ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର ବିଫଳ, କାହିଁକି ଏମିତି କହିଲେ…
ନୂଆଦିଲ୍ଲୀ,୨୭।୮: ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଏବଂ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା କେନ୍ଦ୍ର କହିଛି। ମହିଳା ଓ ଝିଅମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବିଫଳତା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମମତା ଲେଖିଥିବା ପତ୍ରର ଜବାବରେ ସୋମବାର […] The post ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର ବିଫଳ, କାହିଁକି ଏମିତି କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୭।୮: ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଏବଂ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା କେନ୍ଦ୍ର କହିଛି। ମହିଳା ଓ ଝିଅମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବିଫଳତା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମମତା ଲେଖିଥିବା ପତ୍ରର ଜବାବରେ ସୋମବାର କେନ୍ଦ୍ର କହିଛି, ଉକ୍ତ ରାଜ୍ୟକୁ ୧୨୩ଟି ଫାଷ୍ଟ-ଟ୍ରାକ୍ କୋର୍ଟ ମଞ୍ଜୁର ହୋଇଥିଲା, କିନ୍ତୁ ସେଥିରୁ ଅଧିକାଂଶ କାର୍ଯ୍ୟକ୍ଷମ ନୁହେଁ। ଦେଶର ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ଜୁନ୍ ସୁଦ୍ଧା ୪୦୯ ପୋକ୍ସୋ କୋର୍ଟ ସମେତ ୭୫୨ ଫାଷ୍ଟଟ୍ରାକ୍ କୋର୍ଟ କାର୍ଯ୍ୟ କରୁଛି। ଏହି କୋର୍ଟଗୁଡ଼ିକ ଜରିଆରେ ୨,୫୩,୦୦୦ରୁ ଅଧିକ ମାମଲାର ଫଇସଲା ହୋଇଛି। ବଳାତ୍କାର ଓ ଶିଶୁ ଯୌନ ଅପରାଧ ମାମଲାର ସମାଧାନ ପାଇଁ ଏହି ଯୋଜନାରେ ପଶ୍ଚିମବଙ୍ଗକୁ ୨୦ ପୋକ୍ସୋ କୋର୍ଟ ଏବଂ ୧୦୩ଟି ଫାଷ୍ଟଟ୍ରାକ୍ କୋର୍ଟ ମଞ୍ଜୁର ହୋଇଥିଲା। ୨୦୨୩ ଜୁନ୍ ପର୍ଯ୍ୟନ୍ତ କୌଣସି କୋର୍ଟ କାର୍ଯ୍ୟକ୍ଷମ ହୋଇ ନ ଥିଲା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଦେଶରେ ବଳାତ୍କାର ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତାବ୍ୟକ୍ତ କରିବା ସହ ତ୍ୱରିତ୍ ନ୍ୟାୟ ସୁନିଶ୍ଚିତ କରିବାରେ ପ୍ରସ୍ତାବିତ ଆଇନ କେତେ ସକ୍ଷମ ବୋଲି ପ୍ରଶ୍ନ ଉଠାଇଥିଲେ। ଦେଶରେ ଦୈନିକ ହାରାହାରି ୯୦ ବଳାତ୍କାର ଘଟୁଛି, ଯାହା ସମାଜର ଆତ୍ମବିଶ୍ୱାସ ଓ ବିବେକକୁ ଦୋହଲାଇଦେଇଛି। ମହିଳାମାନେ ଯେପରି ସୁରକ୍ଷିତ ଓ ନିରାପଦ ଅନୁଭବ କରିବେ, ସେଥିପାଇଁ ଏଭଳି ଅପରାଧକୁ ବନ୍ଦ କରାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମମତା ଲେଖିଥିଲେ।
The post ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର ବିଫଳ, କାହିଁକି ଏମିତି କହିଲେ… appeared first on Dharitri Odia News.