଳରେ ଏହି କାର୍ଯ୍ୟ ସହ ସମ୍ପୃକ୍ତ ସବୁ ଅଧିକାରୀ, କର୍ମଚାରୀ, ପ୍ରାର୍ଥୀ, ପ୍ରାର୍ଥୀଙ୍କ ଗଣନା ଏଜେଣ୍ଟ ଏବଂ ଗଣନା ଏଜେଣ୍ଟଙ୍କୁ ଭୋଟଗଣନା ସ୍ଥଳରେ ମୋବାଇଲ, ଧୂମ୍ରପାନ ସମ୍ପର୍କିତ ସାମଗ୍ରୀ ଯେପରି ଜର୍ଦ୍ଦା, ପାନ, ଗୁଆ, ପାଉଚ୍, ବିଡି, ସିଗାରେଟ ଆଦି ସାଙ୍ଗରେ ନେଇଯିବା ଅଥବା ସେଠାରେ ଉପଯୋଗ କରିବା ପୂର୍ଣ୍ଣ ରୂପେ ନିଷିଦ୍ଧ ରହିବ।