ବଜାରରେ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ, ଏହାର ଦାମ୍‌ ରହିଛି…

ଭୁବନେଶ୍ୱର,୨୨।୬(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ ତଥା କେଟିଏମ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ‘କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ’ର ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଆର୍‌ଏମ୍‌ ମୋଟର୍ସ ସମ୍ବଲପୁର ଶୋ’ରୁମ୍‌ ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଛି। ଏହି ଅବସରରେ ବାଇକର୍ସ ଗ୍ରୁପ୍‌ର ସଦସ୍ୟମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ଉକ୍ତ ମଡେଲକୁ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ […] The post ବଜାରରେ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ, ଏହାର ଦାମ୍‌ ରହିଛି… appeared first on Dharitri Odia News.

ବଜାରରେ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ, ଏହାର ଦାମ୍‌ ରହିଛି…

ଭୁବନେଶ୍ୱର,୨୨।୬(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ ତଥା କେଟିଏମ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ‘କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ’ର ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଆର୍‌ଏମ୍‌ ମୋଟର୍ସ ସମ୍ବଲପୁର ଶୋ’ରୁମ୍‌ ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଛି। ଏହି ଅବସରରେ ବାଇକର୍ସ ଗ୍ରୁପ୍‌ର ସଦସ୍ୟମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ଉକ୍ତ ମଡେଲକୁ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ଏମ୍‌ ମୋଟର୍ସ ସମ୍ବଲପୁରର ମ୍ୟାନେଜର ଗୁରୁଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସରେ ସମସ୍ତ ପ୍ରକାର ଆଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ଫିଚର ଓ ଶକ୍ତିଶାଳୀ ଇଞ୍ଜିନ ଅନ୍ତର୍ଭୁକ୍ତ ରହିଛି। ସେହିଭଳି ଏହି ମଡେଲରେ ଏକ ବୃହତ୍‌ ତୈଳଟାଙ୍କି ( ଫୁଏଲ ଟ୍ୟାଙ୍କ ୧୪.୫ ଲି) ଏବଂ ଓଜନ (ଓ୍ବେଟ ୧୭୭ କେ.ଜି/କେ) ଓ ଗ୍ରାଉଣ୍ଡ କ୍ଲିଅରାନ୍ସ ୨୦୦ ଏମ୍‌ଏମ୍‌ ସାଙ୍ଗକୁ ୩୭୩ ସିସି ଇଞ୍ଜିନରେ ଏହି ମଡେଲ ପରିଚାଳିତ ହେଉଛି।
ଏ ସମ୍ପର୍କରେ ଆର୍‌ଏମ୍‌ ମୋଟର୍ସ ସମ୍ବଲପୁରର ମ୍ୟାନେଜର ଗୁରୁଦେବ ପ୍ରଧାନ କହିଥିଲେ, ଆମେ ଆମ ଶୋ’ରୁମ୍‌ରେ ଅଲ୍‌ ନ୍ୟୁ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସକୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏହି ମଡେଲ ଯୁବବର୍ଗଙ୍କୁ ବେଶ୍‌ ଆକର୍ଷିତ କରୁଥିଲାବେଳେ ଲମ୍ବା ଯାତ୍ରା ଓ ପ୍ରାକୃତିକ ପରିବେଶପୂର୍ଣ୍ଣ ଅଞ୍ଚଳ (ଆଡ୍‌ଭେଞ୍ଚର ପ୍ଲେସ୍‌) ରେ ଉକ୍ତ ମଡେଲକୁ ଚଳାଇବାର ନିଆରା ମଜା ନେଇପାରିବେ। ଏହି ମଡେଲର ଏକ୍ସ ସୋରୁମ୍‌ ମୂଲ୍ୟ ୨ଲକ୍ଷ ୮୪ ହଜାର ୧୩୦ଟଙ୍କା।

The post ବଜାରରେ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ, ଏହାର ଦାମ୍‌ ରହିଛି… appeared first on Dharitri Odia News.