ସଞ୍ଜୟ ରୟଙ୍କ କାଳ ସାଜିବ ଏହି ୯ ପ୍ରମାଣ, ସିବିଆଇ ହାତରେ ଲାଗିଲା…
କୋଲକାତା,୨୫।୮: କୋଲକାତାରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ପରେ ହତ୍ୟା ଘଟରାରେ ସିବିଆ ତଦନ୍ତ ଜାରି ରହିଛି। ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବ୍ୟତୀତ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ ଶେଷ ହୋଇଛି। ଏହି ମାମଲାରେ କୋଲକାତା ପୋଲିସ ୫୩ଟି ଆଇଟମ୍ ସିଜ୍ କରିଛି। ଏଥିରେ ୯ଟି ଏପରି ଆଇଟମ୍ ଅଛି ଯିଏକି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିରୋଧରେ ବଡ଼ ପ୍ରମାଣ ଭାବରେ ବଳ ଗୋଟାଇଛି। ଏଥିରେ ସଞ୍ଜୟଙ୍କ କପଡା, ଅଣ୍ଡରଗାରମେଣ୍ଟ, ଅପରାଧ ଘଟାଇବା ସମୟରେ […] The post ସଞ୍ଜୟ ରୟଙ୍କ କାଳ ସାଜିବ ଏହି ୯ ପ୍ରମାଣ, ସିବିଆଇ ହାତରେ ଲାଗିଲା… appeared first on Dharitri Odia News.
କୋଲକାତା,୨୫।୮: କୋଲକାତାରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ପରେ ହତ୍ୟା ଘଟରାରେ ସିବିଆ ତଦନ୍ତ ଜାରି ରହିଛି। ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବ୍ୟତୀତ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ ଶେଷ ହୋଇଛି। ଏହି ମାମଲାରେ କୋଲକାତା ପୋଲିସ ୫୩ଟି ଆଇଟମ୍ ସିଜ୍ କରିଛି। ଏଥିରେ ୯ଟି ଏପରି ଆଇଟମ୍ ଅଛି ଯିଏକି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିରୋଧରେ ବଡ଼ ପ୍ରମାଣ ଭାବରେ ବଳ ଗୋଟାଇଛି। ଏଥିରେ ସଞ୍ଜୟଙ୍କ କପଡା, ଅଣ୍ଡରଗାରମେଣ୍ଟ, ଅପରାଧ ଘଟାଇବା ସମୟରେ ପିନ୍ଧିଥିବା ଚପଲ ଇତ୍ୟାଦି ସାମିଲ୍ ରହିଛି। ଏତିସହ ଲୋକେଶନ ମଧ୍ୟ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ମୁତାବକ ଅଗଷ୍ଟ ୯ର ଏହି ଘଟଣାରେ ସଞ୍ଜୟ ରୟ ଆରଜି ହସ୍ପିଟାଲ ସେମିନାର ହଲ୍ରେ ଉପସ୍ଥିତ ଥିଲା।
ସଞ୍ଜୟଙ୍କ ବାଇକ୍ ଓ ହେଲମେଟ୍କୁ ପ୍ରମାଣ ଭାବରେ ରଖାଯାଇଛି। ସିବିଆଇ ଅନୁସାରେ, ସପ୍ତାହେ ମଧ୍ୟରେ ଫୋରେନ୍ସିକ ରିପୋର୍ଟ ଆସିଯାଇପାରେ। ତେବେ ହସ୍ପିଟାଲରେ ଲଗାଯାଥିବା ଦୁଇଟି ସିସିଟିଭିରେ ନଜର ଆସିଛି ଯେ, ସଞ୍ଜୟ ହସ୍ପିଟାଲ ପରିସରରେ ଥିଲେ। ମୁଖ୍ୟ ଅଭିଯୁକ୍ତଙ୍କ ମେଡିକାଲ ରିପୋର୍ଟସ ଅନୁସାରେ ତାଭ୍କର ବାମ ଗାଲ, ହାତ, ଜଂଘରେ ଆଘାତ ଚିହ୍ନ ରହିଛି। ଘଟଣାସ୍ଥଳରେ ମିଳିଥିବା ରକ୍ତ ଚିହ୍ନରେ ସଞ୍ଜୟଙ୍କ ବ୍ଲଡ୍ ସାମ୍ପୁଲ ମ୍ୟାଚ୍ ହୋଇଛି।
The post ସଞ୍ଜୟ ରୟଙ୍କ କାଳ ସାଜିବ ଏହି ୯ ପ୍ରମାଣ, ସିବିଆଇ ହାତରେ ଲାଗିଲା… appeared first on Dharitri Odia News.