ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା
ନୂଆଦିଲ୍ଲୀ, ୧୧।୧: କିଛି ଦିନରେ ବିରତି ପରେ ପୁଣି ବଡ଼ ସଂଖ୍ୟାରେ ଛଟେଇ କରିଛନ୍ତି ଆମେରିକୀୟ ଟେକ୍ ଜାଏଣ୍ଟସ୍ ଗୁଗୁଲ୍ ଏବଂ ଆମାଜନ। ଗୁଗୁଲ୍ ଏହାର ଭଏସ ଆକ୍ଟିଭେଟେଡ଼ ଗୁଗୁଲ୍ ଆକ୍ଟିଭେଟେଡ଼ ଆସିଷ୍ଟାଣ୍ଟ ସଫ୍ଟୱେର ଟିମକୁ ଛଟେଇ କରିବ। ସେହିଭଳି ଇ-କମର୍ସ କମ୍ପାନୀ ଆମଜନ ଏହାର ଓଟିଟି ପ୍ଳାର୍ଟଫର୍ମ ପ୍ରାଇମ ଭିଡିଓ ଏବଂ ଆମାଜନ ଏମଜିଏମ ସ୍ଟୁଡ଼ିଓରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିବ। ଗୁଗୁଲ୍ ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି ଯେ, ପୁନର୍ଗଠନ ପ୍ରକ୍ରିୟାରେ ଏହି ଛଟେଇ […] The post ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା appeared first on Dharitri Odia News.
ନୂଆଦିଲ୍ଲୀ, ୧୧।୧: କିଛି ଦିନରେ ବିରତି ପରେ ପୁଣି ବଡ଼ ସଂଖ୍ୟାରେ ଛଟେଇ କରିଛନ୍ତି ଆମେରିକୀୟ ଟେକ୍ ଜାଏଣ୍ଟସ୍ ଗୁଗୁଲ୍ ଏବଂ ଆମାଜନ। ଗୁଗୁଲ୍ ଏହାର ଭଏସ ଆକ୍ଟିଭେଟେଡ଼ ଗୁଗୁଲ୍ ଆକ୍ଟିଭେଟେଡ଼ ଆସିଷ୍ଟାଣ୍ଟ ସଫ୍ଟୱେର ଟିମକୁ ଛଟେଇ କରିବ। ସେହିଭଳି ଇ-କମର୍ସ କମ୍ପାନୀ ଆମଜନ ଏହାର ଓଟିଟି ପ୍ଳାର୍ଟଫର୍ମ ପ୍ରାଇମ ଭିଡିଓ ଏବଂ ଆମାଜନ ଏମଜିଏମ ସ୍ଟୁଡ଼ିଓରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିବ।
ଗୁଗୁଲ୍ ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି ଯେ, ପୁନର୍ଗଠନ ପ୍ରକ୍ରିୟାରେ ଏହି ଛଟେଇ କରାଯାଇଛି। ଗୁଗୁଲ୍ ଆସିଷ୍ଟାଣ୍ଟ ସହିତ କୁତ୍ରିମ ବୁଦ୍ଧିମତା(ଏଆଇ) ଯୋଡି ନୂଆ ପ୍ରଡକ୍ଟ କରିବା ପାଇଁ ଟିମ୍ ଗଠନ କରାଯିବ। ସେହିପରି ଆମାଜନ କହିଛି ପ୍ରତିବର୍ଷ ଆମେ ବ୍ୟବସାୟରେ ଆଗକୁ ବଢାଇବା ପାଇଁ ତଥା ଆମର ଦର୍ଶକମାନଙ୍କୁ ନୂଆ ସିନେମା, ସିରିଏଲ ଏବଂ ସିଧାପ୍ରସାରଣ କାର୍ଯ୍ୟକ୍ରମ ଭେଟିଦେବାକୁ ସୁଯୋଗ ଖୋଜିଥିଲୁ। ଏହି କ୍ରମରେ ଆମେ କିଛି କ୍ଷେତ୍ରରେ ନିବେଶ କମାଇ ଆମର କଣ୍ଟେଣ୍ଟ ଏବଂ ବିଷୟବସ୍ତୁ ଉପରେ ଧ୍ୟାନ ଦେବାକୁ ନିଷ୍ପତି ନେଇଛୁ।
୨୦୨୩ ଜାନୁଆରୀରେ ଗୁଗୁଲ୍ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ବର୍ତ୍ତମାନ ଗୁଗୁଲ୍ ର ପ୍ରାୟ ୧ଲକ୍ଷ ୮୦ ହଜାର କର୍ମଚାରୀ ରହିଛନ୍ତି। ଅନ୍ୟପଟେ ଆମାଜନ ମଧ୍ୟ ଗତବର୍ଷ ପ୍ରାୟ ୨୭ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା।
The post ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା appeared first on Dharitri Odia News.