ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି! ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମିଳିବ…
ଭୁବନେଶ୍ୱର,୧୨।୧୧: ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଟଙ୍କା। ୧୯୯୦ ଥଇଥାନ ନିୟମ ଅନୁଯାୟୀ ପରିବାରର ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ଚାକିରି କରୁଥିଲେ। କିନ୍ତୁ ୨୦୨୦ରେ ଏଥିରେ ପରିବର୍ତ୍ତନ କରାଗଲା। ଏହି ପଲିସି କାହାରିକୁ ଚାକିରି […] The post ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି! ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମିଳିବ… appeared first on Dharitri Odia News.
ଭୁବନେଶ୍ୱର,୧୨।୧୧: ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଟଙ୍କା।
୧୯୯୦ ଥଇଥାନ ନିୟମ ଅନୁଯାୟୀ ପରିବାରର ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ଚାକିରି କରୁଥିଲେ। କିନ୍ତୁ ୨୦୨୦ରେ ଏଥିରେ ପରିବର୍ତ୍ତନ କରାଗଲା। ଏହି ପଲିସି କାହାରିକୁ ଚାକିରି ନ ଦେବା ସଙ୍ଗେ ସମାନ। ଏଥିରେ କାହାରିକୁ ଚାକିରି ନ ମିଳୁ ସେପରି ସ୍ଥିତି ତିଆରି ହୋଇଥିଲା।
ଯେଉଁମାନଙ୍କର ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଛି ତାଙ୍କୁ ୧୯୯୦ ନିୟମ ଅନୁସାରେ ନେବା କଥା, ହେଲେ ୨୦୧୨, ୨୦୧୩, ୨୦୧୪,୨୦୧୫ ରେ ଯେଉଁମାନଙ୍କର ମୃତ୍ୟୁ ହେଲା ତାକୁ ୨୦୨୦ ନିୟମ ଅନୁସାରେ ନେଲେ। ଯାହା ଦ୍ୱାରା କେହି ଚାକିରି ପାଇଲେ ନାହିଁ॥ ଏପରିକି ଯେଉଁମାନେ ଚାକିରି ପାଇଁ ଆବେଦନ କରିଥିଲେ, ତାଙ୍କ ବିରୋଧରେ ମାମଲା ରୁଜୁ କରାଗଲା । ହେଲେ ଏଥିପାଇଁ ପାଇଁ ଆଇନ ବିଭଗର ଅନୁମତି ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।
The post ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି! ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମିଳିବ… appeared first on Dharitri Odia News.