ସ୍ତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛି ନେଲେ ଭଜନ ଗାୟକ, ଭାଇଙ୍କୁ ପଠାଇଲେ ଭିଡିଓ
ଗ୍ବାଲିଅର,୨୮।୬: ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭଜନ ଗାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସେ ନିଜ ଭାଇକୁ ୬ ମିନିଟ ୫୦ ସେକେଣ୍ଡର ଏକ ଭିଡିଓ ପଠାଇ ସ୍ତ୍ରୀ ଦୋଷୀ ବୋଲି କହିଛନ୍ତି। ମୃତକ ହେଲେ ଧର୍ମେନ୍ଦ୍ର ଝା। ସ୍ତ୍ରୀ ନେହା ପରମାର ଏବଂ ଶଳାଙ୍କ ଉପରେ ସେ ଗମ୍ଭୀର ଅଭିଯୋଗ କରିଛନ୍ତି। ସେମାନେ ତାଙ୍କୁ ବନ୍ଧୁ ଏବଂ ପରିବାରଠାରୁ ଅଲଗା […] The post ସ୍ତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛି ନେଲେ ଭଜନ ଗାୟକ, ଭାଇଙ୍କୁ ପଠାଇଲେ ଭିଡିଓ appeared first on Dharitri Odia News.
ଗ୍ବାଲିଅର,୨୮।୬: ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭଜନ ଗାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସେ ନିଜ ଭାଇକୁ ୬ ମିନିଟ ୫୦ ସେକେଣ୍ଡର ଏକ ଭିଡିଓ ପଠାଇ ସ୍ତ୍ରୀ ଦୋଷୀ ବୋଲି କହିଛନ୍ତି। ମୃତକ ହେଲେ ଧର୍ମେନ୍ଦ୍ର ଝା। ସ୍ତ୍ରୀ ନେହା ପରମାର ଏବଂ ଶଳାଙ୍କ ଉପରେ ସେ ଗମ୍ଭୀର ଅଭିଯୋଗ କରିଛନ୍ତି। ସେମାନେ ତାଙ୍କୁ ବନ୍ଧୁ ଏବଂ ପରିବାରଠାରୁ ଅଲଗା କରୁଥିବା ସେ କହିଛନ୍ତି।
ଗ୍ବାଲିଅର ଜନକଗଞ୍ଜ ଥାନା ଇନଚାର୍ଜ ଭିପେନ୍ଦ୍ର ସିଂ ଚୌହ୍ବାନ କହିଛନ୍ତି ଯେ, ଧର୍ମେନ୍ଦ୍ର ଉକ୍ତ ଅଞ୍ଚଳର ଢ଼ୋଲି ବୁଆ ନାମକ ସ୍ଥାନରେ ରହୁଥିଲେ। ଶୁକ୍ରବାର ସକାଳେ ସେ ଆତ୍ମହତ୍ୟା କରିଥିଲେ। ଯେତେବେଳେ ତାଙ୍କ ପତ୍ନୀ ରୁମ୍ରେ ପହଞ୍ଚିଥିଲେ ଧର୍ମେନ୍ଦ୍ର ଫାଶି ଲଗାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାରଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଜାଣିବାକୁ ପାଇଛି ଯେ, ଧର୍ମେନ୍ଦ୍ର ଏକ ଭିଡିଓ ପ୍ରସ୍ତୁତ କରି ନିଜ ଭାଇଙ୍କୁ ପଠାଇଥିଲେ। ଏଥିରେ ସେ ତାଙ୍କ ଆତ୍ମହତ୍ୟାର କାରଣ ପତ୍ନୀଙ୍କଠାରୁ ନିର୍ଯାତନା ବୋଲି କହିଥିଲେ। ତେବେ ଏହା ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ବିବାହ ଥିଲା। ପତ୍ନୀ ବିବାହ ପରଠାରୁ ରୋଗରେ ପଡ଼ିଥିବା ବାପାଙ୍କ ସେବା କରିବାକୁ ଦେଉ ନ ଥିଲେ। ଏପରିକି ତାଙ୍କ ସାଙ୍ଗମାନଙ୍କୁ ଦୁର୍ବବ୍ୟହାର କରୁଥିଲେ। ଭାଇଙ୍କ ସହ ମିଶି ସେ ତାଙ୍କୁ ହଇରାଣ କରୁଥିଲେ। ଏଣୁ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତି ପରିବାରକୁ ଦେବାକୁ ସେ ଭିଡିଓରେ ନିବେଦନ କରିଥିବା ପୋଲିସ କହିଛି। ମାମଲାର ତଦନ୍ତ ଜାରି ରହିଛି।
The post ସ୍ତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛି ନେଲେ ଭଜନ ଗାୟକ, ଭାଇଙ୍କୁ ପଠାଇଲେ ଭିଡିଓ appeared first on Dharitri Odia News.