ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ଦେଖି ବିଚଳିତ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (ମାର୍ଚ୍ଚ ୧୪) ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସପିଟାଲରେ ଭର୍ତ୍ତି ହୋଇଥିବା ମମତା ବାନାର୍ଜୀଙ୍କ ଫଟୋ ତ୍ରୁଣମୂଳ କଂଗ୍ରେସ (ଟିଏମସି) ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ସମସ୍ତ ବଡ ଦଳର ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଆମ ଆଦମୀ ପାର୍ଟିର ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଫଟୋ ଉପରେ ପ୍ରତିକ୍ରିୟା […] The post ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ଦେଖି ବିଚଳିତ ହେଲେ କେଜରିଓ୍ବାଲ appeared first on Dharitri Odia News.

ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ଦେଖି ବିଚଳିତ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (ମାର୍ଚ୍ଚ ୧୪) ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସପିଟାଲରେ ଭର୍ତ୍ତି ହୋଇଥିବା ମମତା ବାନାର୍ଜୀଙ୍କ ଫଟୋ ତ୍ରୁଣମୂଳ କଂଗ୍ରେସ (ଟିଏମସି) ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି।
ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ସମସ୍ତ ବଡ ଦଳର ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଆମ ଆଦମୀ ପାର୍ଟିର ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦିଦିଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି । ଭଗବାନ ଆପଣଙ୍କୁ ରକ୍ଷା କରନ୍ତୁ।
ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ମମତା ବାନାର୍ଜୀଙ୍କ ଫଟୋ ତ୍ରୁଣମୂଳ କଂଗ୍ରେସ ଦ୍ୱାରା ପ୍ରକାଶ ପାଇଥିଲା ଯେଉଁଥିରେ କପାଳ ଓ ନାକରୁ ରକ୍ତ ପ୍ରବାହିତ ହେଉଥିଲା। ଏଥିରେ ଲେଖାଥିଲା, ଆମର ଅଧ୍ୟକ୍ଷ ଗୁରୁତର ଆହତ ହୋଇଛନ୍ତି। ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ସଭାପତି ମମତା ବାନାର୍ଜୀଙ୍କୁ କୋଲକାତାର ଏସ.ଏସ.କେ.ଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦଳ କହିଛି ଯେ ସେ ଗୁରୁତର ଆହତ ହୋଇଛନ୍ତି।

The post ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ଦେଖି ବିଚଳିତ ହେଲେ କେଜରିଓ୍ବାଲ appeared first on Dharitri Odia News.