ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ କଲେଜ ଟପ୍ପର

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତବର୍ଷ ଫଳାଫଳ ଅପେକ୍ଷା ଚଳିତ ବର୍ଷ ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଅଧ୍ୟକ୍ଷ ନାରାୟଣ ରଥ ଚଳିତ ବର୍ଷର ଫଳାଫଳର ସୂଚନା ପ୍ରଦାନ କରି କହିଛନ୍ତି, ବିଜ୍ଞାନରେ ଲିସା ପ୍ରଧାନ ୫୭୧ ମାର୍କ […] The post ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ କଲେଜ ଟପ୍ପର appeared first on Dharitri Odia News.

ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ କଲେଜ ଟପ୍ପର

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତବର୍ଷ ଫଳାଫଳ ଅପେକ୍ଷା ଚଳିତ ବର୍ଷ ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଅଧ୍ୟକ୍ଷ ନାରାୟଣ ରଥ ଚଳିତ ବର୍ଷର ଫଳାଫଳର ସୂଚନା ପ୍ରଦାନ କରି କହିଛନ୍ତି, ବିଜ୍ଞାନରେ ଲିସା ପ୍ରଧାନ ୫୭୧ ମାର୍କ (୯୫.୧୬%) ଓ ବାଣିଜ୍ୟରେ ଶୁଭମ ପରି ୫୬୯ ମାର୍କ (୯୪.୮୩%) ସହ କଲେଜ ଟପ୍ପର୍‌ ହୋଇଛନ୍ତି। ବିଜ୍ଞାନରେ ସମୁଦାୟ ୧୭ଜଣ ଏବଂ ବାଣିଜ୍ୟରେ ସମୁଦାୟ ୨ଜଣଙ୍କ ସହ ସର୍ବମୋଟ ୧୯ ଜଣ ଛାତ୍ରୀଛାତ୍ର ୯୦%ରୁ ଊର୍ଦ୍ଧ୍ୱ ରଖିଛନ୍ତି। ସେମାନଙ୍କ ମଧ୍ୟରେ ତୃପ୍ତୀମଞ୍ଜରୀ ସାହୁ ୫୬୬ ମାର୍କ (୯୪.୩୩%), ମନୀଷ ଅଗ୍ରୱାଲ ୫୬୫ ମାର୍କ (୯୪.୧୭%), ପ୍ରତିକ୍ଷା ପ୍ରିୟଦର୍ଶିନୀ ପାଣି ୫୬୨ ମାର୍କ (୯୩.୬୭%), ଆୟୁଷ ପଧାନ ୫୫୯ ମାର୍କ (୯୩.୧୭%), ବିବେକରାଜ ସାହୁ ୫୫୯ ମାର୍କ (୯୩.୧୭%), ପ୍ରତ୍ୟୁଷ କୁମାର ବିଶ୍ୱାସ ୫୫୯ ମାର୍କ (୯୩.୧୭%), ରିଶିକା ଛତର ୫୫୫ ମାର୍କ (୯୨.୫%), ସ୍ବୟଂଶ୍ରୀ ଆଚାର୍ଯ୍ୟ ୫୫୪ ମାର୍କ (୯୨.୩୩%), ଲିପୁନ ସାହୁ ୫୫୧ ମାର୍କ (୯୧.୮୩%), ବବୁନ ସାହୁ ୫୪୭ ମାର୍କ (୯୧.୧୭%), କୋଶିଷ କୁମାର ବେହେରା ୫୪୭ ମାର୍କ (୯୧.୧୭%), ରାଜକୁମାର ଶାମଲ ୫୪୩ ମାର୍କ (୯୦.୫%), ସାଇସ୍ମିତା ପାଢୀ ୫୪୨ ମାର୍କ (୯୦.୩୩%), ଶୁଭଶ୍ରୀ ମେହେର ୫୪୨ ମାର୍କ (୯୦.୩୩%), ସୁବ୍ରତ ବିଶି ୫୪୨ ମାର୍କ (୯୦.୩୩%), ପ୍ରଜ୍ଞା ମେହେର ୫୪୦ ମାର୍କ (୯୦%) ଓ ଗୌରୀଶଙ୍କର ସେଠ ୫୫୭ ମାର୍କ (୯୨.୮୩%) ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି।

ଚଳିତବର୍ଷ ଗଣିତରେ ମନିଷ ଅଗ୍ରୱାଲ, ନେହାରାଣୀ ଜୈନ ଏବଂ ନମ୍ରତା ନୀଲା ଓ ପ୍ରାଣୀ ବିଜ୍ଞାନ(ଜୁଲୋଜି)ରେ ପ୍ରଜ୍ଞା ମେହେର, ସିଜଲ ପଣ୍ଡା ଏବଂ ନିଶିକା ସାହୁ ୧୦୦ରୁ ୧୦୦ ନମ୍ବର ରଖିଥିବାବେଳେ ବିଜ୍ଞାନରେ ସମୁଦାୟ ଛାତ୍ରୀଛାତ୍ରର ୩୪.୪%, ୮୦%ରୁ ଊର୍ଦ୍ଧ୍ୱ ଏବଂ ୮୦% ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ପାସ କରି ବିକାଶକୁ ପଶ୍ଚିମ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ଅଧ୍ୟକ୍ଷ ରଥ ସିଏଚ୍‌ଏସ୍‌ଇ ଫଳାଫଳ ବିଷୟରେ ସୂଚନା ଦେଇଛନ୍ତି। କ୍ରିଷ୍ଣା ବିକାଶ ଗ୍ରୁପରେ ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଦାଶରୀ ମୂରଲୀ କ୍ରୀଷ୍ଣା ସଫଳ ଛାତ୍ରୀଛାତ୍ର ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେବା ସହିତ ଛାତ୍ରୀଛାତ୍ରମାନଙ୍କ ନିଟ ଏବଂ ଜେ.ଇ.ଇ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ଦିଆଯାଉଥିବା ଇଣ୍ଟିଗ୍ରେଟେଡ ପ୍ରୋଗ୍ରାମର ପ୍ରଶଂସା କରିଛନ୍ତି।

ବିକାଶ ସିନିୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଚିତରଞ୍ଜନ ପତି ଏହି ଇଣି୍ଟଗ୍ରେଟେଡ ପ୍ରୋଗ୍ରାମ ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି, ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ(ମେନ) ସେସନ-୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ ପ୍ରତିଶତ ରଖିଥିବାବେଳ ୪ ଜଣ ଛାତ୍ରୀଛାତ୍ର ୯୮ପ୍ରତିଶତ ଊର୍ଦ୍ଧ୍ୱରେ, ୧୪ ଛାତ୍ରୀଛାତ୍ର ୯୭ ପ୍ରତିଶତ ଊର୍ଦ୍ଧ୍ୱରେ, ୨୧ ଛାତ୍ରୀଛାତ୍ର ୯୫ ପ୍ରତିଶତ ଊର୍ଦ୍ଧ୍ୱରେ ଏବଂ ୮୭ ଛାତ୍ରୀଛାତ୍ର ଆଇଆଇଟି-ଜେଇଇ(ମେନ) ସେସନ-୨ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏନ୍‌ଟିଏ-ନିଟ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ରେ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବରଗଡ଼ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସରକାରୀ ମେଡିକାଲ କଲେଜ୍‌ରେ ସିଟ ପାଇବା ପାଇଁ କଟଅଫ ମାର୍କ ଊର୍ଦ୍ଧ୍ୱରେ ରଖିବେ ବୋଲି ଆଶା ପ୍ରକାଶ କରାଯାଉଛି। ସେହିପରି ସିୟୁଇଟି (ୟୁଜି), ସିଏ, ନେଷ୍ଟ ଏବଂ ଆଇଜର୍‌ ପ୍ରବେଶିକା ପରୀକ୍ଷାରେ ମଧ୍ୟ ସ୍କୁଲର ଛାତ୍ରୀଛାତ୍ର ଶ୍ରେଷ୍ଠ ଫଳାଫଳ ହାସଲ କରିବେ ବୋଲି ଆଶା କରାଯାଉଛି।
ଚଳିତ ବର୍ଷର ଫଳାଫଳକୁ ନେଇ କ୍ରିଷ୍ଣା ବିକାଶ ଗ୍ରୁପର ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ପରିଚାଳନା ନିର୍ଦ୍ଦେଶକ ବିବେକ ଦାଶରୀ, ନିର୍ଦ୍ଦେଶକ ଡଃ ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର୍‌ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏସ.କାନ୍ତାରାଓ, କ୍ରୀଷ୍ଣା ବିକାଶ ଗ୍ରୁପର ଏଚ୍‌ଆର୍‌ ହେଡ ଅଶ୍ୱିନୀ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ସମସ୍ତ କୃତି ଛାତ୍ରୀଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

The post ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ କଲେଜ ଟପ୍ପର appeared first on Dharitri Odia News.