କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚ୍‌ଆର୍‌ସିରେ ମାମଲା

କଟକ,୨୨ା୨(କାର୍ତ୍ତିକ ସାହୁ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌)ରେ ବି.ଟେକ୍‌. ଛାତ୍ରୀ ମୃତ୍ୟୁକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ମାମଲା ରୁଜୁ ହୋଇଛି। ମାମଲାର ବିବରଣୀ ଅନୁସାରେ, ନେପାଳରୁ ଆସି କିଟ୍‌ରେ ବି.ଟେକ୍‌. ପଢୁଥିବା ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ ମୃତଦେହ ଗତ ରବିବାର ହଷ୍ଟେଲରୁ ମିଳିଥିଲା। କିଟ୍‌ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। ଏହି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଛାତ୍ରୀଛାତ୍ରମାନେ ଦାବି କରି ପ୍ରତିବାଦ ଜଣାଇଥିଲେ। ତେବେ ଏହି […] The post କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚ୍‌ଆର୍‌ସିରେ ମାମଲା appeared first on Dharitri Odia News.

କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚ୍‌ଆର୍‌ସିରେ ମାମଲା

କଟକ,୨୨ା୨(କାର୍ତ୍ତିକ ସାହୁ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌)ରେ ବି.ଟେକ୍‌. ଛାତ୍ରୀ ମୃତ୍ୟୁକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ମାମଲା ରୁଜୁ ହୋଇଛି। ମାମଲାର ବିବରଣୀ ଅନୁସାରେ, ନେପାଳରୁ ଆସି କିଟ୍‌ରେ ବି.ଟେକ୍‌. ପଢୁଥିବା ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ ମୃତଦେହ ଗତ ରବିବାର ହଷ୍ଟେଲରୁ ମିଳିଥିଲା। କିଟ୍‌ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। ଏହି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଛାତ୍ରୀଛାତ୍ରମାନେ ଦାବି କରି ପ୍ରତିବାଦ ଜଣାଇଥିଲେ। ତେବେ ଏହି ଘଟଣାରେ ପ୍ରତିପକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। କିଟ୍‌ ପକ୍ଷରୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇ ନେପାଳର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷିତ ଭାବନା ସୃଷ୍ଟି ହେବାରୁ ସେମାନେ କ୍ୟାମ୍ପସ ଛାଡ଼ିଥିଲେ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ଭାରତ ଓ ନେପାଳ ମଧ୍ୟରେ ଘୃଣା, ଅସ୍ଥିରତା ଭାବ ସୃଷ୍ଟିକୁ ପ୍ରୋତ୍ସାହିତ କରିବ। କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଦିଆଯାଇଥିବା ଏତଲାର ସ୍ଥିତି ସଂକ୍ରାନ୍ତରେ ତଥ୍ୟ ଦେବା ନିମନ୍ତେ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ସେହିପରି କିଟ୍‌ର ଛାତ୍ରୀ ନିବାସର ଯୁଗ୍ମ ନିର୍ଦ୍ଦେଶିକା ଜୟନ୍ତୀ ନାଥଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ ପ୍ରାର୍ଥନା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଭବିଷ୍ୟତରେ ନ ଘଟିବା ତଥା ନେପାଳ ବିଦ୍ୟାର୍ଥୀଙ୍କୁ କ୍ଷତିପୂରଣ ବାବଦରେ କିଟ୍‌ ପକ୍ଷରୁ ନିଶ୍ଚିତ କରିବାକୁ ମଧ୍ୟ ଆବେଦନରେ ଦର୍ଶାଯାଇଛି। ନେପାଳ ଛାତ୍ରୀଛାତ୍ରଙ୍କ ନିରାପତ୍ତା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ଏବଂ କ୍ୟାମ୍ପସ୍‌କୁ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଓ ପାଠପଢ଼ାକୁ ନେଇ କ’ଣ ପଦକ୍ଷେପ ରହିଛି ତାହା ଜଣାଇବାକୁ ଆବେଦନରେ ଆଇନଜୀବୀ ଶିବଶଙ୍କର ମହାନ୍ତି ଦର୍ଶାଇଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଓ କିଟ୍‌ ଶିକ୍ଷାନୁଷ୍ଠାନକୁ ପକ୍ଷଭୁକ୍ତ କରାଯାଇଛି।

The post କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚ୍‌ଆର୍‌ସିରେ ମାମଲା appeared first on Dharitri Odia News.