ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା…

ବେଜିଂ,୬।୧ : ସାଟେଲାଇଟ ଚିତ୍ରରୁ ଜଣା ପଡିଛି ଚାଇନା ଉତ୍ତର-ପୂର୍ବ ଭୁଟାନରେ ଥିବା ଭୁଟାନ ରାଜ ପରିବାରର ଜମିକୁ ବେଆଇନ ଦଖଲ କରୁଛି। ଖେନାପାଜୋଙ୍ଗର ଏକ ନଦୀ ଉପତ୍ୟକା ଦେଇ ଟାଉନଶିପ ନିର୍ମାଣ କରି ବେଆଇନ ଭାବେ ଜମି ଖୋଳିବା କାର୍ଯ୍ୟ ଜାରି ରଖିଛି। ଭୁଟାନର ଜନସଂଖ୍ୟା ୮ ଲକ୍ଷରୁ କମ । ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ଅଞ୍ଚଳର ଏକ ଚତୁର୍ଥାଂଶ। ଏହା ଚାଇନା ବିରୋଧରେ କିଛି କରିପାରିବ ନାହିଁ। ତେଣୁ ଚାଇନା ଏହାର ଉତ୍ତର, […] The post ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା… appeared first on Dharitri Odia News.

ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା…

ବେଜିଂ,୬।୧ : ସାଟେଲାଇଟ ଚିତ୍ରରୁ ଜଣା ପଡିଛି ଚାଇନା ଉତ୍ତର-ପୂର୍ବ ଭୁଟାନରେ ଥିବା ଭୁଟାନ ରାଜ ପରିବାରର ଜମିକୁ ବେଆଇନ ଦଖଲ କରୁଛି। ଖେନାପାଜୋଙ୍ଗର ଏକ ନଦୀ ଉପତ୍ୟକା ଦେଇ ଟାଉନଶିପ ନିର୍ମାଣ କରି ବେଆଇନ ଭାବେ ଜମି ଖୋଳିବା କାର୍ଯ୍ୟ ଜାରି ରଖିଛି।

ଭୁଟାନର ଜନସଂଖ୍ୟା ୮ ଲକ୍ଷରୁ କମ । ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ଅଞ୍ଚଳର ଏକ ଚତୁର୍ଥାଂଶ। ଏହା ଚାଇନା ବିରୋଧରେ କିଛି କରିପାରିବ ନାହିଁ। ତେଣୁ ଚାଇନା ଏହାର ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ବେଆଇନ ଜମି ଦଖଲ ଜାରି ରଖିଛି। ହିମାଳୟ ସୀମାରେ ଚାଇନା ଏହି ଜବରଦଖଲ କରୁଛି।

ବିଶେଷଜ୍ଞ ପ୍ରଫେସର ରବର୍ଟ ବର୍ଣ୍ଣେଟ କୁହନ୍ତି, ଚାଇନାର ଏହି କାର୍ଯ୍ୟ ସନ୍ଦେହଜନକ। ଏକ କମ ଶକ୍ତିଶାଳୀ ପଡ଼ୋଶୀ ଦେଶ ବିରୋଧରେ ଚାଇନାର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ।

ଭୁଟାନ ସହିତ ଚାଲିଥିବା ସୀମା ଆଲୋଚନା ସତ୍ତ୍ୱେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାରଙ୍କ ଦ୍ୱାରା କରାଯାଉଥିବା ବେଆଇନ ନିର୍ମାଣ କାର୍ଯ୍ୟକଳାପର ଖବର ଆସିଛି। ନିକଟସ୍ଥ ଜାକରଲୁଙ୍ଗ ଅଞ୍ଚଳରେ ନିର୍ମାଣ ସ୍ପଷ୍ଟ ଭାବରେ ସୂଚାଇ ଦେଇଛି।
ବିୟୁଲ ଖେନପାଜୋଙ୍ଗରେ ଚାଇନାର ନିର୍ମାଣ କାର୍ଯ୍ୟକଳାପ ଉପରେ ପ୍ରଶ୍ନର ଉତ୍ତରରେ ଭୁଟାନର ଭାରତରେ ରାଷ୍ଟ୍ରଦୂତ ମେଜର ଜେନେରାଲ ଭେଟସପ ନାମଗେଲ (ଅବସରପ୍ରାପ୍ତ) କହିଛନ୍ତି ଚାଲିଥିବା ସୀମା ଆଲୋଚନା ସମୟରେ ଗଣମାଧ୍ୟମକୁ ମନ୍ତବ୍ୟ ନ ଦେବା ଆମର ନୀତି ହୋଇଥିବାବେଳେ ମୁଁ ଏହା କହିବାକୁ ଚାହେଁ ସୀମା ବୁଝାମଣା ସମୟରେ ଭୁଟାନର ଆଞ୍ଚଳିକ ସ୍ବାର୍ଥକୁ ସର୍ବଦା ସମର୍ଥନ କରିବ ଏବଂ ସୁରକ୍ଷା ଦେବ।

The post ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା… appeared first on Dharitri Odia News.