ଗଛ ପଡ଼ି ଚାଷୀ ଗୁରୁତର

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଝାଟିପିଟିଆ ଗ୍ରାମ ନିକଟ ଚାଷ ଜମିରେ ଥିବା ଗୁହାରିଆ ଗଛ କାଟୁଥିବା ବେଳେ ଗଛ ଗଣ୍ଡି ପଡିଯିବାରୁ ଜଣେ ଚାଷୀ ଶୁକ୍ରବାର ସରେ ଗୁରୁତର ଆହତ ହୋଇଛନ୍ତି। ଆହାତ ଚାଷୀ ଜଣକ ହେଲେ କଇଠଡ଼ା ଗ୍ରାମର କନ୍ତାରୁ ରେଡ୍ଡୀ। କନ୍ତାରୁ ଜମି ହିଡରେ ଥିବା ଗଛ କାଟୁ ଥିବା ବେଳେ ଅସାବଧାନତା କାରଣରୁ ଗଛ ଗଣ୍ଡି ତାଙ୍କ ବାମ ଗୋଡ ଉପରେ ପଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ […] The post ଗଛ ପଡ଼ି ଚାଷୀ ଗୁରୁତର appeared first on Dharitri Odia News.

ଗଛ ପଡ଼ି ଚାଷୀ ଗୁରୁତର

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଝାଟିପିଟିଆ ଗ୍ରାମ ନିକଟ ଚାଷ ଜମିରେ ଥିବା ଗୁହାରିଆ ଗଛ କାଟୁଥିବା ବେଳେ ଗଛ ଗଣ୍ଡି ପଡିଯିବାରୁ ଜଣେ ଚାଷୀ ଶୁକ୍ରବାର ସରେ ଗୁରୁତର ଆହତ ହୋଇଛନ୍ତି। ଆହାତ ଚାଷୀ ଜଣକ ହେଲେ କଇଠଡ଼ା ଗ୍ରାମର କନ୍ତାରୁ ରେଡ୍ଡୀ। କନ୍ତାରୁ ଜମି ହିଡରେ ଥିବା ଗଛ କାଟୁ ଥିବା ବେଳେ ଅସାବଧାନତା କାରଣରୁ ଗଛ ଗଣ୍ଡି ତାଙ୍କ ବାମ ଗୋଡ ଉପରେ ପଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୋଡ଼ ଭାଙ୍ଗି ଯାଇଥିବା କାରଣରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

The post ଗଛ ପଡ଼ି ଚାଷୀ ଗୁରୁତର appeared first on Dharitri Odia News.