ଆର୍ମି ଡଗ୍ ଫାଣ୍ଟମ୍ ସହିଦ୍; ଆତଙ୍କୀ ଅପରେସନ ବେଳେ ଗୁଳି ବାଜି ମୃତ

ଶ୍ରୀନଗର: ଭାରତୀୟ ସେନାର ସନ୍ଧାନୀ କୁକୁର ଫାଣ୍ଟମ ସହିଦ୍ ।  ସେନା ଅପରେସନ ବେଳେ ୪ ବର୍ଷୀୟ ଆର୍ମି ଡଗ୍ ପ୍ରାଣହାଇଛି । ସୋମବାର ଜମ୍ମୁ-କାଶ୍ମୀରର ଅଖନୁର୍ ସେକ୍ଟରେ ଭାରତୀୟ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଅପରେସନରେ ଥିଲା ଆର୍ମି ଡଗ୍ । ବୁଲେଟ୍ ବାଜିବା ଯୋଗୁ ଫାଣ୍ଟମର ମୃତ୍ୟୁ ହୋଇଛି ।ଏନେଇ ହ୍ୱାଇଟ୍ ନାଇଟ୍ କର୍ପସ ସୋସିଆଲ୍ ମିଡ଼ିଆ ଏକ୍ସରେ ସୂଚନା ଦେଇ କହିଛି ସହିଦ୍ ଫାଣ୍ଟମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେନା କହିଛି, 'ଆମର ପ୍ରକୃତ ହିରୋ - ସାହସୀ ଭାରତୀୟ ସେନା କୁକୁର ଫାଣ୍ଟମଙ୍କ ସର୍ବୋଚ୍ଚ ବଳିଦାନକୁ ଆମେ ନମସ୍କାର କରୁଛୁ' । ସହିଦ ଫାଣ୍ଟମ ୦୯ ପାରା ସ୍ପେଶାଲ୍ ଫୋର୍ସରେ ନିଯୁକ୍ତି ପାଇଥିଲା। ଏହି ଆର୍ମି ଡଗ୍ ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ପହଞ୍ଚିଥିଲା । ସେନା କୁକୁରକୁ ଦେଖି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଫଳରେ କୁକୁର ଫାଣ୍ଟମ୍ ସଂଘର୍ଷ କରି ଦେଶ ପାଇଁ ପ୍ରାଣବଳି ଦେଇଛି । ୨୦୨୦ ମେ’ ୨୫ ତାରିଖରେ ଜନ୍ମ ନେଇଥିଲା । ୨୦୨୨ ଅଗଷ୍ଟ ୧୨ରେ ସେନାରେ ନିଯୁକ୍ତ ପାଇଥିଲା ଫାଣ୍ଟମ୍ ।

ଆର୍ମି ଡଗ୍ ଫାଣ୍ଟମ୍ ସହିଦ୍; ଆତଙ୍କୀ ଅପରେସନ ବେଳେ ଗୁଳି ବାଜି ମୃତ

ଶ୍ରୀନଗର: ଭାରତୀୟ ସେନାର ସନ୍ଧାନୀ କୁକୁର ଫାଣ୍ଟମ ସହିଦ୍ ।  ସେନା ଅପରେସନ ବେଳେ ୪ ବର୍ଷୀୟ ଆର୍ମି ଡଗ୍ ପ୍ରାଣହାଇଛି । ସୋମବାର ଜମ୍ମୁ-କାଶ୍ମୀରର ଅଖନୁର୍ ସେକ୍ଟରେ ଭାରତୀୟ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଅପରେସନରେ ଥିଲା ଆର୍ମି ଡଗ୍ । ବୁଲେଟ୍ ବାଜିବା ଯୋଗୁ ଫାଣ୍ଟମର ମୃତ୍ୟୁ ହୋଇଛି ।

ଏନେଇ ହ୍ୱାଇଟ୍ ନାଇଟ୍ କର୍ପସ ସୋସିଆଲ୍ ମିଡ଼ିଆ ଏକ୍ସରେ ସୂଚନା ଦେଇ କହିଛି ସହିଦ୍ ଫାଣ୍ଟମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେନା କହିଛି, 'ଆମର ପ୍ରକୃତ ହିରୋ - ସାହସୀ ଭାରତୀୟ ସେନା କୁକୁର ଫାଣ୍ଟମଙ୍କ ସର୍ବୋଚ୍ଚ ବଳିଦାନକୁ ଆମେ ନମସ୍କାର କରୁଛୁ' । ସହିଦ ଫାଣ୍ଟମ ୦୯ ପାରା ସ୍ପେଶାଲ୍ ଫୋର୍ସରେ ନିଯୁକ୍ତି ପାଇଥିଲା। ଏହି ଆର୍ମି ଡଗ୍ ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ପହଞ୍ଚିଥିଲା । ସେନା କୁକୁରକୁ ଦେଖି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଫଳରେ କୁକୁର ଫାଣ୍ଟମ୍ ସଂଘର୍ଷ କରି ଦେଶ ପାଇଁ ପ୍ରାଣବଳି ଦେଇଛି । ୨୦୨୦ ମେ’ ୨୫ ତାରିଖରେ ଜନ୍ମ ନେଇଥିଲା । ୨୦୨୨ ଅଗଷ୍ଟ ୧୨ରେ ସେନାରେ ନିଯୁକ୍ତ ପାଇଥିଲା ଫାଣ୍ଟମ୍ ।