ନଭେମ୍ବର ୧ରେ ହେବ ବଲାଙ୍ଗୀର ଦିନ୍ ଉତ୍ସବ
ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୧ରୁ ‘ବଲାଙ୍ଗୀର ଦିନ୍’ଉତ୍ସବ ପାଳନ କରାଯିବ। ଏନେଇ ସୋମବାର ସ୍ଥାନୀୟ ପିପି ଏକାଡେମୀ ହଲରେ ବଲାଙ୍ଗୀର ଦିନ୍ ଆୟୋଜକ କମିଟି ପକ୍ଷରୁ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଦିନ୍ ଆୟୋଜକ କମିଟି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବର ୧ ତାରିଖ ବଲାଙ୍ଗୀର ଦିନ୍ ଉତ୍ସବକୁ କିଭଳି ଧୁମ୍ଧାମ୍ରେ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା। ବୈଠକରେ କମିଟି ସଂଯୋଜକ ବିନୋଦ […] The post ନଭେମ୍ବର ୧ରେ ହେବ ବଲାଙ୍ଗୀର ଦିନ୍ ଉତ୍ସବ appeared first on Dharitri Odia News.
ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୧ରୁ ‘ବଲାଙ୍ଗୀର ଦିନ୍’ଉତ୍ସବ ପାଳନ କରାଯିବ। ଏନେଇ ସୋମବାର ସ୍ଥାନୀୟ ପିପି ଏକାଡେମୀ ହଲରେ ବଲାଙ୍ଗୀର ଦିନ୍ ଆୟୋଜକ କମିଟି ପକ୍ଷରୁ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା।
ବଲାଙ୍ଗୀର ଦିନ୍ ଆୟୋଜକ କମିଟି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବର ୧ ତାରିଖ ବଲାଙ୍ଗୀର ଦିନ୍ ଉତ୍ସବକୁ କିଭଳି ଧୁମ୍ଧାମ୍ରେ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା।
ବୈଠକରେ କମିଟି ସଂଯୋଜକ ବିନୋଦ କାଲସାଏ, ଲୋଟସ ଷଡଙ୍ଗୀ, ଦିନେଶ ଶର୍ମା, ପ୍ରତାପ ରଥ, ସଙ୍ଗୀତା ଦାଶ, ନୂତନ ଦାସ, ସରିତା ଦାଶ, କପିଳେଶ୍ୱର ଖମାରୀ, ପ୍ରଭାକର ମିଶ୍ର, ଜୟନ୍ତ ମହାନ୍ତି, ଟିକଲ ପୁଟେଲ, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥି, ଦେବେନ୍ଦ୍ର ନାଏକ, ସୁନୀଲ ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉତ୍ସବକୁ ସଫଳ ପରିଚାଳନା କରିବା ପାଇଁ ବିଭିନ୍ନ କମିଟିକୁ ପୁନର୍ଗଠିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
The post ନଭେମ୍ବର ୧ରେ ହେବ ବଲାଙ୍ଗୀର ଦିନ୍ ଉତ୍ସବ appeared first on Dharitri Odia News.