ବିଧାୟକ ଙ୍କ ଦ୍ଵାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଙ୍କୁ ଉପକରଣ ପ୍ରଦାନ ।
ପଟ୍ଟାଙ୍ଗି୦୧/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ଓ ସୁନାବେଡା ହାଲ୍ ମିଳିତ ସହଯୋଗରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ପ୍ରଦାନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ସିଏଲପି ଲିଡର ରାମଚନ୍ଦ୍ର କାଡାମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଙ୍କୁ ଉପକରଣ ପ୍ରଦାନ କରି ସୁନାବେଡା ହାଲ୍ ପକ୍ଷରୁ ଏହିପରି ପ୍ରଥମକରି କାର୍ଯ୍ୟକ୍ରମ ହାତ କୁ ନେଇ ଥିବାରୁ […] The post ବିଧାୟକ ଙ୍କ ଦ୍ଵାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଙ୍କୁ ଉପକରଣ ପ୍ରଦାନ । appeared first on Odisha.News.

ପଟ୍ଟାଙ୍ଗି୦୧/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ଓ ସୁନାବେଡା ହାଲ୍ ମିଳିତ ସହଯୋଗରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ପ୍ରଦାନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ସିଏଲପି ଲିଡର ରାମଚନ୍ଦ୍ର କାଡାମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଙ୍କୁ ଉପକରଣ ପ୍ରଦାନ କରି ସୁନାବେଡା ହାଲ୍ ପକ୍ଷରୁ ଏହିପରି ପ୍ରଥମକରି କାର୍ଯ୍ୟକ୍ରମ ହାତ କୁ ନେଇ ଥିବାରୁ ହାଲ୍ କୁ ଧନ୍ୟବାଦ ଜଣାଉଥିବା ସହ ଏହିପରି କାର୍ଯ୍ୟକ୍ରମ ଆଗକୁ କିପରି ଜାରି ରହିବ ସେନେଇ ହାଲ୍ ଉଚ୍ଚ କତ୍ରୁପକ୍ଷ ଦୃଷ୍ଟି ରଖିବା ଆବଶ୍ୟକ ରହିଛି ବୋଲି ନିଜ ଅଭିଭାଷଣ ପରାମର୍ଶ ଦେଇଥିଲେ । ଏହି ସମୟରେ ବ୍ୟାଟେରି ଚାଳିତ ଦୁଇଟି ସାଇକେଲ ମାଳିପୁଟ ପଞ୍ଚାୟତ ର ସିନ୍ଦେଇ ଗ୍ରାମର ପାନ୍ଦି ନାଗୁଲୁ , ପୁକାଲି ପଞ୍ଚାୟତ ର ସୁବାଷ ଖରା ଏବଂ ନୁଆଁଗା ପଞ୍ଚାୟତ ଜୀବନ ପାଙ୍ଗି ଡିଜିଟାଲ ଆଶା ବାଡ଼ି ଏବଂ ମୋବାଇଲ୍ ପ୍ରଦାନ କରା ଯାଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିବାହ ପ୍ରଚାହନ ରାଶି ୦୨ ଲକ୍ଷ ୫୦ ହଜାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହିପରି କି ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଜିକରଣ ୬୬ ଙ୍କ ମଧ୍ୟରୁ ୬୫ ଜଣଙ୍କୁ ସାଇକେଲ୍ ଠାରୁ ଆରମ୍ଭ କରି , ଆଶା ବାଡ଼ି , ଶ୍ରବଣ ଯନ୍ତ୍ର , ଆଣ୍ଠୁ ଓ ଅଣ୍ଟା ବେଲ୍ଟ ପ୍ରଦାନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଜୋନ ୦୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ , ଜୋନ୍ ୦୨ ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା , ସାଂସଦ ପ୍ରତିନିଧି ଶୁକ୍ରା ଖରା , ଅର୍ଜୁନ ବାଙ୍କା ପ୍ରମୁଖ ଙ୍କ ସମେତ ବିଡ଼ିଓ ରାମକୃଷ୍ଣ ନାୟକ , ହାଲ୍ ର ଏଜିଏମ୍ ମନୋରଞ୍ଜନ ମହାକୁଡ଼ , ବରିଷ୍ଠ ମ୍ୟାନେଜର ସ୍ମିତା ମହାପାତ୍ର , P ନଟରାଜ ପ୍ରମୁଖ ଅନ୍ୟତମ ଅତିଥି ରୂପେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧିର ସାହୁ , ପ୍ରଜ୍ଞା ଗୌଉଡ , ବି ସନ୍ତୋଷି ଦେବି , ମଙ୍ଗଳ ବିଭାଗ ର ସନ୍ତୋଷ ଚୈଉଧିରି , ପିଇଓ ମମିତା ନାୟକ , କ୍ୟାସିଅର ଜଗନ୍ନାଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
The post ବିଧାୟକ ଙ୍କ ଦ୍ଵାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଙ୍କୁ ଉପକରଣ ପ୍ରଦାନ । appeared first on Odisha.News.