ବଡ଼ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା: ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ଭାବେ…

ଦୁବାଇ,୨୦।୨: ରୋହିତ ଶର୍ମା ଦିନିକିଆ କ୍ରିକେଟ ଇତିହାସରେ ୧୧,୦୦୦ ରନ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ରାହିତ ତାଙ୍କ କ୍ୟାରିୟରରେ ୧୦,୯୮୮ ରନ କରିଥିଲେ। ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଇନିଂସରେ ମାତ୍ର ୧୨ ରନ କରି ୧୧,୦୦୦ ରନ ପୂରଣ କରିଥିଲେ। ଏବେ ରୋହିତ ଏପରି କରିବାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ରୋହିତ ଶର୍ମାଙ୍କ ପୂର୍ବରୁ କେବଳ ତିନି ଜଣ ଭାରତୀୟ ବ୍ୟାଟସମ୍ୟାନ ଏକଦିବସୀୟ ମ୍ୟାଚ୍ରେ ୧୧,୦୦୦ ରନ ପୂରଣ […] The post ବଡ଼ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା: ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ଭାବେ… appeared first on Dharitri Odia News.

ବଡ଼ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା: ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ଭାବେ…

ଦୁବାଇ,୨୦।୨: ରୋହିତ ଶର୍ମା ଦିନିକିଆ କ୍ରିକେଟ ଇତିହାସରେ ୧୧,୦୦୦ ରନ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ରାହିତ ତାଙ୍କ କ୍ୟାରିୟରରେ ୧୦,୯୮୮ ରନ କରିଥିଲେ। ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଇନିଂସରେ ମାତ୍ର ୧୨ ରନ କରି ୧୧,୦୦୦ ରନ ପୂରଣ କରିଥିଲେ। ଏବେ ରୋହିତ ଏପରି କରିବାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି।

ରୋହିତ ଶର୍ମାଙ୍କ ପୂର୍ବରୁ କେବଳ ତିନି ଜଣ ଭାରତୀୟ ବ୍ୟାଟସମ୍ୟାନ ଏକଦିବସୀୟ ମ୍ୟାଚ୍ରେ ୧୧,୦୦୦ ରନ ପୂରଣ କରିଛନ୍ତି। ଏହି ତାଲିକାର ଶୀର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର, ଯିଏ ତାଙ୍କ ଦିନିକିଆ କ୍ୟାରିୟରରେ ୧୮,୪୨୬ ରନ କରିଥିଲେ। ବିରାଟ କୋହଲି ଏପର୍ଯ୍ୟନ୍ତ ୧୩,୯୬୩ ରନ କରିଛନ୍ତି। ତୃତୀୟ ସ୍ଥାନରେ ସୌରଭ ଗାଙ୍ଗୁଲି ଅଛନ୍ତି, ଯିଏ ତାଙ୍କ ଦିନିକିଆ କ୍ୟାରିୟରରେ ୧୧,୨୨୧ ରନ କରିଥିଲେ।

ସଚିନ ତେନ୍ଦୁଲକର – ୧୮,୪୨୬ ରନ
ବିରାଟ କୋହଲି – ୧୩,୯୬୩ ରନ
ସୌରଭ ଗାଙ୍ଗୁଲି – ୧୧,୨୨୧ ରନ
ରୋହିତ ଶର୍ମା – ୧୦,୦୦୦+ ରନ

 

The post ବଡ଼ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା: ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ଭାବେ… appeared first on Dharitri Odia News.