‘ଲାହୋର ୧୯୪୭’ର ଶୁଟିଂ ଶେଷ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ନିର୍ମିତ, ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଲାହୋର ୧୯୪୭’ ଫିଲ୍ମର ଶୁଟିଂ ସୋମବାର ଶେଷ ହୋଇଛି। ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଏହା ଜଣାପଡ଼ିଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆମିର, ରାଜକୁମାର ଏବଂ ଅଭିନେତା ସନ୍ନି ଦେଓଲ ଏକାଠି କାମ କରିଛନ୍ତି। ‘ଲାହୋର ୧୯୪୭’ର ଶୁଟିଂ ଶେଷ ହେବା ନେଇ ସୋମବାର ଅପ୍‌ଡେଟ୍‌ ଆସିବା ପରେ ସନ୍ନିଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ରିପୋର୍ଟ […] The post ‘ଲାହୋର ୧୯୪୭’ର ଶୁଟିଂ ଶେଷ appeared first on Dharitri Odia News.

‘ଲାହୋର ୧୯୪୭’ର ଶୁଟିଂ ଶେଷ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ନିର୍ମିତ, ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଲାହୋର ୧୯୪୭’ ଫିଲ୍ମର ଶୁଟିଂ ସୋମବାର ଶେଷ ହୋଇଛି।
ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଏହା ଜଣାପଡ଼ିଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆମିର, ରାଜକୁମାର ଏବଂ ଅଭିନେତା ସନ୍ନି ଦେଓଲ ଏକାଠି କାମ କରିଛନ୍ତି। ‘ଲାହୋର ୧୯୪୭’ର ଶୁଟିଂ ଶେଷ ହେବା ନେଇ ସୋମବାର ଅପ୍‌ଡେଟ୍‌ ଆସିବା ପରେ ସନ୍ନିଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, କଷ୍ଟସାଧ୍ୟ କାର୍ଯ୍ୟସୂଚୀ ମଧ୍ୟରେ ବିନା କୌଣସି ବ୍ରେକ୍‌ରେ ପ୍ରାୟ ୭୦ ଦିନ ପରେ ଉକ୍ତ ଫିଲ୍ମର ଶୁଟିଂ ଶେଷ ହୋଇଛି। ୧୯୪୭ ମସିହାରେ ହୋଇଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ବିଭାଜନ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ରହିଛି। ତେବେ ‘ଲାହୋର ୧୯୪୭’ରେ ପୁଣିଥରେ ସନ୍ନିଙ୍କ ଆକ୍ସନ ଅବତାର ଦେଖିବାକୁ ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ସନ୍ତୋଷୀ ଆଶା ପ୍ରକାଶ କରିଛନ୍ତି। ଫିଲ୍ମରେ ଆମିର ନିର୍ମାତା ଭୂମିକାରେ ନଜର ଆସିବେ। ‘ଆମିର ଖାନ୍‌ ପ୍ରଡକ୍ସନ୍ସ’ ମାଧ୍ୟମରେ ଏହି ପ୍ରୋଜେକ୍ଟରେ ସେ ନିଜ ଦୃଷ୍ଟିକୋଣ ଏବଂ ବିଶେଷ ଶୈଳୀକୁ ଯୋଡ଼ିଛନ୍ତି। ଫିଲ୍ମରେ ସନ୍ନି ଦେଓଲଙ୍କ ବିପକ୍ଷରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନଜର ଆସିବେ। ଏହାବ୍ୟତୀତ ଭିକି କୌଶଲ, ମିଥୁନ ଚକ୍ରବର୍ତ୍ତୀ, ଅଲି ଫଜଲ, ଶବାନା ଆଜମୀ ପ୍ରମୁଖ ମଧ୍ୟ ‘ଲାହୋର ୧୯୪୭’ରେ ଅଭିନୟ କରୁଥିବାର ନଜର ଆସିବେ। ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ଏହି ଫିଲ୍ମ ମୁକ୍ତିଲାଭ କରିବ।

The post ‘ଲାହୋର ୧୯୪୭’ର ଶୁଟିଂ ଶେଷ appeared first on Dharitri Odia News.