ଟି-୨୦ ବିଶ୍ବକପ୍, ସଂଧ୍ୟାରେ ଟିମ୍ ଇଣ୍ଡିଆ-ବାଂଲାଦେଶ ଟକ୍କର, ରୋହିତ୍ ବାହିନୀ ପାଇଁ ସ୍ପିନ୍ ପରୀକ୍ଷା
ମୁମ୍ବାଇ ୨୨/୦୬: ଭାରତ-ବାଂଲାଦେଶ ସୁପର-୮ ଟକ୍କର । ଶନିବାର ସଂଧ୍ୟାରେ ହାଇ-ଭୋଲଟେଜ୍ ମୁକାବିଲା । ସୁପର-୮ ରାଉଣ୍ଡର ଗ୍ରୁପ-୧ରେ ଭାରତ-ବାଂଲାଦେଶ ପରସ୍ପର ଭେଟିବାକୁ ଯାଉଛନ୍ତି । ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ, ଆଣ୍ଟିଗୁଆରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇବା ପରେ ଭାରତ ବିଜୟ ଧାରା ଜାରି ରଖି ସେମି ଫାଇନାଲ୍ ପାଇଁ ପଥ ପରିସ୍କାର କରିବାକୁ ଲକ୍ଷ୍ୟ ରଖିଛି । ମାତ୍ର ବାଂଲାଦେଶ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଦଳ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇସାରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ-ବାଂଲାଦେଶ ମୁକାବିଲା ସର୍ବଦା ରୋମାଞ୍ଚକର ରହିଛି । ଉଭୟ ଦଳ ୪ଥର ସାମ୍ନାସାମ୍ନି ହୋଇଛନ୍ତି । ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି । ୨୦୧୬ ବିଶ୍ୱକପ୍ର ମୁକାବିଲାକୁ ଉଭୟ ଦଳର ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ମହେନ୍ଦ୍ର ସିଂହ ଧୋନିଙ୍କ ଚତୁର ରଣନୀତି ବଳରେ ଭାରତ ଉକ୍ତ ମ୍ୟାଚ୍କୁ ମାତ୍ର ୧ ରନ୍ରେ ଜିତିଥିଲା । ବାଂଲାଦେଶ ଶେଷ ଥର ପାଇଁ ୨୦୧୯ରେ ଭାରତକୁ ହରାଇଥିଲା । ଏଥର ଭାରତକୁ ହରାଇବା ପାଇଁ ହେଲେ ବ୍ୟାଟିଂ ବ୍ୟତୀତ ସ୍ପିନ ବୋଲିଂ ବିଭାଗକୁ ଦମ୍ ଦେଖାଇବାକୁ ପଡ଼ିବ । ୱେଷ୍ଟ ଇଣ୍ଡିଜ୍ର ଅଧିକାଂଶ ପିଚ୍ ସ୍ପିନରଙ୍କୁ ସହାୟତା କରୁଛି । ଯୁବ ଲେଗ୍ ସ୍ପିନର ରିଶଦ ହୋସେନ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କର
ମୁମ୍ବାଇ ୨୨/୦୬: ଭାରତ-ବାଂଲାଦେଶ ସୁପର-୮ ଟକ୍କର । ଶନିବାର ସଂଧ୍ୟାରେ ହାଇ-ଭୋଲଟେଜ୍ ମୁକାବିଲା । ସୁପର-୮ ରାଉଣ୍ଡର ଗ୍ରୁପ-୧ରେ ଭାରତ-ବାଂଲାଦେଶ ପରସ୍ପର ଭେଟିବାକୁ ଯାଉଛନ୍ତି । ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ, ଆଣ୍ଟିଗୁଆରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇବା ପରେ ଭାରତ ବିଜୟ ଧାରା ଜାରି ରଖି ସେମି ଫାଇନାଲ୍ ପାଇଁ ପଥ ପରିସ୍କାର କରିବାକୁ ଲକ୍ଷ୍ୟ ରଖିଛି । ମାତ୍ର ବାଂଲାଦେଶ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଦଳ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇସାରିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ-ବାଂଲାଦେଶ ମୁକାବିଲା ସର୍ବଦା ରୋମାଞ୍ଚକର ରହିଛି । ଉଭୟ ଦଳ ୪ଥର ସାମ୍ନାସାମ୍ନି ହୋଇଛନ୍ତି । ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି । ୨୦୧୬ ବିଶ୍ୱକପ୍ର ମୁକାବିଲାକୁ ଉଭୟ ଦଳର ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ମହେନ୍ଦ୍ର ସିଂହ ଧୋନିଙ୍କ ଚତୁର ରଣନୀତି ବଳରେ ଭାରତ ଉକ୍ତ ମ୍ୟାଚ୍କୁ ମାତ୍ର ୧ ରନ୍ରେ ଜିତିଥିଲା । ବାଂଲାଦେଶ ଶେଷ ଥର ପାଇଁ ୨୦୧୯ରେ ଭାରତକୁ ହରାଇଥିଲା । ଏଥର ଭାରତକୁ ହରାଇବା ପାଇଁ ହେଲେ ବ୍ୟାଟିଂ ବ୍ୟତୀତ ସ୍ପିନ ବୋଲିଂ ବିଭାଗକୁ ଦମ୍ ଦେଖାଇବାକୁ ପଡ଼ିବ । ୱେଷ୍ଟ ଇଣ୍ଡିଜ୍ର ଅଧିକାଂଶ ପିଚ୍ ସ୍ପିନରଙ୍କୁ ସହାୟତା କରୁଛି । ଯୁବ ଲେଗ୍ ସ୍ପିନର ରିଶଦ ହୋସେନ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ମାତ୍ର ଭାରତୀୟ ବ୍ୟାଟିଂ ବିଭାଗକୁ ଅଟକାଇବା ପାଇଁ ସେ ଯଥେଷ୍ଟ ନୁହନ୍ତି । ଅନ୍ୟ ସ୍ପିନରମାନଙ୍କୁ ଉପଯୁକ୍ତ ସହାୟତା କରିବାକୁ ହେବ ।
ଭାରତ ବାମ ହାତି ପେସ୍ ବୋଲର ମୁସ୍ତାଫିଜୁର ରେହମାନଙ୍କ ପ୍ରତି ସତର୍କ ରହିବା ଜରୁରି । ରୋହିତ ଶର୍ମା, ବିରାଟ କୋହଲିଙ୍କ ଫର୍ମ ଚିନ୍ତାର କାରଣ ହୋଇଛି । ଅନ୍ୟ ବ୍ୟାଟରମାନେ ଦାୟିତ୍ୱ ସମ୍ପାଦନ କରୁଥିବାରୁ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି । କୋହଲିଙ୍କ ବ୍ୟାଟ୍ରୁ ଏକ ମ୍ୟାଚ ବିଜୟୀ ଇନିଂସ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆଜିର ମ୍ୟାଚ୍ ତାଙ୍କ ବ୍ୟାଟ୍ ଗର୍ଜିବା ନେଇ ଆଶା କରାଯାଉଛି । ଖାଲି ସେତିକି ନୁହେଁ, ମୁସ୍ତାଫିଜୁର ଓ କୋହଲିଙ୍କ ମଧ୍ୟରେ ଏକ ଜବରଦସ୍ତ ଲଢ଼େଇ ହୋଇପାରେ । ନର୍ଥ ସାଉଣ୍ଡ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଦିନ ବେଳା ମ୍ୟାଚ୍ ରହିଥିବାରୁ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ଆଜି ଏଠାରେ ବର୍ଷା ହୋଇଛି । ତେଣୁ ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିପାରେ ।