ବେଦଜ୍ଞ ବିସ୍ମୟ ବାଳକ କ୍ରିଷ୍ଣକାନ୍ତ ଷଡ଼ଙ୍ଗୀ ସମ୍ମାନୀତ
ଭୁବନେଶ୍ୱର ୦୬।୦୩ : ବୟସ ସିନା ଛୋଟ। ହେଲେ ବେଦ ସାଧନାରେ ସିଦ୍ଧ ବାଳକ । ଛୋଟ ହେଲେ ବି, ବେଦ ଉପରେ ତାଙ୍କର ଜ୍ଞାନ ଅତୁଳନୀୟ , ଧିଶକ୍ତି ଖୁବ ପ୍ରଖର । ପୁଣି ବୈଦିକ ପରମ୍ପରାର ଅଧ୍ୟୟନ ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ । ଏହି ବେଦଜ୍ଞ ବିସ୍ମୟ ବାଳକ ହେଲେ କ୍ରିଷ୍ଣକାନ୍ତ ଷଡଙ୍ଗୀ । {"id":917772,"sizeSlug":"full","linkDestination":"none"} ଶ୍ରୀ ସତ୍ୟସାଇ ବିଶ୍ୱବିଦ୍ୟାଳୟ ,ବାଙ୍ଗାଲୋର ପକ୍ଷରୁ ଏହି ବିସ୍ମୟ ବେଦଜ୍ଞଙ୍କୁ ଜାତୀୟ ସ୍ତରରେ ସତ୍ୟସାଇ ଭାରତ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ଦିଆଯାଇଛି । କ୍ରିଷ୍ଣକାନ୍ତଙ୍କ ଘର କଟକ ଜିଲା ଅନ୍ତର୍ଗତ କସର୍ଦାଠାରେ ଅବସ୍ଥିତ । {"id":917773,"sizeSlug":"large","linkDestination":"none"} ବାପା ଗିରିଜାପ୍ରସାଦ ଓ ମାଆ ମୀନାକ୍ଷୀ ଷଡଙ୍ଗୀଙ୍କର ସୁପୁତ୍ର କ୍ରିଷ୍ଣକାନ୍ତ ତିରୁପତିର କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ସେ ଶୁକ୍ଳ ଯଜୁର୍ବେଦ କନ୍ୱ ସଂହିତା ଅଧ୍ୟୟନ କରିଛନ୍ତି । ବେଦ ପଠନ ଓ ଉଚ୍ଚାରଣରେ କ୍ରିଷ୍ଣକାନ୍ତଙ୍କର ପାରଦର୍ଶିତାକୁ ବିଶ୍ୱବିଦ୍ୟାଳୟ ଚୟନ କମିଟି ଉଚ୍ଚ ପ୍ରଂଶସା କରିଛନ୍ତି । କ୍ରିଷ୍ଣକାନ୍ତଙ୍କର ବେଦ ଗୁରୁ ହେଲେ ଏ. ରମେଶ ଗଣପତି।
ଭୁବନେଶ୍ୱର ୦୬।୦୩ : ବୟସ ସିନା ଛୋଟ। ହେଲେ ବେଦ ସାଧନାରେ ସିଦ୍ଧ ବାଳକ । ଛୋଟ ହେଲେ ବି, ବେଦ ଉପରେ ତାଙ୍କର ଜ୍ଞାନ ଅତୁଳନୀୟ , ଧିଶକ୍ତି ଖୁବ ପ୍ରଖର । ପୁଣି ବୈଦିକ ପରମ୍ପରାର ଅଧ୍ୟୟନ ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ । ଏହି ବେଦଜ୍ଞ ବିସ୍ମୟ ବାଳକ ହେଲେ କ୍ରିଷ୍ଣକାନ୍ତ ଷଡଙ୍ଗୀ ।

ଶ୍ରୀ ସତ୍ୟସାଇ ବିଶ୍ୱବିଦ୍ୟାଳୟ ,ବାଙ୍ଗାଲୋର ପକ୍ଷରୁ ଏହି ବିସ୍ମୟ ବେଦଜ୍ଞଙ୍କୁ ଜାତୀୟ ସ୍ତରରେ ସତ୍ୟସାଇ ଭାରତ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ଦିଆଯାଇଛି । କ୍ରିଷ୍ଣକାନ୍ତଙ୍କ ଘର କଟକ ଜିଲା ଅନ୍ତର୍ଗତ କସର୍ଦାଠାରେ ଅବସ୍ଥିତ ।
{"id":917773,"sizeSlug":"large","linkDestination":"none"}

ବାପା ଗିରିଜାପ୍ରସାଦ ଓ ମାଆ ମୀନାକ୍ଷୀ ଷଡଙ୍ଗୀଙ୍କର ସୁପୁତ୍ର କ୍ରିଷ୍ଣକାନ୍ତ ତିରୁପତିର କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ସେ ଶୁକ୍ଳ ଯଜୁର୍ବେଦ କନ୍ୱ ସଂହିତା ଅଧ୍ୟୟନ କରିଛନ୍ତି । ବେଦ ପଠନ ଓ ଉଚ୍ଚାରଣରେ କ୍ରିଷ୍ଣକାନ୍ତଙ୍କର ପାରଦର୍ଶିତାକୁ ବିଶ୍ୱବିଦ୍ୟାଳୟ ଚୟନ କମିଟି ଉଚ୍ଚ ପ୍ରଂଶସା କରିଛନ୍ତି । କ୍ରିଷ୍ଣକାନ୍ତଙ୍କର ବେଦ ଗୁରୁ ହେଲେ ଏ. ରମେଶ ଗଣପତି। wp:heading {"level":4}