ଭୂକମ୍ପରେ ଥରିଲା ତାଇୱାନ, ଜାପାନରେ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ ୦୩।୦୪: ବୁଧବାର ତାଇୱାନର ରାଜଧାନୀ ତାଇପେରେ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଏହାର ରିକ୍ଟର ସ୍କେଲ୍‌ରେ ୭.୨ ଥିଲା। ଏହି ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି ଏବଂ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ସାରା ଦେଶରେ ଟ୍ରେନ୍ ସେବା ସ୍ଥଗିତ ମଧ୍ୟ ରହିଛି । ଏହି କାରଣରୁ ସମଗ୍ର ଦ୍ୱୀପ କମ୍ପି ଉଠିଲା ଏବଂ ଅଟ୍ଟାଳିକା ଭୁଶୁଡି ପଡିଲା। ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ଜାପାନ ସୁନାମି ଚେତାବନୀ ଦେଇଛି। ଏଠାରେ ବିମାନଗୁଡିକ ବାତିଲ କରାଯାଇଛି। ତେବେ ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଜନଜୀବନ ନଷ୍ଟ ହେବାର ଖବର ସାମ୍ନାକୁ ଆସି ନାହିଁ। ସୋସିଆଲ ମିଡିଆରେ ଏହି ଭୂକମ୍ପର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।#WATCH | An earthquake with a magnitude of 7.2 hit Taipei, the capital of Taiwan.(Source: Reuters) pic.twitter.com/SkHBHrluaZ— ANI (@ANI) April 3, 2024ତାଇୱାନରେ ହୋଇଥିବା ଭୂକମ୍ପ ପରେ ଜାପାନରେ ସୁନାମି ଆଲର୍ଟ ଜାରି କରାଯାଇଛି।  ଫିଲିପାଇନ୍ସ ମଧ୍ୟ ସୁନାମି ବିଷୟରେ ଚେତାବନୀ ଦେଇଛି । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଭୂକମ୍ପ ପରେ ୩ ମିଟର (୯.୮ ଫୁଟ) ପର୍ଯ୍ୟନ୍ତ ସୁନାମି ହେବାର ପୂର୍ବାନୁମାନ କରିଛି ଜାପାନ ପାଣିପାଗ ବିଭାଗ। ପ୍ରାୟ ଅଧ ଘଣ୍ଟା ପରେ ଏହା କହିଛି ଯେ ସୁନାମିର ପ୍ରଥମ ତରଙ୍ଗ ମିଆକୋ ଏବଂ ୟାୟାମା ଦ୍ୱୀପପ

ଭୂକମ୍ପରେ ଥରିଲା ତାଇୱାନ, ଜାପାନରେ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ ୦୩।୦୪: ବୁଧବାର ତାଇୱାନର ରାଜଧାନୀ ତାଇପେରେ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଏହାର ରିକ୍ଟର ସ୍କେଲ୍‌ରେ ୭.୨ ଥିଲା। ଏହି ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି ଏବଂ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ସାରା ଦେଶରେ ଟ୍ରେନ୍ ସେବା ସ୍ଥଗିତ ମଧ୍ୟ ରହିଛି । ଏହି କାରଣରୁ ସମଗ୍ର ଦ୍ୱୀପ କମ୍ପି ଉଠିଲା ଏବଂ ଅଟ୍ଟାଳିକା ଭୁଶୁଡି ପଡିଲା। ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ଜାପାନ ସୁନାମି ଚେତାବନୀ ଦେଇଛି। ଏଠାରେ ବିମାନଗୁଡିକ ବାତିଲ କରାଯାଇଛି। ତେବେ ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଜନଜୀବନ ନଷ୍ଟ ହେବାର ଖବର ସାମ୍ନାକୁ ଆସି ନାହିଁ। ସୋସିଆଲ ମିଡିଆରେ ଏହି ଭୂକମ୍ପର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।



ତାଇୱାନରେ ହୋଇଥିବା ଭୂକମ୍ପ ପରେ ଜାପାନରେ ସୁନାମି ଆଲର୍ଟ ଜାରି କରାଯାଇଛି।  ଫିଲିପାଇନ୍ସ ମଧ୍ୟ ସୁନାମି ବିଷୟରେ ଚେତାବନୀ ଦେଇଛି । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଭୂକମ୍ପ ପରେ ୩ ମିଟର (୯.୮ ଫୁଟ) ପର୍ଯ୍ୟନ୍ତ ସୁନାମି ହେବାର ପୂର୍ବାନୁମାନ କରିଛି ଜାପାନ ପାଣିପାଗ ବିଭାଗ। ପ୍ରାୟ ଅଧ ଘଣ୍ଟା ପରେ ଏହା କହିଛି ଯେ ସୁନାମିର ପ୍ରଥମ ତରଙ୍ଗ ମିଆକୋ ଏବଂ ୟାୟାମା ଦ୍ୱୀପପୁଞ୍ଜରେ ପହଞ୍ଚି ସାରିଛି। 

ତାଇୱାନର ଭୂକମ୍ପ ମନିଟରିଂ ଏଜେନ୍ସି ତୀବ୍ରତାକୁ ୭.୨ ରେ ରଖିଥିବାବେଳେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହାକୁ ୭.୪ରେ ରେକର୍ଡ କରିଛି।ଭୂକମ୍ପ ଯୋଗୁଁ ତାଇୱାନର ହୁଆଲିୟନର ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ବହୁ କ୍ଷୟକ୍ଷତି ହୋଇଛି । ସ୍ପିଡ୍ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି । ତାଇୱାନରେ ଏହାକୁ ୨୫ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ବର୍ଣ୍ଣନା କରାଯାଇଛି।