୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ ପୁଣି ମା’ ହୋଇଛନ୍ତି। ସେ ୫୧ ବର୍ଷ ବୟସରେ ଏକ ସୁନ୍ଦର ପୁତ୍ରକୁ ଜନ୍ମ ଦେଇଛନ୍ତି। କ୍ୟାମେରନ ଏବଂ ତାଙ୍କ ସ୍ବାାମୀ ବେନଜୀ ମ୍ୟାଡେନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ପ୍ରଶଂସକଙ୍କ ସହ ଏହି ଖୁସି ଶେୟାର କରିଛନ୍ତି। ଏହି ଦମ୍ପତି ଶିଶୁର ନାମ ମଧ୍ୟ ପ୍ରକାଶ କରିଛନ୍ତି […] The post ୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ appeared first on Dharitri Odia News.

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ ପୁଣି ମା’ ହୋଇଛନ୍ତି। ସେ ୫୧ ବର୍ଷ ବୟସରେ ଏକ ସୁନ୍ଦର ପୁତ୍ରକୁ ଜନ୍ମ ଦେଇଛନ୍ତି। କ୍ୟାମେରନ ଏବଂ ତାଙ୍କ ସ୍ବାାମୀ ବେନଜୀ ମ୍ୟାଡେନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ପ୍ରଶଂସକଙ୍କ ସହ ଏହି ଖୁସି ଶେୟାର କରିଛନ୍ତି।
ଏହି ଦମ୍ପତି ଶିଶୁର ନାମ ମଧ୍ୟ ପ୍ରକାଶ କରିଛନ୍ତି ଏବଂ ସେମାନେ ଶିଶୁର ଫଟୋ ଶେୟାର କରିବେ ନାହିଁ ବୋଲି କହିଛନ୍ତି। ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି- ‘ଆମ ପୁଅ କାର୍ଡିନାଲ ମେଡେନଙ୍କ ଜନ୍ମ ଘୋଷଣା କରି ଧନ୍ୟ ଓ ଖୁବ ଏକ୍ସାଇଟେଡ ଅଛୁ। ସେ ବହୁତ ପ୍ୟାରା ଏବଂ ଆମେ ସମସ୍ତେ ବହୁତ ଖୁସି । ପିଲାମାନଙ୍କର ସୁରକ୍ଷା ଏବଂ ଗୋପନୀୟତା ପାଇଁ, ଆମେ କୌଣସି ଫଟୋ ପୋଷ୍ଟ କରିବୁ ନାହିଁ।
ଅଭିନେତ୍ରୀ କ୍ୟାମେରନ ଡିଆଜ ଆହୁରି କହିଛନ୍ତି- ‘ସେ ବହୁତ କ୍ୟୁଟ। ଆମେ ସମସ୍ତେ ବହୁତ ଆଶୀର୍ବାଦ ଏବଂ ଧନ୍ୟବାଦ ଅନୁଭବ କରୁଛୁ। ଆମ ପରିବାର ପକ୍ଷରୁ ଆପଣ ସମସ୍ତଙ୍କୁ ବହୁତ ପ୍ୟାର। ସୂଚନାଯୋଗ୍ୟ, କ୍ୟାମେରନ-ବେନଜୀଙ୍କ ପୂର୍ବରୁ ଏକ ଝିଅ ଅଛି। ୨୦୧୫ରେ, ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ରେଡିକ୍ସଙ୍କୁ ସ୍ବାଗତ କରିଥିଲେ। ତେବେ ପୁଅ ସମ୍ପର୍କରେ ଏହି ଦମ୍ପତି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ପୁଅ କାର୍ଡିନାଲ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ କି ନାହିଁ।
ସୂଚନାଯୋଗ୍ୟ, ୨୦୧୫ରେ ମ୍ୟାଡେନଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ତାଙ୍କ କ୍ୟାରିୟରରୁ ବିରତି ନେବାକୁ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଏନି’ (୨୦୨୧୪) ରେ ଦେଖିବାକୁ ମିଳିଥିଲା। ବାସ୍ତବ ଜୀବନରେ ସେ ହୋମ ମେକରର ଭୂମିକାରେ ଖୁବ ଆନନ୍ଦ ଉପଭୋଗ କରୁଛନ୍ତି।

The post ୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ appeared first on Dharitri Odia News.