ଆରବିଆଇ ବୁଲେଟିନ୍: ଦରବୃଦ୍ଧିକୁ ୪ ପ୍ରତିଶତକୁ ଆଣିବାରେ ବାଧା ସାଜୁଛି ଖାଦ୍ୟ ସାମଗ୍ରୀ ଦାମ୍‌

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିକୁ ଦ୍ରୁତ ଭାବରେ ହ୍ରାସ କରି ଚାରି ପ୍ରତିଶତ ପର୍ଯ୍ୟନ୍ତ ଆଣିବାରେ ବାଧା ସାଜୁଛି ଖାଦ୍ୟ ପଦାର୍ଥର ଦାମ୍‌। ମଙ୍ଗଳବାର ମାର୍ଚ୍ଚ ମାସର ବୁଲେଟିନ୍‌ (ଷ୍ଟେଟ୍‌ ଅଫ୍‌ ଇକୋନୋମୀ)ରେ ଏଭଳି କହିଛି ଆରବିଆଇ।କେନ୍ଦ୍ରୀୟ ବ୍ୟାଙ୍କ୍‌ ଡେପୁଟି ଗଭର୍ଣ୍ଣର ମାଇକଲ ଦେବବ୍ରତ ପାତ୍ରାଙ୍କ ନେତୃତ୍ବରେ ଟିମ୍‌ ନିଜ ବୁଲେଟିନ୍‌ରେ କହିଛନ୍ତି ଯେ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବରରୁ ହ୍ରାସ ପାଉଛି ଏବଂ ଫେବ୍ରୁଆରୀରେ ଏହା ୫.୦୯ ପ୍ରତିଶତ ରହିଥିଲା।ଯଦିଓ ପ୍ରମୁଖ ମୁଦ୍ରାସ୍ଫୀତିରେ ବ୍ୟାପକ ହ୍ରାସ ଦେଖିବାକୁ ମଳିଛି ଏବଂ ଦରବୃଦ୍ଧି ଲଗାତାର ହ୍ରାସ ପାଉଛି। କିନ୍ତୁ ଖାଦ୍ୟ ଦାମ୍‌ର ଚାପ ଫଳରେ ଏହାକୁ ଦ୍ରୁତ ଭାବରେ ଚାରି ପ୍ରତିଶତକୁ ଆଣିବାରେ ବାଧା ଦେଖିବାକୁ ମିଳୁଛି।’’ବୁଲେଟିନ୍‌ରେ ଆହୁରି କୁହାଯାଇଛି ଯେ, ବୈଶ୍ବିକ ଅର୍ଥବ୍ୟବସ୍ଥା ଗତି ହରାଉଛି ଏବଂ ସଂଘର୍ଷ କରୁଥିବା କିଛି ଅର୍ଥବ୍ୟବସ୍ଥାରେ ବୃଦ୍ଧି ମନ୍ଥର ରହିଛି।ଏହା ଆହୁରି ଧୀର ହୋଇପାରେ। ଭାରତରେ ଆର୍ଥିକ ବର୍ଷ ୨୦୨୩-୨୪ର ତୃତୀୟ ତ୍ରେମାସିକରେ ସକଳ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହାର ଛଅ ମାସର ଉଚ୍ଚତମ ସ୍ତରରେ ରହିଥିଲା। ଏଥିରେ ଆହୁରି କୁହାଯାଇଛି, ସ୍ବାସ୍ଥ୍ୟ, କର୍ପୋରେଟ୍‌ ଏବଂ ବ୍ୟାଙ୍କ୍‌ର ବୃଦ୍ଧି ଦେଖିବାକୁ ମିଳିପାରେ।

ଆରବିଆଇ ବୁଲେଟିନ୍: ଦରବୃଦ୍ଧିକୁ ୪ ପ୍ରତିଶତକୁ ଆଣିବାରେ ବାଧା ସାଜୁଛି ଖାଦ୍ୟ ସାମଗ୍ରୀ ଦାମ୍‌

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିକୁ ଦ୍ରୁତ ଭାବରେ ହ୍ରାସ କରି ଚାରି ପ୍ରତିଶତ ପର୍ଯ୍ୟନ୍ତ ଆଣିବାରେ ବାଧା ସାଜୁଛି ଖାଦ୍ୟ ପଦାର୍ଥର ଦାମ୍‌। ମଙ୍ଗଳବାର ମାର୍ଚ୍ଚ ମାସର ବୁଲେଟିନ୍‌ (ଷ୍ଟେଟ୍‌ ଅଫ୍‌ ଇକୋନୋମୀ)ରେ ଏଭଳି କହିଛି ଆରବିଆଇ।କେନ୍ଦ୍ରୀୟ ବ୍ୟାଙ୍କ୍‌ ଡେପୁଟି ଗଭର୍ଣ୍ଣର ମାଇକଲ ଦେବବ୍ରତ ପାତ୍ରାଙ୍କ ନେତୃତ୍ବରେ ଟିମ୍‌ ନିଜ ବୁଲେଟିନ୍‌ରେ କହିଛନ୍ତି ଯେ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବରରୁ ହ୍ରାସ ପାଉଛି ଏବଂ ଫେବ୍ରୁଆରୀରେ ଏହା ୫.୦୯ ପ୍ରତିଶତ ରହିଥିଲା।ଯଦିଓ ପ୍ରମୁଖ ମୁଦ୍ରାସ୍ଫୀତିରେ ବ୍ୟାପକ ହ୍ରାସ ଦେଖିବାକୁ ମଳିଛି ଏବଂ ଦରବୃଦ୍ଧି ଲଗାତାର ହ୍ରାସ ପାଉଛି। କିନ୍ତୁ ଖାଦ୍ୟ ଦାମ୍‌ର ଚାପ ଫଳରେ ଏହାକୁ ଦ୍ରୁତ ଭାବରେ ଚାରି ପ୍ରତିଶତକୁ ଆଣିବାରେ ବାଧା ଦେଖିବାକୁ ମିଳୁଛି।’’

ବୁଲେଟିନ୍‌ରେ ଆହୁରି କୁହାଯାଇଛି ଯେ, ବୈଶ୍ବିକ ଅର୍ଥବ୍ୟବସ୍ଥା ଗତି ହରାଉଛି ଏବଂ ସଂଘର୍ଷ କରୁଥିବା କିଛି ଅର୍ଥବ୍ୟବସ୍ଥାରେ ବୃଦ୍ଧି ମନ୍ଥର ରହିଛି।ଏହା ଆହୁରି ଧୀର ହୋଇପାରେ। ଭାରତରେ ଆର୍ଥିକ ବର୍ଷ ୨୦୨୩-୨୪ର ତୃତୀୟ ତ୍ରେମାସିକରେ ସକଳ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହାର ଛଅ ମାସର ଉଚ୍ଚତମ ସ୍ତରରେ ରହିଥିଲା। ଏଥିରେ ଆହୁରି କୁହାଯାଇଛି, ସ୍ବାସ୍ଥ୍ୟ, କର୍ପୋରେଟ୍‌ ଏବଂ ବ୍ୟାଙ୍କ୍‌ର ବୃଦ୍ଧି ଦେଖିବାକୁ ମିଳିପାରେ।