ଆଇପିଏଲ ୨୦୨୩ ବିସିସିଆଇକୁ କଲା ମାଲାମାଲ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ,୨୦।୮: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଭାରତୀୟ କ୍ରିକେଟ ପାଇଁ ଏକ ବଡ଼ ବରଦାନ ସଦୃଶ। ଆଇପିଏଲରୁ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହେବାକୁ ସାହାଯ୍ୟ ମିଳିଛି। ୧୯୮୩ରେ ବିସିସିଆଇର ବିଶ୍ୱକପ ବିଜେତା ଦଳକୁ ଦେବାକୁ ଟଙ୍କା ମଧ୍ୟ ନଥିଲା ଏବଂ ବର୍ତ୍ତମାନ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ବର୍ତ୍ତମାନ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ବିସିସିଆଇ ଆଇପିଏଲ ୨୦୨୩ରୁ ୫୦୦୦ କୋଟିରୁ […] The post ଆଇପିଏଲ ୨୦୨୩ ବିସିସିଆଇକୁ କଲା ମାଲାମାଲ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୨୦।୮: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଭାରତୀୟ କ୍ରିକେଟ ପାଇଁ ଏକ ବଡ଼ ବରଦାନ ସଦୃଶ। ଆଇପିଏଲରୁ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହେବାକୁ ସାହାଯ୍ୟ ମିଳିଛି। ୧୯୮୩ରେ ବିସିସିଆଇର ବିଶ୍ୱକପ ବିଜେତା ଦଳକୁ ଦେବାକୁ ଟଙ୍କା ମଧ୍ୟ ନଥିଲା ଏବଂ ବର୍ତ୍ତମାନ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ବର୍ତ୍ତମାନ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ବିସିସିଆଇ ଆଇପିଏଲ ୨୦୨୩ରୁ ୫୦୦୦ କୋଟିରୁ ଅଧିକ ଟଙ୍କା ଅଧିକ ରୋଜଗାର କରିଛି।
ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇପିଏଲ ୨୦୨୩ରୁ ପ୍ରାୟ ୫୧୨୦ କୋଟି ଟଙ୍କା ରୋଜଗାର କରିଛି, ଯାହା ଆଇପିଏଲ ୨୦୨୨ତୁଳନାରେ ୧୧୬% ଅଧିକ। ୨୦୨୨ ଆଇପିଏଲରେ ବିସିସିଆଇର ଆୟ ୨,୩୬୭ କୋଟି ଟଙ୍କା ଥିଲା।
ବିସିସିଆଇ ୨୦୨୨-୨୩ର ବାର୍ଷିକ ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୩ ରୁ ମୋଟ ଆୟ ବର୍ଷ ତୁଳନାରେ ୭୮% ବୃଦ୍ଧି ହୋଇ ୧୧,୭୬୯ କୋଟି ଟଙ୍କା ହୋଇଥିବାବେଳେ ଖର୍ଚ୍ଚ ୬୬% ବୃଦ୍ଧି ହୋଇ ୬,୬୪୮ କୋଟି ଟଙ୍କା ହୋଇଛି।
The post ଆଇପିଏଲ ୨୦୨୩ ବିସିସିଆଇକୁ କଲା ମାଲାମାଲ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.